ରାସ୍ତା ପାଇଁ ଗଛ କଟାକୁ ଛାତ୍ରୀଛାତ୍ରଙ୍କ ବିରୋଧ

ଜଗତ୍‌ସିଂହପୁର ଅଫିସ, ୧୩।୪: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରୁ ଗଛ କଟା ଚାଲିଛି। ଇଣ୍ଡୋର ଷ୍ଟାଡିୟମକୁ ସଂଯୋଗ କରିବାକୁ ଥିବା ନୂଆ ରାସ୍ତା ପାଇଁ ଗଛ କାଟିବା ଜରୁରୀ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଏହାକୁ ବିରୋଧ କରି ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାସୁଦେବଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମୁଖ୍ୟ ଫାଟକରେ ପହଞ୍ଚତ୍ ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ଏଥିରେ ଉଲ୍ଲେଖ ଅଛି, ମହାବିଦ୍ୟାଳୟଟି ଜିଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ। ମହାବିଦ୍ୟାଳୟ ନାମରେ ମାତ୍ର ୧୪ ଏକର ସ୍ଥିତିବାନ ଜମି ଅଛି। ରାଜ୍ୟ ସରକାର ୨୦୨୧ ଜାନୁୟାରୀ ୨୩ରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଏସ୍‌ଭିଏମ୍‌ ସ୍ନାତକ ଓ କନିଷ୍ଠ ମହାବିଦ୍ୟାଳୟକୁ ୨୦ ଏକର ଜମି ଦେବା କଥା। କିନ୍ତୁ ତାହା ଏ ପର୍ଯ୍ୟନ୍ତ ହେଲାନାହିଁ। ଅନ୍ୟପକ୍ଷେ ଏବେ ପ୍ରଶାସନ ମନମୁଖି ଭାବେ ମହାବିଦ୍ୟାଳୟ ପାଖ ଜମିରୁ ଗଛ କାଟିବା ଆରମ୍ଭ କରିଛି। ଏହି ଜମି ମହାବିଦ୍ୟାଳୟକୁ ଦିଆଯାଉନାହିଁ। ଏହାକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି।
ବର୍ଷେ ପୂର୍ବରୁ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରେ ଇଣ୍ଡୋର ଷ୍ଟାଡିୟମ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏନେଇ ପାଖାପାଖି ୧୦ କୋଟି ଟଙ୍କା ଅନୁଦାନ ଆସିଛି। ଏହାକୁ ନିର୍ମାଣ କରିବା ପୂର୍ବରୁ ରାସ୍ତା ତିଆରି ଓ ସମ୍ପ୍ରସାରଣ ନେଇ ମାପଚୁପ ହୋଇଥିଲା। ମହାବିଦ୍ୟାଳୟ ମୁଖ୍ୟ ଫାଟକ ବାମ ପଟେ ଥିବା ରାସ୍ତା ସମ୍ପ୍ରସାରଣ ପୂର୍ବରୁ ମାପ ପରେ ପାଚେରି ଭାଙ୍ଗି ନୂଆ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେତେବେଳେ ମହାବିଦ୍ୟାଳୟ ପାଚେରି ଭଙ୍ଗା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ଓ ଛାତ୍ରୀଛାତ୍ର ବିରୋଧ କରିଥିଲେ। ତା’ପରଠାରୁ ରାସ୍ତା ସମ୍ପ୍ରସାରଣ କାମ ଅଟକି ରହିଛି। ଏବେ ନୂଆ ରାସ୍ତା କାମ ପାଇଁ ଗଛ କଟା ଆରମ୍ଭ ହୋଇଛି। ତେବେ ଦ୍ୱନ୍ଦ୍ୱ ହେବାର କାରଣ ହେଉଛି ବିକଳ୍ପ ରାସ୍ତା ଅର୍ଥାତ୍‌ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ଆଲୋଚନା ବେଳେ କଟକ ଜଗତ୍‌ସିଂହପୁର ମୁଖ୍ୟ ରାସ୍ତାର ୧୦ନଂ. ନିକଟରୁ ଅଳକା ନଦୀ ଉପରେ ପୋଲ କରାଯାଇ ସିଧା ରାସ୍ତା ହେବ ବୋଲି କୁହାଯାଇଥିଲା। ଏହି ରାସ୍ତା ହେଲେ ମହାବିଦ୍ୟାଳୟକୁ ଗମନାଗମନ ପାଇଁ ଆଉ ଏକ ବିକଳ୍ପ ରାସ୍ତା ମିଳିଯିବ ବୋଲି ଜଣାଯାଇଥିଲା। କିନ୍ତୁ ସେତେବେଳେ ଏହି ପ୍ରସ୍ତାବିତ ରାସ୍ତା ଉପରେ କୌଣସି ବେସରକାରୀ ଜମି ଯାଉଛି କି ନାହିଁ ତା’ଉପରେ ଅନୁଧ୍ୟାନ ହୋଇ ନ ଥିଲା। ଇଣ୍ଡୋର ଷ୍ଟାଡିୟମ ପାଇଁ ଅନୁଦାନ ଆସିଲା ପରେ ପ୍ରଶାସନ ବିକଳ୍ପ ଚିନ୍ତା କରିଥିଲା। ଅର୍ଥାତ୍‌ ପୁରୁଣା ରାସ୍ତା ସମ୍ପ୍ରସାରଣ ସହ କିଛି ନୂଆ ରାସ୍ତା କରିବାକୁ ନିଷ୍ପତ୍ତି ନେଇଥିଲା। ଏସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri