Posted inରାଜ୍ୟ

ଭୟମୁକ୍ତ ଓଡ଼ିଶା ଜଙ୍ଗଲ, ଦୁଇ ଜାଆଁଳା ଛୁଆଙ୍କୁ ଧରି ଘୁରି ବୁଲୁଛି କଲରାପତରିଆ ବାଘୁଣୀ

ଭୁବନେଶ୍ୱର,୧୮।୩: ପୁଣିଥରେ କ୍ୟାମେରାରେ କଏଦ ହେଲା କଳା କଲରାପତରିଆ। ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆର ଦୃଶ୍ୟ ବି କଏଦ ହୋଇଛି। କଲରାପତରିଆ ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଅନ୍ୟଟି କଳା ରଙ୍ଗର ଦେଖିବାକୁ ମିଳିଛି। ଓଡ଼ିଶା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ୍ସରେ ଏହି ଫଟୋ ପୋଷ୍ଟ କରିଛନ୍ତି।

ତେବେ ଓଡ଼ିଶାରେ ଆଗକୁ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ। ରାଜ୍ୟର ସବୁ ଅଞ୍ଚଳରେ କଲରାପତରିଆ ଗଣନା ହେବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଶୁକ୍ରବାର ସୂଚନା ଦେଇଛନ୍ତି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଏବଂ ଓ୍ବାଇଲ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଗୁରୁବାର ପ୍ରକାଶ ପାଇଥିଲା, ଯେଉଁଥିରେ ଦେଶରେ ଗତ ୪ବର୍ଷରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିବାବେଳେ ଓଡ଼ିଶାରେ ହ୍ରାସ ପାଇଥିବା ଦର୍ଶାଯାଇଥିଲା। ୨୦୧୮ ମସିହାରେ ହୋଇଥିବା ଗଣନା ବେଳେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ୨୦୨୨ରେ ଏହା ୫୬୮କୁ ହ୍ରାସ ପାଇଛି। ତେଣୁ ନିଜସ୍ବ ଗଣନା ପାଇଁ ରାଜ୍ୟ ବନ ବିଭାଗ ନିଷ୍ପତ୍ତି ନେଇଛି।

ଏ ନେଇ ପିସିସିଏଫ୍‌ କହିଛନ୍ତି, ଏନ୍‌ଟିସିଏ ରିପୋର୍ଟକୁ ତର୍ଜମା କରାଯାଉଛି। ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ୁଛି। ତେଣୁ ଏହାକୁ ରାଜ୍ୟସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା ଏନ୍‌ଟିସିଏର ଏକ ଆକଳନ ରିପୋର୍ଟ। ଦ୍ୱିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍‌ ଲଗାଇଥିଲେ। କିନ୍ତୁ ୨୦୧୮ ଆକଳନବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ।

ତେବେ ୨୦୨୨ରେ ଏନ୍‌ଟିସିଏ କ୍ୟାମେରା ଟ୍ରାପ ଲଗାଇଥିବା ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। ଯଦି ଶିମିଳିପାଳ ଓ ସାତକୋଶିଆ ବଫର ଏରିଆରେ କ୍ୟାମେରା ଲାଗିଥାନ୍ତା, ତା’ହେଲେ ସଂଖ୍ୟା ଆହୁରି ବଢ଼ିଥାନ୍ତା। ଏନ୍‌ଟିସିଏ କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ। କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଉଛି ବୋଲି ପିସିସିଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?