Posted inଖେଳ

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଫେଡରର

ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨ ଥର ଅସ୍ତ୍ରୋପଚାର ହୋଇଥିବାରୁ ଏପରି ଏକ ମ୍ୟାଚ ପରେ ଆଉ ଖେଳ ବଜାୟ ରଖିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ଏହି ୩୯ ବର୍ଷୀୟ ଖେଳାଳି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଫେଡରରଙ୍କୁ ଜର୍ମାନୀର ଡୋମିନିକ କୋଏଫର ତୃତୀୟ ରାଉଣ୍ଡରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଶେଷରେ ଫେଡରର ୭-୬(୭/୫), ୬-୭(୩/୭), ୭-୬(୭/୪), ୭-୫ ସେଟ୍‌ରେ ବିଜୟ ହାସଲ କରିଥିଲେ। ଆହତ ସମସ୍ୟା ଯୋଗୁ ଫେଡରର ମାତ୍ର ୩ଟି ମ୍ୟାଚ ଖେଳି ଫ୍ରେଞ୍ଚ୍‌ ଓପନ ଆସିଥିଲେ। ତେଣୁ ତାଙ୍କ ଟାଇଟଲ ହାସଲ ଆଶା କମ୍‌ ବୋଲି ଅନେକ ପୂର୍ବାନୁମାନ କରିଥିଲେ। ତୃତୀୟ ରାଉଣ୍ଡରେ ସଂଘର୍ଷ ତାଙ୍କ ପାଇଁ ସତର୍କଘଣ୍ଟି ସଦୃଶ ହୋଇଥିଲା। ୨୭ ବର୍ଷୀୟ ବାମହାତୀ କୋଏଫର ୫୬ ର଼୍ୟାଙ୍କ୍‌ଫ୍ରାପ୍ତ ଖେଳାଳି। ସେ ଟୁର୍‌ ସ୍ତରରେ କେବେ ଟାଇଟଲ ଜିତି ନ ଥିବାବେଳେ ମାତ୍ର ଥରେ କୌଣସି ବଡ଼ ପ୍ରତିଯୋଗିତାର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ଯାଇ ପାରିଛନ୍ତି। ମାତ୍ର ତାଙ୍କ ବିରୋଧରେ ଫେଡରର ସାଢ଼େ ୩ ଘଣ୍ଟା ସମୟ ନେଇ ସଂଘର୍ଷ କରଥିଲେ। ଏହାକୁ ମିଶାଇ ୬୮ଥରପାଇଁ ସେ ବଡ଼ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରଥିଲେ। ଏ କ୍ଷେତ୍ରରେ ସେ ନୋଭାକ୍‌ ଜୋକୋଭିଚ୍‌ (୫୪) ଏବଂ ରାଫାଲ ନାଡାଲ(୫୦)ଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ଅଗଷ୍ଟ ୮ରେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୧୭ ବର୍ଷ ପୂର୍ବରୁ ଫ୍ରେଞ୍ଚ୍‌ ଓପନ ୩ୟ ରାଉଣ୍ଡରୁ ବିଦାୟ ନେଇଥିଲେ। ୨୦୦୯ରେ ସେ ଚାମ୍ପିୟନ ହୋଇଥିବାବେଳେ ଅନ୍ୟ ୪ଥର ଫାଇନାଲରେ ପ୍ରବେଶ କରି ରାଫାଲ ନାଡାଲଙ୍କଠାରୁ ହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri