ଡେଙ୍ଗୁକୁ ନେଇ ଜଗତ୍‌ସିଂହପୁରରେ ବଢୁଛି ଭୟ

ଜଗତ୍‌ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର ଜଣେ, ତାରପୁରର ଜଣେ, ରଘୁନାଥପୁର ବଡ଼ତିହଡ଼ା ଜଣେ, ଜଗତ୍‌ସିଂହପୁର ପୌର ପରିଷଦ ଜଣେ, ଜଗତ୍‌ସିଂହପୁର ପାଟେଣୀଗଁା ଜଣେ, କୁଜଙ୍ଗ ବାଲିଆ ଜଣେ, କୁଜଙ୍ଗ ପିପଳ ଜଣେ, ଏରସମା ଜିରେଇଲୋ ଜଣେ, ଓଡ଼ିଶୋ ଅଭିଧାଆନନ୍ଦପୁରରୁ ଜଣେ ଚିହ୍ନଟ ହୋଇଥିବା ଜିଲା ମ୍ୟାଲେରିଆ ଅଧିକାରୀ (ଡିଏମ୍‌ଓ) ଡା. କ୍ଷେତ୍ରବାସୀ ଦାଶ ସୂଚନା ଦେଇଛନ୍ତି। ଆଗକୁ ସଂଖ୍ୟା ଯଥେଷ୍ଟ ବଢ଼ିବା ଆଶଙ୍କା କରାଯାଉଛି। କାରଣ ଜଗତ୍‌ସିଂହପୁର ଜିଲା ଏକ ତଳିଆ ଅଞ୍ଚଳ। ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ରୁହେ। ବାଉଁଶବୁଦା, ଅଦରକାରୀ ପ୍ଲାଷ୍ଟିକ୍‌ ଆଦି ସାମଗ୍ରୀରେ ପାଣି ଜମି ରହି ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍‌ ମଶାକୁ ବଂଶବିସ୍ତାର କରିବାକୁ ସୁଯୋଗଦିଏ। ବିଗତ ବର୍ଷଗୁଡ଼ିକର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୨୦ରେ ଜିଲାରେ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୯ରେ ୨୪୯, ୨୦୧୮ରେ ୧୦୫୬, ୨୦୧୭ରେ ୨୩୫ ଓ ୨୦୧୬ରେ ୩୩୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପରେ ଡେଙ୍ଗୁ ରୋଗୀ ଚିହ୍ନଟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଉପରୋକ୍ତ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଉଛି। ମଶାରି ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି। ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ୍‌ଓ (ମେଡିକାଲ) ଡା. ଅଜୟ ସ୍ବାଇଁ ସୂଚନା ଦେଇ କହିଛନ୍ତି, ଜୁଲାଇ ୨୯ ସୁଦ୍ଧା ଜିଲାରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଇତିମଧ୍ୟରେ ୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଜଣେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ୩ଟି ଶଯ୍ୟା ଓ ମଶାରି ଆଦି ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ କହିବା କଥା ହେଲା, ଜଗତ୍‌ସିଂହପୁର ପୌର ପରିଷଦ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିରାକରଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ମଶାଧୂଅଁା କି ନାଳ ନର୍ଦ୍ଦମାରେ ମଶା ମାରିବାକୁ ତେଲ ପକାଯାଉ ନାହିଁ। ଅତୀତରେ ଯେଉଁସବୁ ସ୍ଥାନରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସେସବୁ ଗଁା ଓ ୱାର୍ଡ ସମେତ ଜିଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ସଚେତନତା କରାଯାଉନାହିଁ। କେବଳ ଉପରଠାଉରିଆ ଭାବେ ଗାଡ଼ି ସାହାଯ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଉଛି। ଆଶ୍ଚର୍ଯ୍ୟର କଥା ହେଲା ନିର୍ଦ୍ଦିିଷ୍ଟ ରାସ୍ତାରେ ଏହି ଗାଡ଼ି ଯାଉଥିବା ବେଳେ କ’ଣ ବାର୍ତ୍ତା ଦିଆଯାଉଛି ତାହା ମଧ୍ୟ ସ୍ପଷ୍ଟ ହେଉନି। କେନାଲ, ଡ୍ରେନ୍‌ ଆଦି ଠିକ୍‌ ଭାବେ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ...

ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପରଜଙ୍ଗ, ୩।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଗୁରୁତର ତ୍ରୁଟି ହୋଇଛି। ଦୁଇଟି ପରବର୍ତ୍ତେ ଗୋଟିଏ ଷ୍ଟିଚ୍‌ କରାଯାଇଥିବାରୁ...

ନିଜଆଡୁ ବଜାର ବନ୍ଦ କଲା ବ୍ୟବସାୟୀ ସଂଘ

ଟିଟିଲାଗଡ଼,୨୩।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ଆହ୍ବାନ...

କରୋନାରେ ସିଏମ୍‌ସି ଅଧିକାରୀଙ୍କ ମୃତ୍ୟୁ

କଟକ ଅଫିସ, ୫।୧୦-କଟକ ମହାନଗର ନିଗମ (ସିଏମ୍‌ସି) ପରିସଂଖ୍ୟାନ ଅଧିକାରୀ ବିଶ୍ୱନାଥ ଲେଙ୍କା(୪୯)ଙ୍କ କରୋନାରେ ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ...

ବାର୍‌ହା ମୃତଦେହ ଉଦ୍ଧାର, ୪ ଶିକାରୀ ଗିରଫ

ରାଜନଗର, ୬।୧୨ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନର ସୁନେଇରୂପେଇ ଜଙ୍ଗଲରୁ ବାର୍‌ହା ଶିକାର କରିବା ଅଭିଯୋଗରେ ୪ଜଣ ଶିକାରୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେମାନେ...

ମମିତା ହତ୍ୟା ମାମଲା: ପୋଲିସ ହାତରେ ଲାଗିଲା ଆଉ କିଛି ନୂଆ ତଥ୍ୟ

ଭବାନିପାଟଣା,୫।୧୧(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସକୁ...

ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି

ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଅଭିଯୋଗ: ଜିଲାପାଳଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଅଫିସ,୨୭।୮: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ରନ୍ଧା ଖାଦ୍ୟ ନିମ୍ନମାନର ନେଇ ସୋମବାର ରାତିରେ ରୋଗୀଙ୍କ ସମ୍ପର୍କୀୟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...

Advertisement
Archives

Model This Week