ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଏସ୍‌ବିଆଇର ଗୁରୁତ୍ୱ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଡେପୁଟି ଏମ୍‌ଡି,ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ ଭର୍ଟିକାଲ ଶାଖାକୁ ବମ୍ବେରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ର ଉପ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ନୌଟିଆଲଙ୍କ ଉପସ୍ଥିତିରେ ଏସ୍‌ବିଆଇର ଅଧ୍ୟକ୍ଷ ରଜନୀଶ କୁମାର ଏହି ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ଧ୍ୟାନଦେବା ଲାଗି ଏଭଳି ଶାଖା ଗଠନ କରାଯାଇଥିଲା ବୋଲି ସୂଚନା ମିଳିଛି। ଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳ ଅଞ୍ଚଳରେ ରହୁଥିବା ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତାକୁ ଏହା ପୂରଣ କରିବ ବୋଲି ବ୍ୟାଙ୍କ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହା ଜରିଆରେ କୃଷିକ୍ଷେତ୍ର ସହ ଅଣୁ ଓ କ୍ଷୁଦ୍ର ସଂସ୍ଥାଗୁଡିକୁ ସହଜରେ ଋଣ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ। ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୮୦୦୦ ଶାଖା ଚିହ୍ନଟ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ଏଭଳି ପଦକ୍ଷେପ ଦ୍ୱାରା ବିଭିନ୍ନ ବ୍ୟାଙ୍କ ସେବା ସବୁବର୍ଗର ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ସରକାରଙ୍କ ବିଭିନ୍ନ ସୁବିଧା ଓ କାର୍ଯ୍ୟକ୍ରମକୁ ମଧ୍ୟ ଏହା ଜରିଆରେ ଲୋକଙ୍କ ନିକଟକୁ ନେବା ପାଇଁ ଏହା ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଯାତ୍ରା ଭଡ଼ା ଉପରେ ନଜର ରଖିବ ଡିଜିଟିଏ

ନୂଆଦିଲ୍ଲୀ,୧୭-୪: ଜେଟ୍‌ ଏୟାରଓ୍ବେଜରେ ସଙ୍କଟ ଦେଖାଦେବା ପରେ ବିମାନ କ୍ଷେତ୍ରରେ ଟିକେଟ ମୂଲ୍ୟ ଆକାଶଛୁଆଁ ହେଲାଣି। ଏହାଦ୍ୱାରା ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ସରକାରଙ୍କ...

ନିର୍ମଳାଙ୍କ ସହ ମତଭେଦରୁ ପଦ ଛାଡିଥିଲେ ସୁଭାଷ ଗର୍ଗ

ମୁମ୍ବାଇ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ କାହିଁକି ଏଭଳି ନିଷ୍ପତ୍ତି...

ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର...

ଅର୍ଥନୀତି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହେବ ବିଳମ୍ବ;ଆହୁରି ୮ ବୈଠକରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୧୯-୮: ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଆହୁରି ବିଳମ୍ବ ହେବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାରା ଦେଶରେ...

ବର୍ଷକରେ ବନ୍ଦ ହୋଇଛି ୫୫୦୦ ଏଟିଏମ୍‌, ୬୦୦ ଶାଖା

ନୂଆଦିଲ୍ଲୀ,୨୩-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଖର୍ଚ୍ଚ କମାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନେ ବଡ଼ ସହରରେ ନିଜର ଏଟିଏମ୍‌ ଓ ଶାଖା...

ରେନୋ ଭୁବନେଶ୍ୱରରେ ଶୋ’ରୁମରେ ନୂଆ ‘ଡଷ୍ଟର’ ମଡେଲର ବଜାର ପ୍ରବେଶ

ଭୁବନେଶ୍ୱର,୧୬-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ରେନୋ ପକ୍ଷରୁ ନୂଆ ‘ଡଷ୍ଟର’ ମଡେଲ ଯାନର ସ୍ଥାନୀୟ ରେନୋ ଭୁବନେଶ୍ୱର ଶୋ’ରୁମରେ ବଜାର ପ୍ରବେଶ କରାଯାଇଛି। ଯାନଟିକୁ ଗର୍ଗସନ ଅଟୋମୋବାଇଲର...

କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ...

ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ...

Advertisement
Archives

Model This Week