‘ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ପ୍ରତି ସାମ୍ପ୍ରଦାୟିକ ଶକ୍ତିଙ୍କ ଅଶୋଭନୀୟ ଆଚରଣ ଯୋଗୁ ବିଶ୍ବରେ ଭାରତର ଛବି ମଳିନ ହେଉଛି। ଦେଶ ବିଭାଜନକାରୀ ଏହି ଶକ୍ତିଙ୍କୁ ଉଚିତ ଜବାବ ଦେବା ସହ ଦେଶର ଶାନ୍ତିକାମୀ ଜନଗଣଙ୍କୁ ଜାଗ୍ରତ କରାଇବା ଲକ୍ଷ୍ୟରେ ଆସନ୍ତା ୨୩ ତାରିଖ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଦିବସରୁ ଓଡ଼ିଶା ବ୍ୟାପୀ ରାଷ୍ଟ୍ରୀୟ ଅଭିଯାନ ‘ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ’ ଆରମ୍ଭ ହେବ। ଏହା ଗାନ୍ଧିଜୀଙ୍କ ବଳିଦାନ ଦିବସ ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଶୁକ୍ରବାର ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ସମସ୍ତ ଜିଲାର ଶତାଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଗାନ୍ଧିବାଦୀ ସଙ୍ଗଠନ ସମୂହଙ୍କ ସମେତ ଗଣତନ୍ତ୍ରପ୍ରେମୀ, ଧର୍ମ ନିରପେକ୍ଷତାରେ ବିଶ୍ବାସୀ ସଙ୍ଗଠନଗୁଡ଼ିକ ସାମିଲ ହୋଇ ଧର୍ମାନ୍ଧ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଦୃଢ ଜବାବ ଦେବାକୁ ଆହ୍ବାନ ଦିଆଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସଂଯୋଜକ ଡ. ବିଶ୍ୱଜିତ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ କହିଛନ୍ତି, ଭାରତର ସ୍ବାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ବରୂପ ଆମେ ସ୍ବାଧୀନତାର ସ୍ବାଦ ଚାଖି ପାରିଲେ। କିନ୍ତୁ ଏବେ ରାଷ୍ଟ୍ରପିତାଙ୍କୁ ଭାରତରେ ଖଳନାୟକ ସଜାଇବା ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ଓ ତାହା ପଛରେ ରହିଥିବା ସାମ୍ପ୍ରଦାୟିକ ଶକ୍ତି ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି। ଗତ କିଛିଦିନ ତଳେ ଦିଲ୍ଲୀଠାରୁ ଆରମ୍ଭ କରି ହରିଦ୍ବାର ଓ ରାୟପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧର୍ମୀମାନେ ଧର୍ମ ନାଁରେ ଅଧର୍ମ ସଭା କରି ସଂଖ୍ୟାଲଘୁଙ୍କ ବିରୋଧରେ ବିଷୋଦଗାର କରିବା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତକୁ ଭାଙ୍ଗିବାର ଅପଚେଷ୍ଟା କରୁଥିବା ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ ନିଶ୍ଚୟ ଏକ ଆହ୍ବାନ ଆଣିବ ବୋଲି ସେମାନେ କହିଛନ୍ତି। ଏହି ସମ୍ମିଳନୀରେ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ରାମ ଶଙ୍କର ରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri