‘ମୁଁ’ର ଅନୁଭବ

ଡ. ନରେନ୍ଦ୍ର କୁମାର ସେଠୀ

ଜଣେ ସଫଳ ମଣିଷ ପାଖରେ ସବୁକିଛି ଥାଏ। ଭଲ ଘର, ପରିବାର, ଧନ, ସମ୍ପତ୍ତି ସବୁକିଛି ଯାହା ସେ ଚାଁହୁଥିଲା ଜୀବନରେ। ତଥାପି ତା’ ମନ ମସ୍ତିଷ୍କ ଭିତର କୋଣରେ ଆହୁରି ଖୁସି ହେବା ପାଇଁ, ଆହୁରି ସୁଖ ସମ୍ପଦ ହାସଲ କରିବା ପାଇଁ ଅହରହ ଚେଷ୍ଟା ଥାଏ। ମଣିଷ ନିଜ ଭିତରେ ଯେତେ ଦୁଃଖ ଦେଖିଥାଏ ଅନ୍ୟମାନଙ୍କ ଭିତରେ ସେଇ ସବୁ ଦୁଃଖ ଯନ୍ତ୍ରଣା ଦେଖିବାକୁ ଲାଗେ। ବିଶ୍ୱରେ ମଣିଷ ଜୀବନରେ କ’ଣ ପାଇଁ ଏତେ ଦୁଃଖ ଯନ୍ତ୍ରଣା ଅଛି ତା’ର ଏକ ବୈଜ୍ଞାନିକ ଅନୁଶୀଳନ କରାଯାଉ। ବର୍ତ୍ତମାନର ବୈଜ୍ଞାନିକ ତଥ୍ୟ ଅନୁସାରେ ଯଦି ଜଣେ ମଣିଷ ଶରୀରକୁ ଦେଖିବା ଏହା ରକ୍ତ ମାଂସର ମଣିଷ ଦେହ ନୁହେ ବରଂ ଏହା କୋଡ଼ିଏ ଲକ୍ଷ କୋଟି କୋଷିକାଗୁଡ଼ିକର ସମନ୍ବୟ ଓ ମିଳିତ ନୃତ୍ୟ କହିଲେ ଭୁଲ ହେବନି। ସେହି କୋଷିକାଗୁଡ଼ିକୁ ଆହୁରି ନିକଟରୁ ଦେଖିଲେ ଏହା ପୁନଃ ହଜାରେ ଲକ୍ଷ କୋଟି ପରମାଣୁକୁ ନେଇ ଗଠିତ। ଏହିସବୁ ଜିନିଷକୁ ବିଜ୍ଞାନର ଜବ କାଚରେ ଦେଖିଲେ ଏହା ଅଦୃଶ୍ୟ ଶକ୍ତିର ସମାହାର ଛଡ଼ା ଆଉ କିଛି ନୁହେଁ, ଯାହା ତେର ଶହ କୋଟି ବର୍ଷ ପୂର୍ବେ ବିଗ୍‌ ବ୍ୟାଙ୍ଗ ନାମକ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିଲା। ଅର୍ଥାତ ଏ ବିଶ୍ୱରେ ଯାହା ବିଦ୍ୟମାନ ସବୁ କେବଳ ଶକ୍ତି ଓ ଅସୀମ ଶକ୍ତିର ରୂପ ମାତ୍ର। ଅନ୍ୟ ଅର୍ଥରେ ମଣିଷ ଏହି ଜଟିଳ ଶକ୍ତିର ଏକ ନମୁନା ମାତ୍ର। ତେଣୁ ସ୍ଥିର ହୋଇ ଛିଡା ହୋଇଥିବା ଜଣେ ପଚାଶ ବର୍ଷର ମଣିଷ ପ୍ରକୃତରେ ସ୍ଥିର ନୁହେଁ ବରଂ ତା’ର ଶରୀର ହେଉଛି ଆଲୋକର ବେଗରେ ଗତି କରୁଥିବା ଏକ ଶକ୍ତି, ଯାହାର ପ୍ରକୃତ ବୟସ ହେଉଛି ଏ ବିଶ୍ୱର ବୟସ ବା ତେର ସହ କୋଟି ବର୍ଷ।
ସବୁଠୁ ଆଶ୍ଚର୍ଯ୍ୟ କଥା , ମଣିଷ ଏହା ଅନୁଭବ କରିପାରୁନି କାହିଁକି ? ଏହାର କାରଣ ହେଲା ଆମେ ନିଜକୁ ଜଣେ ମଣିଷ ଭାବେ ଅହରହ ଭାବୁଛେ ଓ ନିଜକୁ ସେ ମହାନ ସୃଷ୍ଟିର ରୂପ ବୋଲି କେବେ କଳ୍ପନା କରିନେ। ଏହା ରୋଚକ ଓ ମସ୍ତିଷ୍କ ଭ୍ରମିତ କଲା ପରି ତଥ୍ୟ ହେଲେ ମଧ୍ୟ ସତ୍ୟ। ଆମେ ଆମ ମାନବୀୟ ପରିବେଶ, ଜୀବନ ଜଞ୍ଜାଳ ଭିତରେ ଏତେ ଓତପ୍ରୋତ ଭାବରେ ଜଡ଼ିତ ଯେ ଆମେ ନିଜକୁ ସେହି ଅଜର ଅମର ଶକ୍ତିର ଏକ ଅଂଶ ବୋଲି କେବେ ଗ୍ରହଣ କରିପାରି ନାହୁଁ। ଆସନ୍ତାକାଲି ଆମେ କୋଉ କାମ କରିବା ତାହା ଆଜି କଳ୍ପନା କରିପାରୁ ଓ ମଣିଷ ଏକମାତ୍ର ପ୍ରାଣୀ ଭାବରେ ଏହା କରିବାକୁ ସକ୍ଷମ। ଅନ୍ୟ ଅର୍ଥରେ ମଣିଷ ନିଜ ମସ୍ତିଷ୍କ ଭିତରେ ଏକ ବିକଳ୍ପ ବାସ୍ତବିକତା ନିର୍ମାଣ କରିବାରେ ସକ୍ଷମ ବା ଯାହା ଘଟିତ ହୋଇନାହିଁ ତା’ର ଆକଳନ କରିବାରେ ଏକମାତ୍ର ପ୍ରାଣୀ। ଫଳସ୍ବରୂପ କାଳାନୁକ୍ରମେ ମଣିଷ ବିଶ୍ୱର ସ୍ବରୂପ ବଦଳେଇ ପାରିଛି। ଚିନ୍ତା କରିପାରିବା ଓ ଭବିଷ୍ୟତର ଆକଳନ କରିବା ହୁଏତ ମାନବ ବିବର୍ତ୍ତନ ଇତିହାସର ସବୁଠୁ ବଡ଼ ଘଟଣା କ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ଅର୍ଥରେ ଚିନ୍ତନ କରିପାରିବା ହେଉଛି ମଣିଷର ଏକ ବଡ଼ ଅସ୍ତ୍ର, ଯାହା ଅନ୍ୟ ପ୍ରାଣୀମାନଙ୍କ ପାଖରେ ନାହିଁ। ଯାହାର ଫଳ ସ୍ବରୂପ ମଣିଷ ମନ ଭିତରେ ସମଗ୍ର ଦୁନିଆ ଆସି ଘର କରିଯାଏ ଓ ତାହା ଉପରେ ମଣିଷର କର୍ତ୍ତୃତ୍ୱ ନ ଥାଏ। ତେଣୁ ମଣିଷ ମସ୍ତିଷ୍କ ଏକ ଅବିରତ ଚିନ୍ତନ ତିଆରି କରୁଥିବା ମେଶିନ ଭଳି କାମ କରେ। ସବୁବେଳେ ଏକ ନିରର୍ଥକ ଲକ୍ଷ୍ୟକୁ ଆଖି ଆଗରେ କାମ କରେ। ଏହାହିଁ ଦୁଃଖ ଓ ଯନ୍ତ୍ରଣାର କାରଣ।
ହିଂସା, ଦ୍ୱେଷ ପରଶ୍ରୀକାତରତା ଓ ପୂର୍ବ ଘଟିତ ଘଟଣାକ୍ରମ ମଣିଷକୁ ବାରମ୍ବାର ଆନ୍ଦୋଳିତ କରେ, ଯାହା ଅନ୍ୟ ପ୍ରାଣୀମାନେ ଅନୁଭବ କରିପାରନ୍ତି ନାହିଁ। ତା’ହେଲେ ମଣିଷ କ’ଣ ଏହି ଦୁଃଖ ଯନ୍ତ୍ରଣା ଭିତରୁ ସ୍ବୟଂକୁ ଦୂର କରିବା ସମ୍ଭବ ? ଏଥିପାଇଁ ଆମକୁ ଏକ ବୈଜ୍ଞାନିକ ଓ ପରୀକ୍ଷାମୂଳକ ଲକ୍ଷ୍ୟ ଭାବରେ ମନେକରି ନିଜ ମନ ଭିତରେ ଥିବା ପରସ୍ତ ପରସ୍ତ ଅଭିଜ୍ଞତା ଆଧାରରେ ସବୁ ଦୁଃଖ ଜଞ୍ଜାଳର କାରକଗୁଡିକୁ ଚିହ୍ନିତ କରିବାକୁ ପଡ଼ିବ। ଏହା ଖୁବ୍‌୍‌ କଷ୍ଟକର ବ୍ୟାପାର କାରଣ ଆମେ ସମସ୍ତେ ଆମ ଜୀବନର ମୋହ ସହିତ ନିବିଡ଼ ଓ ଘନିଷ୍ଠ ଭାବରେ ଜଡିତ। ଏହାର ଏକ ସହଜ ଉଦାହରଣ ହେଲା ଆମେ ଚଳଚିତ୍ରର ଏକ କରୁଣ ଦୃଶ୍ୟ ଦେଖିଲାବେଳେ ଏହା ଅଭିନୟ ଜାଣି ମଧ୍ୟ କାନ୍ଦି ପକାଉ। ତେଣୁ ଜୀବନ ଏକ ଚଳଚ୍ଚିତ୍ର ସଦୃଶ ଓ ସବୁ ମିଛ ଜାଣି ମଧ୍ୟ ଆମେ ଏହାର ମୋହରେ ବୁଡ଼ି ରହିଛେ। ପଦାର୍ଥ ବିଜ୍ଞାନର ମୂଳ ତତ୍ତ୍ୱ ଅନୁଯାୟୀ ଆଲୋକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗର କମ୍ପନ ଓ ଏହାର ମୂଳ ରଙ୍ଗ କିଛି ନ ଥାଏ। ମାତ୍ର ଏହି ଆଲୋକ ଆମ ଆଖିରେ ପଡ଼ିବା ମାତ୍ରେ ଆମେ ଭିନ୍ନ ଭିନ୍ନ ରଙ୍ଗ ଦେଖି ଥାଉ। ଯୋଉ ଗୋଲାପ ରଙ୍ଗର ଫୁଲ ଆମେ ଦେଖୁ ତାହା ପ୍ରକୃତରେ ରଙ୍ଗହୀନ ଓ ଏହାର ରଙ୍ଗ ଆମ ମସ୍ତିଷ୍କ ଭିତରେ ହିଁ ସୃଷ୍ଟି ହୋଇ ଆମକୁ ଦୃଶ୍ୟମାନ ହେଇଥାଏ। ଅର୍ଥାତ ସଂସାରରେ ଯାହା ଆମେ ଦେଖୁଛେ ଓ ଅନୁଭବ କରୁଛେ ସବୁ ମିଛ। କେବଳ ଗୋଟିଏ ସତ୍ୟ ହେଲା ସେହି ଅଦୃଶ୍ୟ ଶକ୍ତି ଯାହାର ଆମେ ଅଂଶବିଶେଷ। ବୋଧହୁଏ ଅଧ୍ୟାତ୍ମ ଏହାକୁ ଈଶ୍ୱର ବୋଲି ସମ୍ବୋଧନ କରିଥାଏ। ଆମେ ଏହାକୁ ରାମ, ଯିଶୁ ଓ ଆଲ୍ଲା ନାମରେ ନାମିତ କରିଥାଉ।
ମଣିଷର ସବୁଠୁ ବଡ଼ ସଫଳତା ହେଲା ଅସ୍ତିତ୍ୱର ଅନୁଭବ। ‘ମୁଁ’ ର ଏହି ଅନୁଭବ। ଏହି ‘ମୁଁ’ ହେଉଛି ଆମର ସମଗ୍ର ଅସ୍ତିତ୍ୱର ମୂଳ। ଯେମିତି ମାଛ ପହଁରିବା ବେଳେ କେବେ ବି ପାଣିର ଅନୁଭବ କରି ନ ଥାଏ ସେମିତି ଆମେ ଆମ ପରିଚୟ ନିଜେ ଜାଣି ପାରୁନା, କାରଣ ମୁଁ ଆମ ଶରୀର ଭିତରେ ଲୁକ୍କାୟିତ ଚେତନା ଭିତରେ ଥାଏ। ତେଣୁ ‘ମୁଁ’ର ପରିଚୟ ଖୋଜିବାକୁ ହେବ ଓ ତାହା ପାଇଗଲେ ଜୀବନର ମୂଳ ଲକ୍ଷ୍ୟ ମିଳିଯିବ ଓ ଜୀବନ ଯନ୍ତ୍ରଣାରୁ ମୁକ୍ତି ନିଶ୍ଚିତ।
ତେର ଶହ କୋଟି ବର୍ଷ ପୂର୍ବେ ବିଗ୍‌ ବ୍ୟାଙ୍ଗ ବିସ୍ଫୋରଣ ପରେ ଯେତେବେଳେ ସମଗ୍ର ବିଶ୍ୱ ଏହି ଶକ୍ତିର ଅଂଶ ଥିଲା ଆମେ ସମସ୍ତେ ସେହି ଶକ୍ତିର ଅଂଶ ଥିଲୁ ଓ ରହିଥିବୁ। ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ,ମଣିଷର ବୁଦ୍ଧି ଓ ଚିନ୍ତନ ଶକ୍ତି ଏକ ଭ୍ରମିତ ଚେତନାରେ ଗ୍ରସ୍ତ, ଯାହା ଫଳରେ ସେ ନିଜକୁ ସେହି ଚିରନ୍ତନ ଶକ୍ତିର ଏକ ଅଂଶଠାରୁ ପୃଥକ୍‌ ବୋଲି ଧରି ବସେ। ଆମେ ସମସ୍ତେ ଏକ ଜଳବିନ୍ଦୁ ସଦୃଶ, ଯାହା ଅସୀମ ସାଗରରେ ପହଁରିବା ବେଳେ ନିଜକୁ ସମୁଦ୍ରଠାରୁ ପୃଥକ୍‌ ମନେ କରେ। ହଜାର ହଜାର ବର୍ଷ ତଳେ ଭାରତୀୟ ମୁନି ରୁଷିମାନେ ଏହି ଅଭେଦ ତଥ୍ୟକୁ ଜାଣି ପାରିଥିଲେ। ପ୍ରଥମକରି ଅଣୁ ଓ ପରମାଣୁର ବର୍ଣ୍ଣନା କରି ମହର୍ଷି କଣାଦ ଆମେ ସମସ୍ତେ ସେହି ଶକ୍ତିର ଅଂଶ ବୋଲି ବୈଶ୍ୱିକା ସୂତ୍ରରେ ଲେଖିଛନ୍ତି। ଆମ ଶରୀର ସେହି ଅସଂଖ୍ୟ ଅଣୁ ଓ ପରମାଣୁକୁ ନେଇ ଗଠିତ ଓ ଜୀବନଧାରଣ କରିବାକୁ ହେଲେ ଏହି ଅଣୁଗୁଡ଼ିକ ଏକତ୍ରିତ ସମନ୍ବୟ ରକ୍ଷା କରିଥାଏ। ଶରୀର କେବେ ମରି ନ ଥାଏ, କାରଣ ଏହି ଅଣୁଗୁଡ଼ିକର ଅସ୍ତିତ୍ୱ କେବେ ଲୋପ ପାଇ ନ ଥାଏ ଓ ତାହା ବ୍ୟକ୍ତିର ଶରୀର ଅବସାନ ପରେ ସେହି ଶକ୍ତିରେ ମିଶି ଯାଇଥାଏ। ଅର୍ଥାତ ବିଜ୍ଞାନ ଓ ଅଧ୍ୟାତ୍ମ ଦୁନିଆ ଏକମତ ଯେ, ଉଭୟ ମନ ଓ ଶରୀର ସେହି ଅଦୃଶ୍ୟ ଶକ୍ତିର ଏକ ଅସ୍ଥାୟୀ ଅବସ୍ଥା ମାତ୍ର। ତେଣୁ ମଣିଷ ଆନନ୍ଦରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଦରକାର, କାରଣ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା।
ପୂର୍ବ ସିଂଭୁମି, ଯାଦୁଗୁଡ଼ା,ଝାଡ଼ଖଣ୍ଡ ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?