ରାସ୍ତା ପାଇଁ ଗଛ କଟାକୁ ଛାତ୍ରୀଛାତ୍ରଙ୍କ ବିରୋଧ

ଜଗତ୍‌ସିଂହପୁର ଅଫିସ, ୧୩।୪: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରୁ ଗଛ କଟା ଚାଲିଛି। ଇଣ୍ଡୋର ଷ୍ଟାଡିୟମକୁ ସଂଯୋଗ କରିବାକୁ ଥିବା ନୂଆ ରାସ୍ତା ପାଇଁ ଗଛ କାଟିବା ଜରୁରୀ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଏହାକୁ ବିରୋଧ କରି ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାସୁଦେବଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମୁଖ୍ୟ ଫାଟକରେ ପହଞ୍ଚତ୍ ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ଏଥିରେ ଉଲ୍ଲେଖ ଅଛି, ମହାବିଦ୍ୟାଳୟଟି ଜିଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ। ମହାବିଦ୍ୟାଳୟ ନାମରେ ମାତ୍ର ୧୪ ଏକର ସ୍ଥିତିବାନ ଜମି ଅଛି। ରାଜ୍ୟ ସରକାର ୨୦୨୧ ଜାନୁୟାରୀ ୨୩ରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଏସ୍‌ଭିଏମ୍‌ ସ୍ନାତକ ଓ କନିଷ୍ଠ ମହାବିଦ୍ୟାଳୟକୁ ୨୦ ଏକର ଜମି ଦେବା କଥା। କିନ୍ତୁ ତାହା ଏ ପର୍ଯ୍ୟନ୍ତ ହେଲାନାହିଁ। ଅନ୍ୟପକ୍ଷେ ଏବେ ପ୍ରଶାସନ ମନମୁଖି ଭାବେ ମହାବିଦ୍ୟାଳୟ ପାଖ ଜମିରୁ ଗଛ କାଟିବା ଆରମ୍ଭ କରିଛି। ଏହି ଜମି ମହାବିଦ୍ୟାଳୟକୁ ଦିଆଯାଉନାହିଁ। ଏହାକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି।
ବର୍ଷେ ପୂର୍ବରୁ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରେ ଇଣ୍ଡୋର ଷ୍ଟାଡିୟମ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏନେଇ ପାଖାପାଖି ୧୦ କୋଟି ଟଙ୍କା ଅନୁଦାନ ଆସିଛି। ଏହାକୁ ନିର୍ମାଣ କରିବା ପୂର୍ବରୁ ରାସ୍ତା ତିଆରି ଓ ସମ୍ପ୍ରସାରଣ ନେଇ ମାପଚୁପ ହୋଇଥିଲା। ମହାବିଦ୍ୟାଳୟ ମୁଖ୍ୟ ଫାଟକ ବାମ ପଟେ ଥିବା ରାସ୍ତା ସମ୍ପ୍ରସାରଣ ପୂର୍ବରୁ ମାପ ପରେ ପାଚେରି ଭାଙ୍ଗି ନୂଆ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେତେବେଳେ ମହାବିଦ୍ୟାଳୟ ପାଚେରି ଭଙ୍ଗା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ଓ ଛାତ୍ରୀଛାତ୍ର ବିରୋଧ କରିଥିଲେ। ତା’ପରଠାରୁ ରାସ୍ତା ସମ୍ପ୍ରସାରଣ କାମ ଅଟକି ରହିଛି। ଏବେ ନୂଆ ରାସ୍ତା କାମ ପାଇଁ ଗଛ କଟା ଆରମ୍ଭ ହୋଇଛି। ତେବେ ଦ୍ୱନ୍ଦ୍ୱ ହେବାର କାରଣ ହେଉଛି ବିକଳ୍ପ ରାସ୍ତା ଅର୍ଥାତ୍‌ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ଆଲୋଚନା ବେଳେ କଟକ ଜଗତ୍‌ସିଂହପୁର ମୁଖ୍ୟ ରାସ୍ତାର ୧୦ନଂ. ନିକଟରୁ ଅଳକା ନଦୀ ଉପରେ ପୋଲ କରାଯାଇ ସିଧା ରାସ୍ତା ହେବ ବୋଲି କୁହାଯାଇଥିଲା। ଏହି ରାସ୍ତା ହେଲେ ମହାବିଦ୍ୟାଳୟକୁ ଗମନାଗମନ ପାଇଁ ଆଉ ଏକ ବିକଳ୍ପ ରାସ୍ତା ମିଳିଯିବ ବୋଲି ଜଣାଯାଇଥିଲା। କିନ୍ତୁ ସେତେବେଳେ ଏହି ପ୍ରସ୍ତାବିତ ରାସ୍ତା ଉପରେ କୌଣସି ବେସରକାରୀ ଜମି ଯାଉଛି କି ନାହିଁ ତା’ଉପରେ ଅନୁଧ୍ୟାନ ହୋଇ ନ ଥିଲା। ଇଣ୍ଡୋର ଷ୍ଟାଡିୟମ ପାଇଁ ଅନୁଦାନ ଆସିଲା ପରେ ପ୍ରଶାସନ ବିକଳ୍ପ ଚିନ୍ତା କରିଥିଲା। ଅର୍ଥାତ୍‌ ପୁରୁଣା ରାସ୍ତା ସମ୍ପ୍ରସାରଣ ସହ କିଛି ନୂଆ ରାସ୍ତା କରିବାକୁ ନିଷ୍ପତ୍ତି ନେଇଥିଲା। ଏସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri