ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର ଉକ୍ତ ରାସ୍ତା ଦେଇ ରାହାଡ଼ିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ନିଜ ପିଲାମାନଙ୍କୁ ୩ ଦିନ ହେଲା ପାଠ ପଢିବାକୁ ଛାଡୁନାହାନ୍ତି। ଗ୍ରାମ ମଧ୍ୟରେ ଏକ ପାଲ ବାନ୍ଧି ପ୍ରାୟ ୩୦ରୁ ଊଦ୍ଧର୍‌ବ ଅଙ୍ଗନଓ୍ବାଡି ଓ ସ୍କୁଲ ଯାଉଥିବା ପିଲାଙ୍କୁ ପାଠ ପଢ଼ା ଯାଉଛି। ଗ୍ରାମବାସୀ ଏ ସମ୍ପର୍କରେ ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗ୍ରାମବାସୀ ସାରଦା ସାମଲ, କେଦାର ସାମଲ ଓ କବିତା ସାମଲଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନରୁ ଗ୍ରାମବାସୀ ଏହି ମାଟି ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ଗତବର୍ଷ ତତ୍କାଳୀନ ସରପଞ୍ଚଙ୍କ ଉଦ୍ୟମରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମାଟି କାମ କରାଯାଇଥିଲା। ଚଳିତବର୍ଷ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି। କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ରାସ୍ତା ସଂଲଗ୍ନ ଶ୍ମଶାନ ଜମିକୁ ଜବରଦଖଲରେ ରଖି ରାସ୍ତା କାର୍ଯ୍ୟ କରାଇ ଦେଉନାହାନ୍ତି। ଏହାଛଡା ଯାତାୟାତ ପାଇଁ ବାରଣ କରୁଛନ୍ତି।
ଜିଲାପାଳ ପାରୁଲ ପଟୱାରୀ ୬ ମାସ ଉକ୍ତ ଗଁାକୁ ଗସ୍ତ କରି ରାସ୍ତାକାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ହେଲେ ରାସ୍ତାରେ ଯାତାୟାତ ବନ୍ଦ କରାଯିବା ଏହା ଦଳିତଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ଅହଲ୍ୟା ସାମଲ, ସବିତା ସାମଲ, ସଂଯୁକ୍ତା ସାମଲ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏକ କିମି ବାଟ ବୁଲି ଜଗତ୍‌ସିଂହପୁର-ଜଇପୁର ରାସ୍ତା ଦେଇ ସ୍କୁଲକୁ ପରିବାର ଲୋକେ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇ ଦେଇଥିବା ଗ୍ରାମବାସୀ କହିଛନ୍ତି। ଏପରି ସମସ୍ୟା ଯୋଗୁ ବିଦ୍ୟାଳୟକୁ ପିଲା ଆସୁ ନ ଥିବା ସମ୍ପର୍କରେ ସିଆରସିସି ବିରୂପାକ୍ଷ ସେଠୀ ବିଇଓଙ୍କୁ ଜଣାଇଥିବା କହିଛନ୍ତି। ମଙ୍ଗଳବାର ସକାଳୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ସ୍ଥାନୀୟ ସରପଞ୍ଚ ଅମିତା ଖୁଣ୍ଟିଆ ଓ ସମିତିସଭ୍ୟ ରଞ୍ଜନ କୁମାର ସ୍ବାଇଁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଛନ୍ତି। ପିଲାମାନେ ଉକ୍ତ ରାସ୍ତା ଦେଇ ସ୍କୁଲକୁ ଯାତାୟାତ କରନ୍ତୁ। ଖୁବ୍‌ଶୀଘ୍ର ରାସ୍ତାକାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାରେ ଅଗ୍ନିକାଣ୍ଡ

ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଦ ଗ୍ରାମରେ ସୋମବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବନମାଳୀ ମହାନ୍ତଙ୍କ ୨ ବଖରା...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ଅଫିସ, ୧୭।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା(୨୨)।...

ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ...

ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

କୋରାପୁଟ,୨୬।୬(ସ୍ବ.ପ୍ର.): କୋରାପୁଟ କଫିର ଚାହିଦା ସାରା ବିଶ୍ୱରେ ଦିନକୁ ଦିନ ବୃଦ୍ଧିପାଉଛି ା ଏହାକୁ ପ୍ରମାଣିତ କରିିଛି ଅର୍ନ୍ତଜାତୀୟ ସଂସ୍ଥା ଆମାଜାନ। ଆମାଜାନ କିଛି ମାସ ତଳେ...

ନିର୍ମାଣ ନିମ୍ନମାନର: ରାସ୍ତାକାମ ବନ୍ଦ କଲେ ଗ୍ରାମବାସୀ

ଲାଞ୍ଜିଗଡ,୧୭ା୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୁମଖାଲଠାରୁ ସିନ୍ଧିବାହାଲିକୁ ସଂଯୋଗ କରୁଥିବା ୪କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଛି। ତା୫ା୯ା୨୦୧୭ରିଖଠାରୁ ଆରମ୍ଭ ହୋଇଥିବା ଏହି...

ଘରୁ ମିଳିଲା ବିପୁଳ ପରିମାଣର ସାଇଜ କାଠ, ପଟ୍ଟା

କାଶୀପୁର,୨୮।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ସାଇଜ କାଠ ଏବଂ ପଟ୍ଟା ଜବତ କରାଯାଇଛି। ଟିକିରି...

ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି...

୧କି.ଗ୍ରା. ବ୍ରାଉନ୍‌ସୁଗାର, ୨୫ଲକ୍ଷ ଜବତ କଲା ଏସ୍‌ଟିଏଫ୍‌

ଜଳେଶ୍ୱର, ୭।୧୦(ଡି.ଏନ.ଏ.): ପଶ୍ଚିମବଙ୍ଗରୁ ବିପୁଳ ପରିମାଣ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଚୋରାଚାଲାଣ ହେଉଛି। ପରବର୍ତ୍ତୀ ସମୟରେ ସେଠାରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ବୁଧବାର...

Advertisement
Archives

Model This Week