ଅବୁଝା ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା: ଭିଡ ଭିତରେ ଘଣ୍ଟା ଘଣ୍ଟା ଫସିରହିଲେ ଲୋକେ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୋଲିସ ନିୟୋଜିତ ହୋଇନଥିଲେ। ଅନ୍ୟପଟେ ଯାତ୍ରା ଦେଖିବାକୁ ଆସୁଥିବା ଲୋକେ ମଧ୍ୟ ଟ୍ରାଫିକ ନିୟମ ମାନୁନାହାନ୍ତି। ନିୟମ ଅନୁସାରେ ରାସ୍ତାରେ ଯାତାୟାତ କରୁନାହାନ୍ତି। ଆଗୁଆ ପଳାଇବା ଲକ୍ଷ୍ୟରେ ଲୋକେ ଟ୍ରାଫିକ ନିୟମ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଯାନବାହାନ ରାସ୍ତାରେ ଯାତାୟାତ କରିବା ପାଇଁ ଚେଷ୍ଟା କରନ୍ତି ।

ଫଳରେ ବିପରୀତ ଦିଗରୁ ଆସୁଥିବା ଲୋକେ ଆଗକୁ ବଢିପାରନ୍ତି ନାହିଁ। ଯେଉଁଥିପାଇଁ ଲୋକେ ସହରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ବିଭିନ୍ନ ଆଡୁ ଅଭିଯୋଗ ହେବାପରେ ପୋଲିସ ମଧ୍ୟ କେତେକ ସ୍ଥାନରେ କଡ଼ା ଆଭିମୁଖ୍ୟ ଆପଣାଇଥିବା ଜଣାପଡିଛି । ଆଜି ବସଷ୍ଟାଣ୍ଡ ରାସ୍ତା, ବେଲଗୁଣ୍ଠା ରୋଡ, ଜେଲ ରୋଡ଼ରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଉକ୍ତ ରାସ୍ତାରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ବହୁ ସମୟ ପରେ ଦୁଇଜଣ ପୋଲିସ କର୍ମଚାରି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆସିଥିଲେ। କିନ୍ତୁ ଭିଡ ଏଭଳି ହୋଇଥିଲା ଯେ, ଉକ୍ତ ଦୁଇ ପୋଲିସ କର୍ମଚାରୀ ଅସହାୟ ଅବସ୍ଥାରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଥିଲେ। ଯାତ୍ରା ସରିବା ଯେତେ ନିକଟତର ହେଉଛି ସେହି ଅନୁପାତରେ ଭିଡ ବଢ଼ୁଛି। ଯାତ୍ରାର ଭିଡକୁ ଦେଖି ପୋଲିସ କିମ୍ବା ଯାତ୍ରା କମିଟି ପକ୍ଷରୁ ଦୈନନ୍ଦିନ ଟ୍ରାଫିକ ନିର୍ଦ୍ଦେଶାବଳୀ ଜାରି କରିବାର ଥିଲା।

ଅନ୍ୟପଟେ ଠାକୁର ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାରେ ଏକ ଘଣ୍ଟା ପୁର୍ବରୁ ଟ୍ରାଫିକ କଟକଣା କରିଥିଲେ ଭଲ ହୁଅନ୍ତା। କିନ୍ତୁ ପୋଲିସ ବହୁ ସମୟ ପୂର୍ବରୁ କଟକଣା ଲାଗୁ କରିଦେଉଛି। ଫଳରେ ସହରର ଅନେକ ପ୍ରମୁଖ ରାସ୍ତା ଗୁଡ଼ିକ ସଂଧ୍ୟା ୬ଟାରୁ ବନ୍ଦ ହୋଇଯାଉଛି। ପ୍ରମୁଖ ରାସ୍ତା ଗୁଡ଼ିକ ଯାନବାହନ ଚଳାଚଳ ବନ୍ଦ ହେବାଦ୍ୱାରା ଅନ୍ୟ ରାସ୍ତା ଗୁଡ଼ିକରେ ଏକା ସମୟରେ ଅଧିକ ଗାଡି ଚଳପ୍ରଚଳ କଲେ ଟ୍ରାଫିକ ସମସ୍ୟା ହେଉଛି। ତେଣୁ ଯାତ୍ରାର ଭିଡକୁ ଦେଖି ଆଉ କିଛି ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯିବା ସହ ଆଗୁଆ ଟ୍ରାଫିକ ନିୟନ୍ତ୍ରଣ ନିର୍ଦ୍ଦେଶନାମା ଜାରି କରାଯିବାର ଆବଶ୍ୟକତା ରହିଛି। ଏଥିସହ ଠାକୁର ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାକୁ ଛାଡ଼ି ଦେଲେ ଅନ୍ୟ ରାସ୍ତା ଗୁଡିକୁ ଗମନା ଗମନ ପାଇଁ ଉନ୍ମୁକ୍ତ ରଖିବାର ଆବଶ୍ୟକତା ରହିଛି। ଏଥିସହ ମୀନାବଜାର, ଅପେରା, ସର୍କସ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ସ୍ଥଳ ଗୁଡ଼ିକରେ ମଧ୍ୟ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ସେଠି ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାର ଆବଶ୍ୟକତା ରହିଛି। ନଚେତ୍‌ ଭବିଷ୍ୟତରେ ଭିଡ ପାଇଁ କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ତେଣୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅତ୍ୟାଧୁନିକ କୃଷିଯନ୍ତ୍ରକୁ ଲୋକପ୍ରିୟ କରାଇବା ପାଇଁ ପ୍ରଚେଷ୍ଟା ଜାରି

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଡିମିରିଆଠାରେ ଏକ ଟ୍ରାକ୍ଟର ଚାଳିତ ଧାନ ଜମି ହୁଡ଼ା ତିଆରି କରିବା ଯନ୍ତ୍ରର…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri