ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…

ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ତାଇଓ୍ବାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଚାଇନା ଲଗାତାର ନିଜର ସାମରିକ ଶକ୍ତିର ଆଧୁନିକୀକରଣ ଜାରି ରଖିଛି। ଏହା ତାଇଓ୍ବାନ ପ୍ରତି ବିପଦ ସୃଷ୍ଟି କରୁଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆବଶ୍ୟକ ପଡ଼ିଲେ ଚାଇନାର ପ୍ରମୁଖ ବିମାନ ବନ୍ଦର ଏବଂ ସାମୁଦ୍ରିକ ବନ୍ଦରକୁ ଅବରୋଧ କରିବାର କ୍ଷମତା ରହିଛି। ଏଥି ସହିତ, ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୨୦୨୭ ସୁଦ୍ଧା ତାଇୱାନର ନେତୃତ୍ୱକୁ ବୁଝାମଣା ପାଇଁ ଚାଇନା ବାଧ୍ୟ କରିବାର ଆଶଙ୍କା ରହିଛି।

୨୦୧୬ରେ କ୍ଷମତା ଗ୍ରହଣ କରିବା ପରଠାରୁ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ ତାଇୱାନର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଛନ୍ତି। ଚାଇନା ସହିତ ସମ୍ପର୍କ ଖରାପ ଥିବାରୁ ତାଇୱାନ ଆମେରିକାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୭୫ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି ନେଇ ନିଜର ସମ୍ମତି ଦେଇଛନ୍ତି।

ଏହାପୂର୍ବରୁ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ରେ ୫୧୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଣସ୍ତ୍ର ବିକ୍ରୟ କରିବାକୁ ଅନୁମତି ଦେଇଥିଲେ।
ପ୍ରତିରକ୍ଷା କ୍ଷମତା ବଢ଼ାଇବା ପାଇଁ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଅତିରିକ୍ତ ୯୦୦ କୋଟି ଡଲାରା ଆବଶ୍ୟକ କରୁଛି। ଆସନ୍ତା ୫ ବର୍ଷ ମଧ୍ୟରେ ଏହା ପ୍ରତିରକ୍ଷା ବିଭାଗକୁ ମିଳିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହି ଅର୍ଥ ଦେଶର ବର୍ତ୍ତମାନର ପ୍ରତିରକ୍ଷା ବଜେଟର ଅତିରିକ୍ତ।

ତାଇୱାନ ଉପରେ ଭବିଷ୍ୟତରେ ଆସୁଥିବା ବିପଦ ମଧ୍ୟରେ ସାଧାରଣ ଜନତା ଏହା ପାଇଁ ପ୍ରସ୍ତୁତ ହେବେ କି ନାହିଁ ପ୍ରଶ୍ନ ଉଠିଛି। ସମସ୍ତ ପୁରୁଷ ନାଗରିକଙ୍କ ପାଇଁ ଜାତୀୟ ସେବା ସମାପ୍ତ କରିବାକୁ ତାଇୱାନ ବାଧ୍ୟତାମୂଳକ କରିଛି। ବାସ୍ତବରେ ଏହାର ଅର୍ଥ ହେଉଛି ସେମାନେ ସେନା ସହିତ ମିଶି ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତାଇୱାନର ସୈନ୍ୟବାହିନୀରେ ବର୍ତ୍ତମାନ ୧୮୮,୦୦୦ ସୈନ୍ୟ ଅଛନ୍ତି। ଯଦି ସାଧାରଣ ନାଗରିକମାନେ ମିଳିତ ହୁଅନ୍ତି ତେବେ ଏହା ୨୧୫,୦୦୦କୁ ବୃଦ୍ଧି ପାଇବାର ଆଶା ରହିଛି। ଯେହେତୁ ତାଇୱାନ ଆଲର୍ଟ ମୋଡରେ ଅଧିକ ସୈନ୍ୟ ରଖିପାରିବ ନାହିଁ, ତେଣୁ ରିଜର୍ଭ ବାହିନୀଙ୍କୁ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ରିଜର୍ଭ ବାହିନୀ ବୋମା ବିସ୍ଫୋରଣ ବେଳେ ରନୱେ ମରାମତି, ଯାନବାହନ ମରାମତି ଏବଂ ଖାଲ ଖୋଳିବାରେ ସକ୍ଷମ ହେବେ। ଆକ୍ରମଣ ହେଲେ ପ୍ରଥମ ରାଉଣ୍ଡରେ ପାଖାପାଖି ୧୦ ଲକ୍ଷ ରିଜର୍ଭ ସୈନିକଙ୍କୁ ଡକାଯାଇପାରିବ।

ତେବେ ବହୁ ସାମରିକ ବିଶେଷଜ୍ଞ ଏହି ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଯୁଦ୍ଧ ଲଢ଼ିବାରେ ରିଜର୍ଭ ବାହିନୀ ଦକ୍ଷ ହୋଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?