‘ମୁଁ’ର ଅନୁଭବ

ଡ. ନରେନ୍ଦ୍ର କୁମାର ସେଠୀ

ଜଣେ ସଫଳ ମଣିଷ ପାଖରେ ସବୁକିଛି ଥାଏ। ଭଲ ଘର, ପରିବାର, ଧନ, ସମ୍ପତ୍ତି ସବୁକିଛି ଯାହା ସେ ଚାଁହୁଥିଲା ଜୀବନରେ। ତଥାପି ତା’ ମନ ମସ୍ତିଷ୍କ ଭିତର କୋଣରେ ଆହୁରି ଖୁସି ହେବା ପାଇଁ, ଆହୁରି ସୁଖ ସମ୍ପଦ ହାସଲ କରିବା ପାଇଁ ଅହରହ ଚେଷ୍ଟା ଥାଏ। ମଣିଷ ନିଜ ଭିତରେ ଯେତେ ଦୁଃଖ ଦେଖିଥାଏ ଅନ୍ୟମାନଙ୍କ ଭିତରେ ସେଇ ସବୁ ଦୁଃଖ ଯନ୍ତ୍ରଣା ଦେଖିବାକୁ ଲାଗେ। ବିଶ୍ୱରେ ମଣିଷ ଜୀବନରେ କ’ଣ ପାଇଁ ଏତେ ଦୁଃଖ ଯନ୍ତ୍ରଣା ଅଛି ତା’ର ଏକ ବୈଜ୍ଞାନିକ ଅନୁଶୀଳନ କରାଯାଉ। ବର୍ତ୍ତମାନର ବୈଜ୍ଞାନିକ ତଥ୍ୟ ଅନୁସାରେ ଯଦି ଜଣେ ମଣିଷ ଶରୀରକୁ ଦେଖିବା ଏହା ରକ୍ତ ମାଂସର ମଣିଷ ଦେହ ନୁହେ ବରଂ ଏହା କୋଡ଼ିଏ ଲକ୍ଷ କୋଟି କୋଷିକାଗୁଡ଼ିକର ସମନ୍ବୟ ଓ ମିଳିତ ନୃତ୍ୟ କହିଲେ ଭୁଲ ହେବନି। ସେହି କୋଷିକାଗୁଡ଼ିକୁ ଆହୁରି ନିକଟରୁ ଦେଖିଲେ ଏହା ପୁନଃ ହଜାରେ ଲକ୍ଷ କୋଟି ପରମାଣୁକୁ ନେଇ ଗଠିତ। ଏହିସବୁ ଜିନିଷକୁ ବିଜ୍ଞାନର ଜବ କାଚରେ ଦେଖିଲେ ଏହା ଅଦୃଶ୍ୟ ଶକ୍ତିର ସମାହାର ଛଡ଼ା ଆଉ କିଛି ନୁହେଁ, ଯାହା ତେର ଶହ କୋଟି ବର୍ଷ ପୂର୍ବେ ବିଗ୍‌ ବ୍ୟାଙ୍ଗ ନାମକ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିଲା। ଅର୍ଥାତ ଏ ବିଶ୍ୱରେ ଯାହା ବିଦ୍ୟମାନ ସବୁ କେବଳ ଶକ୍ତି ଓ ଅସୀମ ଶକ୍ତିର ରୂପ ମାତ୍ର। ଅନ୍ୟ ଅର୍ଥରେ ମଣିଷ ଏହି ଜଟିଳ ଶକ୍ତିର ଏକ ନମୁନା ମାତ୍ର। ତେଣୁ ସ୍ଥିର ହୋଇ ଛିଡା ହୋଇଥିବା ଜଣେ ପଚାଶ ବର୍ଷର ମଣିଷ ପ୍ରକୃତରେ ସ୍ଥିର ନୁହେଁ ବରଂ ତା’ର ଶରୀର ହେଉଛି ଆଲୋକର ବେଗରେ ଗତି କରୁଥିବା ଏକ ଶକ୍ତି, ଯାହାର ପ୍ରକୃତ ବୟସ ହେଉଛି ଏ ବିଶ୍ୱର ବୟସ ବା ତେର ସହ କୋଟି ବର୍ଷ।
ସବୁଠୁ ଆଶ୍ଚର୍ଯ୍ୟ କଥା , ମଣିଷ ଏହା ଅନୁଭବ କରିପାରୁନି କାହିଁକି ? ଏହାର କାରଣ ହେଲା ଆମେ ନିଜକୁ ଜଣେ ମଣିଷ ଭାବେ ଅହରହ ଭାବୁଛେ ଓ ନିଜକୁ ସେ ମହାନ ସୃଷ୍ଟିର ରୂପ ବୋଲି କେବେ କଳ୍ପନା କରିନେ। ଏହା ରୋଚକ ଓ ମସ୍ତିଷ୍କ ଭ୍ରମିତ କଲା ପରି ତଥ୍ୟ ହେଲେ ମଧ୍ୟ ସତ୍ୟ। ଆମେ ଆମ ମାନବୀୟ ପରିବେଶ, ଜୀବନ ଜଞ୍ଜାଳ ଭିତରେ ଏତେ ଓତପ୍ରୋତ ଭାବରେ ଜଡ଼ିତ ଯେ ଆମେ ନିଜକୁ ସେହି ଅଜର ଅମର ଶକ୍ତିର ଏକ ଅଂଶ ବୋଲି କେବେ ଗ୍ରହଣ କରିପାରି ନାହୁଁ। ଆସନ୍ତାକାଲି ଆମେ କୋଉ କାମ କରିବା ତାହା ଆଜି କଳ୍ପନା କରିପାରୁ ଓ ମଣିଷ ଏକମାତ୍ର ପ୍ରାଣୀ ଭାବରେ ଏହା କରିବାକୁ ସକ୍ଷମ। ଅନ୍ୟ ଅର୍ଥରେ ମଣିଷ ନିଜ ମସ୍ତିଷ୍କ ଭିତରେ ଏକ ବିକଳ୍ପ ବାସ୍ତବିକତା ନିର୍ମାଣ କରିବାରେ ସକ୍ଷମ ବା ଯାହା ଘଟିତ ହୋଇନାହିଁ ତା’ର ଆକଳନ କରିବାରେ ଏକମାତ୍ର ପ୍ରାଣୀ। ଫଳସ୍ବରୂପ କାଳାନୁକ୍ରମେ ମଣିଷ ବିଶ୍ୱର ସ୍ବରୂପ ବଦଳେଇ ପାରିଛି। ଚିନ୍ତା କରିପାରିବା ଓ ଭବିଷ୍ୟତର ଆକଳନ କରିବା ହୁଏତ ମାନବ ବିବର୍ତ୍ତନ ଇତିହାସର ସବୁଠୁ ବଡ଼ ଘଟଣା କ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ଅର୍ଥରେ ଚିନ୍ତନ କରିପାରିବା ହେଉଛି ମଣିଷର ଏକ ବଡ଼ ଅସ୍ତ୍ର, ଯାହା ଅନ୍ୟ ପ୍ରାଣୀମାନଙ୍କ ପାଖରେ ନାହିଁ। ଯାହାର ଫଳ ସ୍ବରୂପ ମଣିଷ ମନ ଭିତରେ ସମଗ୍ର ଦୁନିଆ ଆସି ଘର କରିଯାଏ ଓ ତାହା ଉପରେ ମଣିଷର କର୍ତ୍ତୃତ୍ୱ ନ ଥାଏ। ତେଣୁ ମଣିଷ ମସ୍ତିଷ୍କ ଏକ ଅବିରତ ଚିନ୍ତନ ତିଆରି କରୁଥିବା ମେଶିନ ଭଳି କାମ କରେ। ସବୁବେଳେ ଏକ ନିରର୍ଥକ ଲକ୍ଷ୍ୟକୁ ଆଖି ଆଗରେ କାମ କରେ। ଏହାହିଁ ଦୁଃଖ ଓ ଯନ୍ତ୍ରଣାର କାରଣ।
ହିଂସା, ଦ୍ୱେଷ ପରଶ୍ରୀକାତରତା ଓ ପୂର୍ବ ଘଟିତ ଘଟଣାକ୍ରମ ମଣିଷକୁ ବାରମ୍ବାର ଆନ୍ଦୋଳିତ କରେ, ଯାହା ଅନ୍ୟ ପ୍ରାଣୀମାନେ ଅନୁଭବ କରିପାରନ୍ତି ନାହିଁ। ତା’ହେଲେ ମଣିଷ କ’ଣ ଏହି ଦୁଃଖ ଯନ୍ତ୍ରଣା ଭିତରୁ ସ୍ବୟଂକୁ ଦୂର କରିବା ସମ୍ଭବ ? ଏଥିପାଇଁ ଆମକୁ ଏକ ବୈଜ୍ଞାନିକ ଓ ପରୀକ୍ଷାମୂଳକ ଲକ୍ଷ୍ୟ ଭାବରେ ମନେକରି ନିଜ ମନ ଭିତରେ ଥିବା ପରସ୍ତ ପରସ୍ତ ଅଭିଜ୍ଞତା ଆଧାରରେ ସବୁ ଦୁଃଖ ଜଞ୍ଜାଳର କାରକଗୁଡିକୁ ଚିହ୍ନିତ କରିବାକୁ ପଡ଼ିବ। ଏହା ଖୁବ୍‌୍‌ କଷ୍ଟକର ବ୍ୟାପାର କାରଣ ଆମେ ସମସ୍ତେ ଆମ ଜୀବନର ମୋହ ସହିତ ନିବିଡ଼ ଓ ଘନିଷ୍ଠ ଭାବରେ ଜଡିତ। ଏହାର ଏକ ସହଜ ଉଦାହରଣ ହେଲା ଆମେ ଚଳଚିତ୍ରର ଏକ କରୁଣ ଦୃଶ୍ୟ ଦେଖିଲାବେଳେ ଏହା ଅଭିନୟ ଜାଣି ମଧ୍ୟ କାନ୍ଦି ପକାଉ। ତେଣୁ ଜୀବନ ଏକ ଚଳଚ୍ଚିତ୍ର ସଦୃଶ ଓ ସବୁ ମିଛ ଜାଣି ମଧ୍ୟ ଆମେ ଏହାର ମୋହରେ ବୁଡ଼ି ରହିଛେ। ପଦାର୍ଥ ବିଜ୍ଞାନର ମୂଳ ତତ୍ତ୍ୱ ଅନୁଯାୟୀ ଆଲୋକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗର କମ୍ପନ ଓ ଏହାର ମୂଳ ରଙ୍ଗ କିଛି ନ ଥାଏ। ମାତ୍ର ଏହି ଆଲୋକ ଆମ ଆଖିରେ ପଡ଼ିବା ମାତ୍ରେ ଆମେ ଭିନ୍ନ ଭିନ୍ନ ରଙ୍ଗ ଦେଖି ଥାଉ। ଯୋଉ ଗୋଲାପ ରଙ୍ଗର ଫୁଲ ଆମେ ଦେଖୁ ତାହା ପ୍ରକୃତରେ ରଙ୍ଗହୀନ ଓ ଏହାର ରଙ୍ଗ ଆମ ମସ୍ତିଷ୍କ ଭିତରେ ହିଁ ସୃଷ୍ଟି ହୋଇ ଆମକୁ ଦୃଶ୍ୟମାନ ହେଇଥାଏ। ଅର୍ଥାତ ସଂସାରରେ ଯାହା ଆମେ ଦେଖୁଛେ ଓ ଅନୁଭବ କରୁଛେ ସବୁ ମିଛ। କେବଳ ଗୋଟିଏ ସତ୍ୟ ହେଲା ସେହି ଅଦୃଶ୍ୟ ଶକ୍ତି ଯାହାର ଆମେ ଅଂଶବିଶେଷ। ବୋଧହୁଏ ଅଧ୍ୟାତ୍ମ ଏହାକୁ ଈଶ୍ୱର ବୋଲି ସମ୍ବୋଧନ କରିଥାଏ। ଆମେ ଏହାକୁ ରାମ, ଯିଶୁ ଓ ଆଲ୍ଲା ନାମରେ ନାମିତ କରିଥାଉ।
ମଣିଷର ସବୁଠୁ ବଡ଼ ସଫଳତା ହେଲା ଅସ୍ତିତ୍ୱର ଅନୁଭବ। ‘ମୁଁ’ ର ଏହି ଅନୁଭବ। ଏହି ‘ମୁଁ’ ହେଉଛି ଆମର ସମଗ୍ର ଅସ୍ତିତ୍ୱର ମୂଳ। ଯେମିତି ମାଛ ପହଁରିବା ବେଳେ କେବେ ବି ପାଣିର ଅନୁଭବ କରି ନ ଥାଏ ସେମିତି ଆମେ ଆମ ପରିଚୟ ନିଜେ ଜାଣି ପାରୁନା, କାରଣ ମୁଁ ଆମ ଶରୀର ଭିତରେ ଲୁକ୍କାୟିତ ଚେତନା ଭିତରେ ଥାଏ। ତେଣୁ ‘ମୁଁ’ର ପରିଚୟ ଖୋଜିବାକୁ ହେବ ଓ ତାହା ପାଇଗଲେ ଜୀବନର ମୂଳ ଲକ୍ଷ୍ୟ ମିଳିଯିବ ଓ ଜୀବନ ଯନ୍ତ୍ରଣାରୁ ମୁକ୍ତି ନିଶ୍ଚିତ।
ତେର ଶହ କୋଟି ବର୍ଷ ପୂର୍ବେ ବିଗ୍‌ ବ୍ୟାଙ୍ଗ ବିସ୍ଫୋରଣ ପରେ ଯେତେବେଳେ ସମଗ୍ର ବିଶ୍ୱ ଏହି ଶକ୍ତିର ଅଂଶ ଥିଲା ଆମେ ସମସ୍ତେ ସେହି ଶକ୍ତିର ଅଂଶ ଥିଲୁ ଓ ରହିଥିବୁ। ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ,ମଣିଷର ବୁଦ୍ଧି ଓ ଚିନ୍ତନ ଶକ୍ତି ଏକ ଭ୍ରମିତ ଚେତନାରେ ଗ୍ରସ୍ତ, ଯାହା ଫଳରେ ସେ ନିଜକୁ ସେହି ଚିରନ୍ତନ ଶକ୍ତିର ଏକ ଅଂଶଠାରୁ ପୃଥକ୍‌ ବୋଲି ଧରି ବସେ। ଆମେ ସମସ୍ତେ ଏକ ଜଳବିନ୍ଦୁ ସଦୃଶ, ଯାହା ଅସୀମ ସାଗରରେ ପହଁରିବା ବେଳେ ନିଜକୁ ସମୁଦ୍ରଠାରୁ ପୃଥକ୍‌ ମନେ କରେ। ହଜାର ହଜାର ବର୍ଷ ତଳେ ଭାରତୀୟ ମୁନି ରୁଷିମାନେ ଏହି ଅଭେଦ ତଥ୍ୟକୁ ଜାଣି ପାରିଥିଲେ। ପ୍ରଥମକରି ଅଣୁ ଓ ପରମାଣୁର ବର୍ଣ୍ଣନା କରି ମହର୍ଷି କଣାଦ ଆମେ ସମସ୍ତେ ସେହି ଶକ୍ତିର ଅଂଶ ବୋଲି ବୈଶ୍ୱିକା ସୂତ୍ରରେ ଲେଖିଛନ୍ତି। ଆମ ଶରୀର ସେହି ଅସଂଖ୍ୟ ଅଣୁ ଓ ପରମାଣୁକୁ ନେଇ ଗଠିତ ଓ ଜୀବନଧାରଣ କରିବାକୁ ହେଲେ ଏହି ଅଣୁଗୁଡ଼ିକ ଏକତ୍ରିତ ସମନ୍ବୟ ରକ୍ଷା କରିଥାଏ। ଶରୀର କେବେ ମରି ନ ଥାଏ, କାରଣ ଏହି ଅଣୁଗୁଡ଼ିକର ଅସ୍ତିତ୍ୱ କେବେ ଲୋପ ପାଇ ନ ଥାଏ ଓ ତାହା ବ୍ୟକ୍ତିର ଶରୀର ଅବସାନ ପରେ ସେହି ଶକ୍ତିରେ ମିଶି ଯାଇଥାଏ। ଅର୍ଥାତ ବିଜ୍ଞାନ ଓ ଅଧ୍ୟାତ୍ମ ଦୁନିଆ ଏକମତ ଯେ, ଉଭୟ ମନ ଓ ଶରୀର ସେହି ଅଦୃଶ୍ୟ ଶକ୍ତିର ଏକ ଅସ୍ଥାୟୀ ଅବସ୍ଥା ମାତ୍ର। ତେଣୁ ମଣିଷ ଆନନ୍ଦରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଦରକାର, କାରଣ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା।
ପୂର୍ବ ସିଂଭୁମି, ଯାଦୁଗୁଡ଼ା,ଝାଡ଼ଖଣ୍ଡ ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri