Posted inଖେଳ

ଫେଡେରେଶନ କପ୍‌ ଆଥଲେଟିକ୍ସ ୧୦୦ ମି. ରେସ୍‌: ଦୂତୀଙ୍କୁ ରୌପ୍ୟ, ଅମିୟ ୭ମ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାର ଏନ୍‌ଏସ ଏନ୍‌ଆଇଏସ୍‌ରେ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡଧାରିଣୀ ଓଡ଼ିଶାର ଦୂତୀ ଚାନ୍ଦ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଦୂତୀ ୧୧.୫୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ହିଟ୍‌ରେ ଭଲ ଟାଇମିଂ ରଖିଥିବା ତାମିଲନାଡ଼ୁର ଧନଲକ୍ଷ୍ମୀ ସେହି ପ୍ରଦର୍ଶନ ବଜାୟ ରଖି ୧୧.୩୯ ସେକେଣ୍ଡ ସହିତ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଅନ୍ୟତମ ତାମିଲନାଡ଼ୁ ଧାବିକା ଅର୍ଚ୍ଚନା ସୁସେନ୍ଦ୍ରନ ୧୧.୭୬ ସେକେଣ୍ଡ ସମୟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପଶ୍ଚିମବଙ୍ଗର ହିମାଶ୍ରୀ ରୟ, କର୍ନାଟକର ଧନେଶ୍ୱରୀ ଏ.ଟି., ତାମିଲନାଡ଼ୁର ସି. କାନିମୋଝି ଓ ମହାରାଷ୍ଟ୍ରର ଡିଣ୍ଡ୍ରା ଡୁଡ୍‌ଲି ଭାଲାଡା ପରବର୍ତ୍ତୀ ୪ ସ୍ଥାନରେ ରହିଛନ୍ତି। ଫଲ୍ସ ଷ୍ଟାର୍ଟ ଯୋଗୁ ଆସାମର ହିମା ଦାସ ରେସ୍‌ରୁ ବାଦ୍‌ ପଡ଼ିଥିଲେ। ପୁରୁଷ ବିଭାଗରେ ଜାତୀୟ ରେକର୍ଡଧାରି ଓଡ଼ିଶାର ଅମିୟ କୁମାର ମଲିକ ନିରାଶ କରିଛନ୍ତି। ୮ ପ୍ରତିଯୋଗୀ ବିଶିଷ୍ଟ ପୁରୁଷ ୧୦୦ ମିଟର ଫାଇନାଲରେ ସେ ୧୦.୭୫ ସେକେଣ୍ଡ ସମୟ ନେଇ ୭ମ ସ୍ଥାନରେ ରହିଛନ୍ତି। ହିଟ୍‌ ଓ ସେମିଫାଇନାଲରେ ଅମିୟ ୧୦.୭୩ ସେକେଣ୍ଡ ସମୟ ନେଇଥିଲେ। ପଞ୍ଜାବର ଗୁରିନ୍ଦରବୀର ସିଂ ୧୦.୩୨ ସେକେଣ୍ଡ ସହ ସ୍ବର୍ଣ୍ଣ, ତାମିଲନାଡ଼ୁର ଇ. କାନ୍ନାଡା ୧୦.୪୩ ସେକେଣ୍ଡ ନେଇ ରୌପ୍ୟ ଏବଂ ମହାରାଷ୍ଟ୍ରର କ୍ରିଷ୍ଣକୁମାର ସତୀଶ ଆର.୧୦.୫୬ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri