ଘରଢିଙ୍କି କୁମ୍ଭୀର

ଅଭିମନ୍ୟୁ ଧଳ

ଢିଙ୍କିର ପ୍ରଚଳନ ଯଦିଓ ହ୍ରାସ ପାଇଛି ପରନ୍ତୁ ଏହା ଆମ ସଂସ୍କୃତି, ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପରିବାର ସଦସ୍ୟଙ୍କ ଭଳି ଏହା ପାଇଁ ସ୍ବତନ୍ତ୍ର ଘର ଯାହାକୁ ଆମେ ଢିଙ୍କିଶାଳ ବୋଲି କହିଥାଉ। ଏଥିରେ ବିଭିନ୍ନ ଶସ୍ୟ ଗୁଣ୍ଡ କରିବା, ଧାନରୁ ଚାଉଳ ବାହାର କରିବା, ଯାହାକୁ ଆମେ ଢିଙ୍କିକୁଟା ଚାଉଳ ବୋଲି କହିଥାଉ ତାହା ଆଜି ଦୁର୍ଲଭ। ବିବାହ ବ୍ରତ ଓ ବିଭିନ୍ନ ପୂଜା ପାର୍ବଣରେ ଏହାକୁ ପୂଜା କରାଯାଏ। ଝିଅ ମାନଙ୍କର କାନ୍ଦଣା ଶିଖିବା ଏହାଥିଲା ଏକମାତ୍ର ନିରୋଳା ସ୍ଥାନ। ଖରାବେଳେ ମା’ ମାନେ ଏହି ଢିଙ୍କିଶାଳରେ ବସି ତାସ୍‌ ଓ ଲୁଡୁ ଖେଳିଥାନ୍ତି। ଧାନକୁଟିବା ବେଳେ ଶାଶୁ, ବୋହୂ, ନଣନ୍ଦଙ୍କ ମନରେ ଯାହା ଅଶାନ୍ତି ଥାଏ ସେହିଠାରେ ହିଁ ଆଲୋଚନା କରାଯାଇ ସମାଧାନର ବାଟ ବାହାରେ ଓ ଫାଟିଯାଇଥିବା ମନ ପୁଣି ଯୋଡ଼ି ହୋଇଯାଏ। ଏହି ଚାରିଫୁଟିଆ କାଠ ଯିଏକି ଏକ କୁମ୍ଭୀର ପରି ଦେଖାଯାଇଥାଏ ନିର୍ଜୀବ କାଠଗଡ଼ଟିଏ ହେଲେ ମଧ୍ୟ ସେ ଘରର ଭଲ ମନ୍ଦ ସବୁ ଜାଣିଥାଏ। ଏହି କୁମ୍ଭୀର ଆକୃତି ଢିଙ୍କି ଯଦି କୁମ୍ଭୀର ହୋଇଗଲା ତାହା ପରିବାର ପାଇଁ ମହା ବିପଦ ସୃଷ୍ଟି କରେ। ଅର୍ଥାତ୍‌ ଘରର କୌଣସି ସଦସ୍ୟ ଯଦି ଘରର ଗୁମର ପଦାରେ ପ୍ରକାଶ କରନ୍ତି, ତେବେ କେତେକ ଖଳ ପ୍ରକୃତିର ଲୋକ ଏହାର ଫାଇଦା ନେଇ ଘର ଭାଙ୍ଗିବା ନାମରେ ଲାଗିପଡ଼ନ୍ତି। ସେହିଭଳି ସର୍ବବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଘରଢିଙ୍କି କୁମ୍ଭୀର ସାଜିବା ଅନ୍ତର୍ଘାତୀ ତଥା ଦେଶଦ୍ରୋହ। ଏହିଭଳି କୁମ୍ଭୀରମାନଙ୍କ ଚକ୍ରାନ୍ତରେ ଆମ ଦେଶ ଶହଶହ ବର୍ଷ ବିଦେଶୀ ଶାସକମାନଙ୍କ ଦ୍ୱାରା ଶାସିତ ହେଲା। ସ୍ବର୍ଣ୍ଣପ୍ରସୂ ଭାରତରୁ ଧନରନତ୍ ଲୁଟ୍‌ କରିବା ସହିତ କେତେ ଯେ ଜୀବନ ନେଇଛନ୍ତି ଇତିହାସ ତା’ର ମୂକସାକ୍ଷୀ।
ଦେଶ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ମଧ୍ୟ ଏଇ ବେଇମାନମାନେ ଅର୍ଥ ସୁନ୍ଦରୀ ଲଳନାଙ୍କ ଆକର୍ଷଣୀୟ କଣ୍ଠସ୍ବର, ପ୍ରେମରେ ବାଉଳା ହୋଇ ଭାରତର ଆଣବିକ ଗୁପ୍ତତଥ୍ୟ ପାକିସ୍ତାନକୁ ବିକି ଦେଉଛନ୍ତି। ଆମ ଓଡ଼ିଶାର ଏହି ପାଷାଣ୍ଡମାନେ ଏଭଳି ଅବିଶ୍ୱାସ ତଥା ଦେଶଦ୍ରୋହ ମାମଲାରେ ଧରାପଡ଼ିବା ସଂସ୍କୃତି ସମ୍ପନ୍ନ ରାଜ୍ୟ ଉତ୍କଳର ଗୋଟିଏ ଲେଖାଏଁ କଳଙ୍କିତ ଇତିହାସ। ଦେଶର ୧୩୫ କୋଟିରୁ ଊର୍ଦ୍ଧ୍ୱ ନାଗରିକ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ତ୍ରିରଙ୍ଗା ପତାକା ତଳେ ବିଶ୍ୱାସକୁ ଆଧାର କରି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନ ପାଇଁ ବଦ୍ଧପରିକର ଥିଲା ବେଳେ ଓ ଆମକୁ ସୁରକ୍ଷା ଦେବା ପାଇଁ ଲକ୍ଷ ଲକ୍ଷ ବୀର ସୈନିକ ଜୀବନକୁ ଉତ୍ସର୍ଗକରି ଶୀତ, କାକର, ବରଫ, ଗ୍ରୀଷ୍ମ, ବର୍ଷାକୁ ଖାତିର ନ କରି ଶତ୍ରୁର ଉଚିତ୍‌ ମୁକାବିଲା ପାଇଁ ଦିବସ ରଜନୀ ଜାଗ୍ରତ ଥିବା ବେଳେ ଆମ ଭିତରୁ କେତେକ ବିଶ୍ୱାସଘାତକ ମିର୍ଜାଫର୍‌ ଦେଶର ଗୁପ୍ତତଥ୍ୟ ଶତ୍ରୁ ରାଷ୍ଟ୍ରକୁ ବିକ୍ରି କରୁଛନ୍ତି।
ଛଅବର୍ଷ ତଳେ ଈଶ୍ୱର ବେହେରା ନାମକ ଜଣେ ଫଟୋଗ୍ରାଫର ଯିଏ କି ଚାନ୍ଦିପୁର କ୍ଷେପଣାସ୍ତ୍ରରେ କାର୍ଯ୍ୟରତ ଥିଲେ, ମୋଟା ଟଙ୍କା ଲୋଭରେ ଆବୁଧାବି, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ବିହାର, ମିରଟରୁ ତାଙ୍କ ନିକଟକୁ ଇଣ୍ଟରନେଟ୍‌ ବ୍ୟାଙ୍କିଗ୍‌ ଯୋଗେ ଟଙ୍କା ଆସିଥିବା ପ୍ରମାଣ ଲାଗିଥିଲା। ଆଇ.ଟି.ଆର. କ୍ଷେପଣାସ୍ତ୍ର ସହିତ ଘାଟିର ଫଟୋ ଓ ଭିଡିଓ କଲିକତାରେ ଥିବା ହ୍ୟାଣ୍ଡଲର୍‌କୁ ଦେଇଥିବା ପୋଲିସ୍‌ ନିକଟରେ ପ୍ରମାଣ ଥିଲା। ଏତେ ସବୁ ପ୍ରମାଣ ପରେ କେବଳ ଦେଶ ଓ ବିଶ୍ୱରେ ସୃଷ୍ଟି କରିଥିବା ପାଞ୍ଚଜଣ ଅଭିଯୁକ୍ତ ଆଇଟିଆର୍‌ ତଥ୍ୟ ଲିକ୍‌ ମାମଲାରେ ସଂପୃକ୍ତ ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି। ତଳସ୍ତରର କର୍ମଚାରୀ ସେମାନେ ପୁଣି ଅସ୍ଥାୟୀ,ସେମାନଙ୍କ ହାତରେ ପୁଣି କ୍ଷେପଣାସ୍ତ୍ର ବ୍ରହ୍ମାସ୍ତ୍ରର ତଥ୍ୟ ପଡିଲା କେମିତି? ଆମ କ୍ଷେପଣାସ୍ତ୍ର ଘାଟିର ନିରାପତ୍ତା ଏହିଭଳି ଗୁପ୍ତତଥ୍ୟ ଏମାନେ ପାଇଲେ କେମିତି? ଏଠାରେ ପ୍ରଶ୍ନ ଉଠେ ଆମ ଦେଶରେ କେବଳ ଛୋଟ ମାଛକୁ ଧରି କାହା ଦ୍ୱାରା ନିଆଯାଏ। ଯେଉଁମାନେ ବଡମାଛ ବା ମୁଖ୍ୟ କାର୍ପଟଦାର ସେମାନେ ଅନାୟସରେ ଖସିଯାଆନ୍ତି। ବିଗତଦିନରେ ଜଣେ ଆର୍ମି ଅଫିସର ଜଣେ ସୁନ୍ଦରୀ ତରୁଣୀ ପ୍ରେମରେ ପାଗଳ ହୋଇ ଦେଶର ସାମରିକ ତଥ୍ୟ ଯୋଗାଉଥିଲେ। ଭାରତର ଦୁର୍ବଳ ଗୋଇନ୍ଦା ସଂସ୍ଥାର ନିଷ୍କ୍ରିୟତା ଯୋଗୁ ଏହା ବିଶ୍ୱାସଘାତକମାନଙ୍କୁ ସୁହାଉଛି।
ଆମର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନା ଏକାଧିକବାର ବନ୍ଧୁତ୍ୱର ହାତ ବଢ଼ାଇ ଆମ ସହିତ ଅବିଶ୍ୱାସ କରିଛନ୍ତି। ଏମାନେ ଦୁଇଟି ବିଷଧର ସର୍ପ। ଚାଇନା ନାଗସାପ ହେଲେ ପାକିସ୍ତାନ ତମ୍ପସାପ। ‘ସର୍ପରେ ଜନ୍ମଦେଲୁ ମୋତେ, ସ୍ବାଭାବ ଛାଡ଼ିବି କେମନ୍ତେ’ ଭାଗବତର ଏହି ବାଣୀ ସେହି ଦୁଇ ଦେଶ ପାଇଁ ପ୍ରଯୁଜ୍ୟ। ଆମ ଦେଶ ଭିତରେ ଘରଢିଙ୍କି କୁମ୍ଭୀରଙ୍କ ଦ୍ୱାରା ଅନେକ ଧନଜୀବନ ଯାଉଛି। ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ମାଓବାଦୀଙ୍କ ଆକ୍ରମଣରେ ଯବାନ ଓ ପୋଲିସ୍‌ ନିହତ ହେବା ଏହାଙ୍କ କୁକାର୍ଯ୍ୟ। ଯେତେଥର ଆମ ଯବାନ ଓ ପୋଲିସ ଶହୀଦ୍‌ ହୁଅନ୍ତି ଏମାନଙ୍କ ଭିତରୁ ଗୁପ୍ତ ତଥ୍ୟ ସେମାନଙ୍କୁ ଯୋଗାଇ ଦିଆଯାଏ । ଏହା ନିଶ୍ଚୟ ଆମର ଦୁର୍ବଳତା, ସେମାନଙ୍କ ଗୁପ୍ତ ଖବର ଥାନାରେ ପହଞ୍ଚତ୍ଲେ ଏହି ଖବରଦାତାମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ପାଆନ୍ତି। ଏହାତ ଘରଢିଙ୍କି କୁମ୍ଭୀରଙ୍କ କାର୍‌ସାଦି ଦେଶଦ୍ରୋହ କାର୍ଯ୍ୟ।
ହଜାର ହଜାର ବର୍ଷ ହେବ ଆମ ଇତିହାସରୁ ଜଣାପଡ଼େ ଭାରତର ସ୍ବାଧୀନ ରାଜ୍ୟର ରାଜା ବା ଶାସକଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁ ପରସ୍ପର ପ୍ରତି ପ୍ରତିଶୋଧ ପରାୟଣ ହୋଇ ଘରଢିଙ୍କି କୁମ୍ଭୀର ସାଜି ବହିଃଶତ୍ରୁକୁ ଆମନ୍ତ୍ରଣ କରିଥିଲେ। ସ୍ବାଧୀନତା ପରେ ଏହି ଜଘନ୍ୟ କାମ ଜାରି ରହିଛି। ଯେଉଁ ଜନ୍ମଭୂମିର ପାଣି, ପବନ, ଆଲୋକ ସର୍ବୋପରି ବଞ୍ଚତ୍ବାର ସମସ୍ତ ସ୍ବାଧୀନ ଲାଭ କରି ବଞ୍ଚତ୍ରହିଛନ୍ତି। ନାରୀ ଓ ଅର୍ଥ ମୋହରେ ଦେଶ ବିରୋଧୀ କାମ କରିବା ଅକ୍ଷମଣୀୟ ଅପରାଧ। ଆମର ଗୋଇନ୍ଦା ସଂସ୍ଥା ସକ୍ରିୟ ହେବା ଉଚିତ୍‌। ଭାରତୀୟ ମହାନ୍‌ ସଂସ୍କୃତି ‘ଭାରତବାସୀ ଭାରି ସାହସୀ’ ‘ଆମେ ସରବେ ଭାଇ ଭାଇ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହେଲେ‘ଘରଢିଙ୍କି କୁମ୍ଭୀର’ ପରି ଶବ୍ଦର ବିଲୋପ ଘଟିବ।
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?