ଅଂଶୁଘାତ ଭୟ: ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ଅନ୍ୟପଟେ ବେଳେବେଳେ ବିଦ୍ୟୁତ୍‌ କାଟ୍‌ ଏହାକୁ ଆହୁରି ଅସମ୍ଭାଳ କରି ପକାଉଛି। ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଏଭଳି ଅନୁଭୂତ ହେଉଛି। ଏଭଳି ଲାଗି ରହିଲେ ଆଗକୁ ଅଂଶୁଘାତ ଭୟ ରହିଛି।
ଦିନ ଯେଭଳି ଗଡ଼ି ଚାଲିଛି। ଜିଲାରେ ତାପମାତ୍ରା ସେଭଳି ବଢ଼ି ଚାଲିଛି। ସୋମବାର ଜିଲାର ତାପମାତ୍ରା ୩୯.୬ ରେକର୍ଡ଼ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅଧିକ ଅନୁଭୂତ ହେଉଛି। ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇ ପଡୁଛି। ସନ୍ଧ୍ୟା ୬ଟା ହେଲେ ତାତିର ପ୍ରଭାବ କିଛି କମିଥିବା ଅନୁଭୂତ ହେଉଛି। ଯିଏ ବି ଘରୁ ପଦାକୁ ବାହାରୁଛନ୍ତି, ମୁଣ୍ଡରେ ଗାମୁଛା କିମ୍ବା ଟୋପି ଘୋଡ଼ାଇ ନ ହେଲେ ସେମାନଙ୍କୁ ତାତିରୁ ନିସ୍ତାର ପାଉ ନାହାନ୍ତି। ସେଭଳି ଅନେକ ଛତାର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଅନେକ ଥଣ୍ଡା ପାନୀୟଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇ ପଡ଼ିଛି। ଜଳଛତ୍ର ଖୋଲାଯାଇ ଥିଲେ ମଧ୍ୟ ଏଭଳି ସ୍ଥିତିରେ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଲୋକେ କହୁଛନ୍ତି। ଅନ୍ୟପଟେ ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଲାଗିଥିବା ଆଖୁରସ, ସରବତ୍‌, ଦହିବରା ଠେଲାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ପରିବା ବଜାରରେ ଲେମ୍ବୁ, ତରଭୁଜ ମଧ୍ୟ ମହଙ୍ଗା ହୋଇ ପଡୁଛି। ଲେମ୍ବୁ ଗୋଟିକୁ ୫ଟଙ୍କାରେ ବିକ୍ରି ହେଉଥିବାବେଳେ ତରଭୁଜ କିଲୋ ପ୍ରତି ୨୫ରୁ ୩୦ଟଙ୍କାକୁ ଛୁଇଁଲାଣି।
ଟାଣଖରାରେ ଆଶ୍ରୟ ନେବା ପାଇଁ ଏଥର ଜନଗହଳି ତଥା ମୁଖ୍ୟଛକ ଗୁଡ଼ିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇ ଥିବା ଦେଖାଯାଉ ନାହିଁ। କିଏ ଗଛମୂଳେ ତ ଆଉ କେହି କୌଣସି ଦୋକାନ ବାରଣ୍ଡା ଛାତତଳେ ଆଶ୍ରୟ ନେଉଥିବା ପରିଲକ୍ଷିତ ହେଉଛି। ଏପରିକି ବରଗଡ଼ ସହର ଗାନ୍ଧିଛକ ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ମଧ୍ୟ ଛାଉଣୀ ନାହିଁ। ଦିନ ଦ୍ୱିପ୍ରହର ଟାଣଖରାରେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଅସହ୍ୟ ତାତିରେ ଲୋକେ ସେମାନଙ୍କ ଗାଡ଼ିରେ ତେଲ ପକାଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବରଗଡ଼ ପୋଲିସ ସହରର ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଛାଉଣୀ ବ୍ୟବସ୍ଥା କରିଛି। ତେବେ ତାତି ମୁକାବିଲା ପାଇଁ ଏବେଠାରୁ ସଜାଗ ନହେଲେ ଆଗକୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ଅଂଶୁଘାତ ଜନିତ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦେଇ ହେଉ ନାହିଁ। ଫଳରେ ଏ ଦିଗରେ ଜିଲା ପ୍ରଶାସନ ତ୍ୱରିତ୍‌ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କଲେ ଆମେରିକାର ପ୍ରମୁଖ ଟିଭି ନେଟ୍‌ଓ୍ବର୍କ

ଓ୍ବାଶିଂଟନ୍‌,୨୨ା୯: ହ୍ବାଇଟ୍‌ ହାଉସ୍‌ରେ ସିଏନ୍‌ଏନ୍‌ର ପ୍ରବେଶକୁ ନିଷେଧ କରାଯିବାର ପ୍ରତିବାଦରେ ଆମେରିକାର ପ୍ରମୁଖ ଟେଲିଭିଜନ ନେଟ୍‌ଓ୍ବର୍କଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମଗୁଡ଼ିକର ଖବର ପ୍ରସାରଣ କରିବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?