ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ୭୫ରୁ ୮୫ କି.ମି. ବେଗରେ ପବନ ବୋହିବ ଓ ସର୍ବାଧିକ ୯୫ କି.ମି. ରହିବା ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିଲା। କିନ୍ତୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ବି ବର୍ଷା, ପବନ ସେପରି ଅଧିକ ନ ଥିଲା। ଅଧିକ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ ଓ ଗଜପତି ଜିଲାରେ ମଧ୍ୟ ସେହି ପରିମାଣରେ ବର୍ଷା ହୋଇ ନ ଥିଲା। ଫଳରେ ଓଡ଼ିଶା ପ୍ରତି ଯେଉଁ ବାତ୍ୟା ବିପଦ ରହିଥିଲା ତାହା ଟଳିଯାଇଛି। ତେବେ ସୋମବାର ପ୍ରବଳ ବର୍ଷା ନେଇ ୭ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

ବ୍ୟାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ। ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟା ସୁଦ୍ଧା ୧୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୬୦୦ଜଣ ଗର୍ଭବତୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଥିଲେ। ସେହିପରି ଗୋପାଳପୁର ବନ୍ଦର ପାଇଁ ୭ ନଂ. ବିପଦ ସଙ୍କେତ, ପୁରୀ ପାଇଁ ୬ ଓ ପାରାଦୀପ ଏବଂ ଧାମରା ବନ୍ଦରଗୁଡ଼ିକ ପାଇଁ ୩ ନଂ. ବିପଦ ସଙ୍କେତ ଜାରି କରାଯାଇଥିଲା।

ପୂର୍ବ ଆକଳନ ଅନୁସାରେ, ରବିବାର ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟ୍ଟନମ୍‌ଠାରୁ ୨୫ କିମି ଦୂର ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍‌ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଗଜପତି ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଏହାସହ ୩୦ରୁ ୪୦ କି.ମି. ବେଗରେ ପବନ ବୋହିଥିଲା। ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ସମେତ ଆଖପାଖ ଜିଲାରେ ସାମାନ୍ୟ ବର୍ଷା ଲାଗି ରହିଥିଲା। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ୍‌ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁବାବେଳେ ପୁରୀରେ ଘଣ୍ଟା ପ୍ରତି ୩୧ କି.ମି. ଓ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କି.ମି. ବେଗରେ ପବନ ବୋହୁଥିଲା। ତେବେ ଲ୍ୟାଣ୍ଡ୍‌ଫଲ୍‌ ସମୟରେ ପବନର ବେଗ ଅଧିକ ରହିଥିଲା। ତେବେ ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶା ଅତିକ୍ରମ କରିବ। ତେଣୁ ସୋମବାର ମଧ୍ୟାହ୍ନ ଯାଏ ସତର୍କ ରହିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗିରଫ ପରେ ଭିଜିଲାନ୍ସ ଅଫିସ୍‌ରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଗିରଫ ଘଟଣାରେ ମାହାଙ୍ଗା ଆଇଆଇସି ଭିଜିଲାନ୍ସ ଅଫିସ୍‌ରେ ହାଜର ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଭିଜିଲାନ୍ସ...

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର...

ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି...

ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି...

‘ଅଙ୍ଗଦାନ ପାଇଁ ରାଜ୍ୟରେ ବ୍ୟାପକ ସମ୍ଭାବନା ଅଛି’

କଟକ ଅଫିସ,୨୮ା୧୧: ଗତ ଫେବୃୟାରୀ ୪ତାରିଖରେ ଓଡ଼ିିଶାରେ କାଡାଭରିକ (ମୃତ୍ୟୁବେଳେ ଅଙ୍ଗଦାନ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ୩ଜଣ ଅଙ୍ଗଦାନ କରିଛନ୍ତି।...

ପ୍ରକାଶ ପାଇଲା ପିଜି ନାମଲେଖା ପାଇଁ ମେଧା ତାଲିକା

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ...

ଟ୍ରେନ୍‌ରେ କନ୍ୟାସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା

ଟିଟିଲାଗଡ଼, ୨୪।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ମହିଳା ବଗିରେ ରବିବାର ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଟ୍ରେନ୍‌...

ଭୁବନେଶ୍ୱରରୁ ପୁଣି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ: ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ମୋଟ ୬୭ ଓ୍ବାର୍ଡରୁ ୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week