ରତ୍ନଭଣ୍ଡାରକୁ ଡର

ପୁରୀ ଅଫିସ,୨୬।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇପଡ଼ିଥିବାରୁ ଏହାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ମରାମତି କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଆସୁଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନୀରବ ରହିଥିବାବେଳେ ପରିଚାଳନା କମିଟିରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହେଉ ବୋଲି କେତେଜଣ ସଦସ୍ୟ ଚାହଁୁଥିବାବେଳେ ଅନ୍ୟ କେତେଜଣ ଏ ନେଇ ମୁହଁ ଖୋଲିବାକୁ ନାରାଜ। ତେଣୁ ରତ୍ନଭଣ୍ଡାର ଖୋଲାଯିବାକୁ ରାଜ୍ୟ ସରକାର ଏବଂ ପରିଚାଳନା କମିଟି ଏକପ୍ରକାର ଭୟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
ଅନୁଯାୟୀ, ଆଗାମୀ ପରିଚାଳନା କମିଟି ବୈଠକର କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ପାଇପାରିନାହିଁ। ତେଣୁ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି। ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତ, ୨୦୧୮ ମସିହାରେ ଦାଖଲ ହୋଇଥିବା ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟକୁ ଇତିମଧ୍ୟରେ ୪ବର୍ଷ ପୂରିଲାଣି। ଏହାପରେ ଗତ ଅଗଷ୍ଟରେ ଏଏସ୍‌ଆଇ ପୁଣି ଥରେ ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ଏକ ଚିଠି ଲେଖି ଏହାର ମରାମତି ଦାବି କରିଛି। ଏଣୁ ଏହି ପ୍ରସଙ୍ଗରେ ଆଗାମୀ ପରିଚାଳନା କମିଟି ବୈଠକଗୁଡ଼ିକରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ଓ ମରାମତି ନେଇ ଆନୁଷଙ୍ଗିକ ପ୍ରସ୍ତୁତି ପାଇଁ କେତେ ସମୟ ଲାଗିବ ସେ ସଂକ୍ରାନ୍ତରେ ଆଲୋଚନା ହେବ। ଏଥିସହ ରତ୍ନଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାର କିଭଳି ଭାବେ ସ୍ଥାନାନ୍ତର କରାଯିବ, ତାହାକୁ ମଧ୍ୟ ଆଲୋଚନାରେ ସାମିଲ କରାଯିବ। ରତ୍ନଭଣ୍ଡାର ଖୋଲାଯିବା ଓ ଏହାର ଚାବି ସମ୍ପର୍କରେ ଦୁଇଟି ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ଦୁଇ ମାମଲା ସଂକ୍ରାନ୍ତରେ ବିଚାରବିମର୍ଶ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର ସୁରକ୍ଷା ପାଇଁ ପରିଚାଳନା କମିଟି ସଦା ସଜାଗ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ମୁଖ୍ୟତଃ ଗତ ଅଗଷ୍ଟ ୬ ପରିଚାଳନା କମିଟିର ବିବରଣୀ ଦୃଢ଼ୀକରଣ, ମେ ୨୧ ଓ ଜୁନ ୭ ବୈଠକର ବିବରଣୀ ଅନୁପାଳନ, ନୀତି ସମ୍ପର୍କିତ ଆଲୋଚନା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି, ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବା ନେଇ ନିଷ୍ପତ୍ତି ହୋଇଛି। ତେବେ ଆଲୋଚନା କାର୍ଯ୍ୟସୂଚୀରେ ରତ୍ନଭଣ୍ଡାର ପ୍ରସଙ୍ଗ ନାହିଁ। ତେଣୁ ଏହା ଉପରେ ଆଲୋଚନା ହେବ କି ନାହିଁ ତାହା କହିବା ସମ୍ଭବପର ନୁହେଁ। ଆଲୋଚନାରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ସାମିଲ କରିବାକୁ ହେଲେ ସଭାପତିଙ୍କ ଅନୁମୋଦନ ଆବଶ୍ୟକ ହେବ। ଏଣୁ କମିଟି ସଦସ୍ୟ ଦାବି କଲେ ଏବଂ ଅଧ୍ୟକ୍ଷ ଅନୁମୋଦନ ଦେଲେ ହିଁ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇପାରେ। ସେହିପରି କମିଟିର ଅନ୍ୟତମ ସଦସ୍ୟ ମାଧବ ପୂଜାପଣ୍ଡା ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ସେ କହିଛନ୍ତି, ତାହା ଆଲୋଚନା ହୋଇପାରେ ଏବଂ ନ ହୋଇ ବି ପାରେ। ଏବେଠୁ କିଛି କହିହେବନାହିଁ। ଅନ୍ୟପକ୍ଷରେ ଏ ନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ମାତ୍ର କୌଣସି ଅଡୁଆ ପରିସ୍ଥିତିରେ ପଡ଼ିବା ଆଶଙ୍କାରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାକୁ ଡରୁଥିବାରୁ ପରିଚାଳନା କମିଟି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ବାଧ୍ୟ ହେଉଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। ତେବେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ଲେଖିଥିବା ଚିଠି ଉପରେ ଅନୁଧ୍ୟାନ କରାଯାଉଛି ବୋଲି ଗତ ୨୩ ତାରିଖରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗଣମାଧ୍ୟମକୁ କହିଥିଲେ।
୨୦୧୮ ଏପ୍ରିଲ ୪ ତାରିଖରେ ୧୭ଜଣିଆ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯିବା ପୂର୍ବରୁ ହାଇକୋର୍ଟ ଏହାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି କମିଟି କହିଥିଲା, ବାହାରୁ ସ୍ଥିତି ଅନୁଧ୍ୟାନ କରାଯାଉଥିବାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଅଜଣା। ମାତ୍ର ରତ୍ନଭଣ୍ଡାର କାନ୍ଥ ପ୍ଲାଷ୍ଟର ଦୁର୍ବଳ ରହିଛି। ଫମ୍ପା ଶବ୍ଦ ହେଉଛି। ଭିତର ରତ୍ନଭଣ୍ଡାର ଯିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର ଯାଞ୍ଚ କରି ଫେରିଛୁ। ଏଣୁ ଭିତର ରତ୍ନଭଣ୍ଡାର ପ୍ରବେଶ ଅନୁମତି ମିଳୁ। ଯାହାଫଳରେ ବୈଷୟିକ ଦୃଷ୍ଟିକୋଣରୁ ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ ଅଧିକ ଜାଣିବା ସହଜ ହେବ। ତେବେ ବୈଷୟିକ କମିଟିର ଏହି ପ୍ରସ୍ତାବକୁ ପରିଚାଳନା କମିଟି ଏଯାବତ୍‌ କାର୍ଯ୍ୟକାରୀ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?