ଏଫ୍‌ସିଆର୍‌ଏ କାହା ସ୍ବାର୍ଥରେ

ଆକାର ପଟେଲ

ଦି ଫରେନ୍‌ କଣ୍ଟ୍ରିବ୍ୟୁଶନ (ରେଗୁଲେଶନ) ଆକ୍ଟ ବା ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆର୍‌ଏ) ଏକ ଅଜବ ପ୍ରକାରର ପୁରୁଣା ଆଇନ। ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଗଣତନ୍ତ୍ର ଉପରେ ବାହାରର ହସ୍ତକ୍ଷେପକୁ ଦୂର କରିବା ଲାଗି ୧୯୭୬ରେ ଏହାକୁ ଗଠନ କରାଯାଇଥିଲା। ଏଥିରେ ରାଜନୈତିକ ଦଳ ଓ ତାଙ୍କ ପ୍ରାର୍ଥୀ, ସାମ୍ବାଦିକ ଏବଂ ଖବରକାଗଜ ପ୍ରକାଶକ, ବିଚାରପତି, ଅମଲାତନ୍ତ୍ରୀ ଏବଂ ସାଂସଦମାନଙ୍କୁ ବିଦେଶରୁ ଅନୁଦାନ ଗ୍ରହଣ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସମୟକ୍ରମେ ଉଦାରୀକରଣ ନିୟମ ଅନୁଯାୟୀ ଏମାନେ ସବୁ ବୈଦେଶିକ ଅନୁଦାନ ଗ୍ରହଣ କଲେ ଏବଂ ଭାରତ ସରକାର ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଲାଗିଲେ। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ)ସଂଖ୍ୟା ବୃଦ୍ଧିକୁ ନେଇ ଗର୍ବ କରିବା ସହ ଏହି ସରକାର ଏ ସମ୍ପର୍କରେ ସବୁବେଳେ କହିଚାଲିଛନ୍ତି। କିନ୍ତୁ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଅନ୍‌ଲାଇନ( ଯାହା ଏବେ ସବୁଠୁ ପ୍ରଭାବଶାଳୀ ଭାବେ ଉଭା ହୋଇଛି) କୌଣସି ବୈଦେଶିକ ନିବେଶ ପାଇ ପାରିନାହାନ୍ତି, ବରଂ ଏହଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାରତରେ ସର୍ବବୃହତ୍‌ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ ଓ ଗୁଗଲର ମାଲିକ ବିଦେଶୀ ଓ ସେମାନଙ୍କ ଦ୍ୱାରା ଏହା ପରିଚାଳିତ। ବୈଦେଶିକ ଫାର୍ମଗୁଡ଼ିକଠାରୁ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଅଂଶଧନ ନିବେଶ ଗ୍ରହଣ କରିପାରିବାର ବ୍ୟବସ୍ଥା ଥିଲେ ବି ତାହା ହୋଇପାରିନାହଁି। ଏପରିକି ରାଜନୈତିକ ଦଳଗୁଡ଼ିକ ଏଫ୍‌ସିଆର୍‌ଏ ପଞ୍ଝାରୁ ନିଜକୁ ବାହାର କରିନେଇ ତାହା ପାଇବାକୁ ସକ୍ଷମ ହୋଇଗଲେ। ଜାନୁୟାରୀ ୨୦୧୩ରେ ଏକ ଜନସ୍ବାର୍ଥ ମାମଲା ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ଦାଏର ହୋଇଥିଲା। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବେଦାନ୍ତ/ଷ୍ଟେରଲାଇଟ କମ୍ପାନୀଠାରୁ ଅନୁଦାନ ଗ୍ରହଣ କରିବା ଏଫ୍‌ସିଆର୍‌ଏ ଆଇନର ଉଲ୍ଲଂଘନ ବୋଲି ଏଥିରେ ଦର୍ଶାଯାଇଥିଲା। ଏଫ୍‌ସିଆର୍‌ଏ ଆଇନ ଉଲ୍ଲଂଘନ କରିଥିବାରୁ ମାର୍ଚ୍ଚ ୨୮,୨୦୧୪ରେ କୋର୍ଟ ଉଭୟ ଭାଜପା ଓ କଂଗ୍ରେସକୁ ଦୋଷୀ କରିବା ସହ ମୋଦି ସରକାର ଓ ନିର୍ବାଚନ କମିଶନଙ୍କୁ ଏହି ଦୁଇ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଦୁଇଦଳକୁ ଏଥିରୁ ମୁକ୍ତ କରିବା ପାଇଁ ସରକାର ଡିସେମ୍ବର ୨୦୧୫ରେ ଆଇନ୍‌ରେ ସଂଶୋଧନ ଆଣିବାକୁ ଚାହଁୁଥିବା ଜଣାପଡିଲା। ୨୦୧୬ ବଜେଟ ସେସନ୍‌ରେ ଏହା କରାଗଲା। ସରକାର ସେତେବେଳେ ବୈଦେଶିକ ଉତ୍ସର ସଂଜ୍ଞା ବଦଳେଇ ଦେଇଥିଲେ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଅନୁଦାନକୁ ବୈଧ କରିଦେଲେ। ଦୁର୍ଭାଗ୍ୟବଶତଃ ଏହାକୁ ଅତି ଖାମଖିଆଲ ଢଙ୍ଗରେ କରାଯାଇଥିଲା ,ଯେଉଁଥିପାଇଁ ପୁଣି ୨୦୧୮ରେ ଏହି ଆଇନରେ ସଂଶୋଧନ କରାଯାଇ ଦଳଗୁଡିକୁ ଏଥିରୁ ମୁକ୍ତ କରାଯିବା ଲାଗି ପ୍ରୟାସ କରାଯାଇଥିଲା। ଶେଷରେ ୨୦୧୮ ମାର୍ଚ୍ଚରେ ଯେଭଳି ଭାବେ ଏହାକୁ ସଂଶୋଧନ କରାଗଲା ତାହା ଥିଲା ସମ୍ପୂୂର୍ଣ୍ଣ ହାସ୍ୟାସ୍ପଦ। ଏହା ଏଫ୍‌ସିଆରଏ୍‌ ପୃଷ୍ଠଭୂମିର ଏକ ରାଜନୈତିକ ଦିଗ। ବିଗତ ବର୍ଷଗୁଡ଼ିକରେ ଏହି ଆଇନ ବିପରୀତ ଭାବେ କାମ କରିଛି। ରାଜନୀତିରେ ବୈଦେଶିକ ପ୍ରଭାବ କମ୍‌ କରିବା ପରିବର୍ତ୍ତେ ଏହା ନନ୍‌ପ୍ରଫିଟ ଅର୍ଗାନାଇଜେଶନ ବିରୋଧରେ ଏକ ଅସ୍ତ୍ର ହୋଇଛି। କୌଣସି ସକରାରର ସିଭିଲ ସୋସାଇଟି ପ୍ରୀତି ନାହିଁ , ନିର୍ଦ୍ଦଷ୍ଟ ଭାବେ ଭାଜପା ଏହାର ଶତ୍ରୁ ପାଲଟିଯାଇଛି। ଦି ଇକୋନୋମିକ ଟାଇମ୍ସ ଏ ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କ ଦୃଷ୍ଟିକୋଣକୁ ଭୁବନେଶ୍ୱରରେ ଦେଇଥିବା ଭାଷଣ ମାଧ୍ୟମରେ ଉପସ୍ଥାପନ କରିଥିବା ଖବର (ପିଏମ୍‌ ନରେନ୍ଦ୍ର ମୋଦି ସେଜ୍‌ ହି ଇଜ୍‌ ଭିକ୍ଟିମ ଅଫ୍‌ ଏନ୍‌ଜିଓସ୍‌ କନସ୍ପିରାସି, ୨୧ ଫେବୃୟାରୀ , ୨୦୧୬) ପ୍ରକାଶ କରିଥିଲା। ଏନ୍‌ଜିଓଗୁଡ଼ିକ ବିଦେଶ ଏଜେଣ୍ଟ ବୋଲି ସେ ଯେଉଁ ଅଭିଯୋଗ ବାଢିଥିତ୍ଲେ ତା’ର ପ୍ରମାଣ ଦେଲେ ନାହିଁ , ବରଂ ସେମାନେ ତାଙ୍କ ସରକାରକୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସହଜରେ ବୁଝିଗଲେ।
ମୋଦିଙ୍କ ଶାସନ କାଳରେ ଏନ୍‌ଜିଓ ସେକ୍ଟରକୁ ହ୍ରାସ କରିବାକୁ ପୂରା ଦମ୍‌ରେ ଉଦ୍ୟମ କରାଯାଇଛି। ଭାରତରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଏଭଳି ଅନୁଷ୍ଠାନ ରହିଛି। ଦେଶର ଥିବା ଛୋଟ ବଡ଼ ସଂଘଠାରୁ ଆରମ୍ଭ କରି ବିଶ୍ୱର ସବୁଠୁ କ୍ଷମତାଶାଳୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏହା ମଧ୍ୟରେ ବି ରହିଛି। ଶିକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍‌, ମହିଳାଙ୍କ ବିରୋଧରେ ହିଂସା, ସ୍ବାସ୍ଥ୍ୟ, ମାନବିକ ଅଧିକାର, ଆପରାଧିକ ନ୍ୟାୟ ପ୍ରକ୍ରିୟା, ପରିବେଶ, କୃଷି ଇତ୍ୟାଦି କ୍ଷେତ୍ରରେ ଏଗୁଡ଼ିକ କାର୍ଯ୍ୟ କରନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଏକ ରିପୋର୍ଟରୁ ଜଣାପଡିଥିଲା ଯେ,ଏହି ସବୁ ଗ୍ରୁପ ପାଇଁ ଆସୁଥିବା ବୈଦେଶିକ ପାଣ୍ଠି ପ୍ରାୟ ୪୦% କମିଯାଇଥିଲା। ତଥାପି ଏହି ମାସରେ ଏଫ୍‌ସିଆର୍‌ଏକୁ ସଙ୍କୁଚିତ କରିବା ଲାଗି ଆଉ ଏକ ସଂଶୋଧନ କରାଗଲା। ଏଥିରେ ଯାହା କରାଯାଇଛି ତାହାଦ୍ୱାରା ଏନ୍‌ଜିଓଗୁଡ଼ିକୁ ଭାରତରେ କାର୍ଯ୍ୟ କରିବାରେ ବାଧା ଉପୁଜିବ। ଏଗୁଡ଼ିକୁ ବନ୍ଦ କରିଦେବା ଲାଗି ଏହା ଏକ ସନ୍ଦେଶ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ମଁୁ ମଧ୍ୟ ଏହି କ୍ଷେତ୍ରରେ କିଛି ବର୍ଷ କାମ କରିଛି। ମୁଁ କହି ପାରିବି ଯେ, ଏଥିରେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି ରହି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ବିଶ୍ୱର ବହୁ ଅଞ୍ଚଳରେ ଏବଂ ସମସ୍ତ ଗଣତାନ୍ତ୍ରିକ ଦେଶରେ ବିନା ବାଧାରେ ଏହି କାର୍ଯ୍ୟ କରାଯାଉଛି। ଭାରତର ଯେଉଁ କ୍ଷତି ହୋଇଛି ସେଥିରେ ଏନ୍‌ଜିଓ ସେକ୍ଟର୍‌ର କିଛି ହାତ ଅଛି ବୋଲି କହିବା ଭାଜପାର ପାଗଳାମି। ଏହି ସଂଗଠନଗୁଡ଼ିକ ମଧ୍ୟରୁ ଅନେକ ବିଶ୍ୱରେ ଖୁବ୍‌ ପ୍ରତିଷ୍ଠା ଲାଭ କରିଛନ୍ତି ଏବଂ ମୁଁ ଯେଉଁଥିରେ କାମ କରିଛି ତାହା ନୋବେଲ ପୁରସ୍କାର ପାଇଛି। ଦୁର୍ଭାଗ୍ୟବଶତଃ ଯାହା ଘଟିଛି ଓ ଘଟୁଛି ତାହା ପଛର ବାସ୍ତବତା ହେଉଛି ଯେଉଁ ଏନଜିଓଗୁଡ଼ିକ ଉପରେ ଚଢାଉ ହେଉଛି ସେମାନଙ୍କ ମଧ୍ୟରୁ ଅନେକ କାର୍ଯ୍ୟ ବନ୍ଦ କରିଦେବେ ଏବଂ ଆଉ କେତେକ କାର୍ଯ୍ୟ ପରିସର କମାଇ ଦେବାକୁ ବାଧ୍ୟ ହେବେ।
ସିଭିଲ ସୋସାଇଟିରେ ବହୁ ପ୍ରେରଣାଦାୟକ ଲୋକ ଭରି ରହିଥିବାରୁ ଏହା ତା’ର କାମ କରିଚାଲିବ। କାରଣ,ଲୋକମାନେ ସେଥିତ୍ରେ ଟଙ୍କା ପାଇଁ କାମ କରୁନାହାନ୍ତି। ଏନ୍‌ଜିଓରେ କାମ କରୁଥିତ୍ବା ଇନଭେଷ୍ଟମେଣ୍ଟ ବ୍ୟାଙ୍କଙ୍ଗ, ଆଇନ ଓ ଗଣମାଧ୍ୟମ ପୃଷ୍ଠଭୂମି ଥିବା ଲୋକମାନଙ୍କ ସହ ମୁଁ କାମ କରିଛି। ଏଭଳି ଭାରତୀୟମାନେ ଏହି କାମ କରିବା ଜାରି ରଖିତ୍ବେ ନିଶ୍ଚୟ ଏବଂ ସେମାନଙ୍କୁ ବାଧା ଦେବା ଲଜ୍ଜାଜନକ। ସମ୍ପ୍ରତି ଭାରତ ସାମରିକ, ଅସ୍ତ୍ରଶସ୍ତ୍ର, ବୋମା ଓ ବନ୍ଧୁକ, ମଦ, ତମାଖୁ, ପେଟ୍ରୋଲିୟମ ଏବଂ ଫାର୍ମାସ୍ୟୁଟିକାଲ୍ସ ସହ ପ୍ରତ୍ୟେକ ଜିନିଷ ପାଇଁ ବୈଦେଶିକ ନିବେଶକୁ ଆମନ୍ତ୍ରଣ କରୁଛି । କିନ୍ତୁ ସ୍ବାସ୍ଥ୍ୟ,ଶିକ୍ଷା ଏବଂ ବିଭିନ୍ନ ଅଧିକାର କ୍ଷେତ୍ରରେ ନିବେଶକୁ ନିଷିଦ୍ଧ କରିଛି। ସରକାର ଏଭଳି କାର୍ଯ୍ୟ କରିବାରେ କିଛି ବଡ ତ୍ରୁଟି ରହିଛି, ଏହା ନିଃସନ୍ଦେହ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri