ଡେଙ୍ଗୁକୁ ନେଇ ଜଗତ୍‌ସିଂହପୁରରେ ବଢୁଛି ଭୟ

ଜଗତ୍‌ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର ଜଣେ, ତାରପୁରର ଜଣେ, ରଘୁନାଥପୁର ବଡ଼ତିହଡ଼ା ଜଣେ, ଜଗତ୍‌ସିଂହପୁର ପୌର ପରିଷଦ ଜଣେ, ଜଗତ୍‌ସିଂହପୁର ପାଟେଣୀଗଁା ଜଣେ, କୁଜଙ୍ଗ ବାଲିଆ ଜଣେ, କୁଜଙ୍ଗ ପିପଳ ଜଣେ, ଏରସମା ଜିରେଇଲୋ ଜଣେ, ଓଡ଼ିଶୋ ଅଭିଧାଆନନ୍ଦପୁରରୁ ଜଣେ ଚିହ୍ନଟ ହୋଇଥିବା ଜିଲା ମ୍ୟାଲେରିଆ ଅଧିକାରୀ (ଡିଏମ୍‌ଓ) ଡା. କ୍ଷେତ୍ରବାସୀ ଦାଶ ସୂଚନା ଦେଇଛନ୍ତି। ଆଗକୁ ସଂଖ୍ୟା ଯଥେଷ୍ଟ ବଢ଼ିବା ଆଶଙ୍କା କରାଯାଉଛି। କାରଣ ଜଗତ୍‌ସିଂହପୁର ଜିଲା ଏକ ତଳିଆ ଅଞ୍ଚଳ। ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ରୁହେ। ବାଉଁଶବୁଦା, ଅଦରକାରୀ ପ୍ଲାଷ୍ଟିକ୍‌ ଆଦି ସାମଗ୍ରୀରେ ପାଣି ଜମି ରହି ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍‌ ମଶାକୁ ବଂଶବିସ୍ତାର କରିବାକୁ ସୁଯୋଗଦିଏ। ବିଗତ ବର୍ଷଗୁଡ଼ିକର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୨୦ରେ ଜିଲାରେ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୯ରେ ୨୪୯, ୨୦୧୮ରେ ୧୦୫୬, ୨୦୧୭ରେ ୨୩୫ ଓ ୨୦୧୬ରେ ୩୩୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପରେ ଡେଙ୍ଗୁ ରୋଗୀ ଚିହ୍ନଟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଉପରୋକ୍ତ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଉଛି। ମଶାରି ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି। ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ୍‌ଓ (ମେଡିକାଲ) ଡା. ଅଜୟ ସ୍ବାଇଁ ସୂଚନା ଦେଇ କହିଛନ୍ତି, ଜୁଲାଇ ୨୯ ସୁଦ୍ଧା ଜିଲାରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଇତିମଧ୍ୟରେ ୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଜଣେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ୩ଟି ଶଯ୍ୟା ଓ ମଶାରି ଆଦି ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ କହିବା କଥା ହେଲା, ଜଗତ୍‌ସିଂହପୁର ପୌର ପରିଷଦ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିରାକରଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ମଶାଧୂଅଁା କି ନାଳ ନର୍ଦ୍ଦମାରେ ମଶା ମାରିବାକୁ ତେଲ ପକାଯାଉ ନାହିଁ। ଅତୀତରେ ଯେଉଁସବୁ ସ୍ଥାନରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସେସବୁ ଗଁା ଓ ୱାର୍ଡ ସମେତ ଜିଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ସଚେତନତା କରାଯାଉନାହିଁ। କେବଳ ଉପରଠାଉରିଆ ଭାବେ ଗାଡ଼ି ସାହାଯ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଉଛି। ଆଶ୍ଚର୍ଯ୍ୟର କଥା ହେଲା ନିର୍ଦ୍ଦିିଷ୍ଟ ରାସ୍ତାରେ ଏହି ଗାଡ଼ି ଯାଉଥିବା ବେଳେ କ’ଣ ବାର୍ତ୍ତା ଦିଆଯାଉଛି ତାହା ମଧ୍ୟ ସ୍ପଷ୍ଟ ହେଉନି। କେନାଲ, ଡ୍ରେନ୍‌ ଆଦି ଠିକ୍‌ ଭାବେ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?