Posted inଜାତୀୟ

ନୀତୀଶଙ୍କ ଭୟ: ୬ ଥର ମୁଖ୍ୟମନ୍ତ୍ରୀ ହୋଇ ବି ୧୬ ବର୍ଷଧରି ଲଢ଼ି ନାହାନ୍ତି ନିର୍ବାଚନ

ପାଟନା, ୧୫।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏନେଇ ରାଜ୍ୟରେ ରାଜନୈତିକ ସ୍ଥିତି ବେଶ୍‌ ଚଳଚଞ୍ଚଳ ହେବାରେ ଲାଗିଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ବିକାଶ ପାଇଁ କହୁ କାର୍ଯ୍ୟ କରିଥିବା କହୁଛନ୍ତି। ତେବେ ବିଧାନସଭା ନିର୍ବାଚନ ଲଢ଼ିବାରେ ତାଙ୍କ ମନରେ ଭାରି ଭୟ ରହିଥିବା ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ନୀତୀଶ ୬ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଗତ ୧୬ ବର୍ଷ ଧରି ସେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି। ବିଧାନ ପରିଷଦ ସଦସ୍ୟଭାବେ ସେ ୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛନ୍ତି। ୧୯୮୫ରେ ପ୍ରଥମଥର ସେ ହରନୌମ ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଏହାପରେ ସେ ୧୯୯୧, ୧୯୯୬, ୧୯୯୮,୧୯୯୯ ଏବଂ ୨୦୦୪ ଲୋକ ସଭା ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି। ଶେଷଥର ପାଇଁ ୨୦୦୪ରେ ସେ ନାଳନ୍ଦା ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ତେବେ ଏହାପରେ ସେ ଲୋକ ସଭା ଅବା ବିଧାନସଭା କୌଣସି ନିର୍ବାଚନ ଲଢ଼ି ନାହାନ୍ତି। ରାଜ୍ୟର ଜନତା ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ପ୍ରାୟତଃ ଭୋଟ ଦ୍ୱାରା ଜଣାପଡ଼ିଥାଏ। ମାତ୍ର ନୀତୀଶ ଏଥିରୁ ଓହରି ବିଧାନପରିଷଦରୁ ନିର୍ବାଚିତ ହେବାକୁ ସୁରକ୍ଷିତ ମଣୁଥିବା ଚର୍ଚ୍ଚା ହେଉଛି। ୨୦୦୦ରେ ମାର୍ଚ୍ଚ ୩ରେ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ତେବେ ୭ ଦିନ ପରେ ମାର୍ଚ୍ଚ ୧୦ରେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ୨୦୦୫ ନଭେମ୍ବର ୨୪ରୁ ୨୦୧୦ ନଭେମ୍ବର ୨୪, ୨୦୧୦ ନଭେମ୍ବର ୨୫ରୁ ୨୦୧୪ ମେ ୧୯, ୨୦୧୫ ଫେବୃୟାରୀ ୨୨ରୁ ୨୦୧୫ ନଭେମ୍ବର ୧୯, ୨୦୧୫ ନଭେମ୍ବର ୨୦ରୁ ୨୦୧୭ ଜୁଲାଇ ୨୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ୨୦୧୭ ଜୁଲାଇ ୨୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ରାଜ୍ୟର ଶାସନ ଡୋରି ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ...

ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ

ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ...

ଏମ୍ସରେ ଅମିତ ଶାହା

ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା...

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ...

ଦେଶ ବିରୋଧରେ ଭୁଲ ଖବର ପ୍ରଚାର ପ୍ରସାର କରୁଥିବା ୱେବସାଇଟ ଓ ଚ୍ୟାନେଲକୁ କରାଯିବ ବ୍ଲକ

ନୂଆଦିଲ୍ଲୀ,୨୦ ।୧: ଦେଶ ବିରୋଧି ଖବର ପ୍ରଚାର ପ୍ରସାର କରୁଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କରିବା ପରେ ଏବେ ସୂଚନା...

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ...

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ କରୋନା

ନୂଆଦିଲ୍ଲୀ,୮।୮-କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ...

Advertisement
Archives

Model This Week