୨୦୦ ଆପରାଧିକ ମାମଲା, ୧୬୦ ସରକାରୀ ବାବୁ ଗିରଫ

ଭୁବନେଶ୍ୱର,୧ା୧(ସତ୍ୟଜିତ୍‌ ରାଉତ):ସରକାରୀ ଅର୍ଥ ଆତ୍ମସାତ୍‌ ହେଉ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଲାଞ୍ଚ ମାମଲା। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିବା ପରେ ସେମାନଙ୍କ କଳାକାରନାମା ପଦାକୁ ଆସୁଛି। ୨୦୨୪ରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ ୨୦୦ ଆପରାଧିକ ମାମଲା ରୁଜୁ କରିଥିବାବେଳେ ୧୮୧ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୧୬୦ ସରକାରୀ ବାବୁ ରହିଛନ୍ତି। ସେହିପରି ଭିଜିଲାନ୍ସ ଟିମ୍‌ ୪୮୩ ସ୍ଥାନରେ ଚଢ଼ାଉ କରିଥିବା ବେଳେ ମୋଟ୍‌ ୧୩୧ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ବାର୍ଷିକ ରିପୋର୍ଟ-୨୦୨୪ରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ୨୦୦ ଆପରାଧିକ ମାମଲା ମଧ୍ୟରୁ ୪୪ଟି ସରକାରୀ ଅର୍ଥ ଆତ୍ମସାତ ସଂକ୍ରାନ୍ତୀୟ ଦୁର୍ନୀତି ମାମଲା ରହିଥିବାବେଳେ ୬୦ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୯୬ଟି ଲାଞ୍ଚ ମାମଲା ରହିଛି। ୩୦୮ଜଣ ବ୍ୟକ୍ତିଙ୍କ ବିରୋଧରେ ଏସବୁ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରେ ୫୦ କ୍ଲାସ୍‌-୧ ଅଫିସର, ୩୬ କ୍ଲାସ୍‌-୨ ଅଫିସର, ୧୩୧ ତୃତୀୟ ଶ୍ରେଣୀ କର୍ମଚାରୀ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୧୮ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୭୨ ବେସରକାରୀ ବ୍ୟକ୍ତି ରହିଛନ୍ତି। ଗିରଫ ହୋଇଥିବା ୧୮୧ ଅଭିଯୁକ୍ତଙ୍କ ମଧ୍ୟରେ ୩୭ କ୍ଲାସ୍‌-୧ ଅଫିସର, ୨୭ କ୍ଲାସ୍‌-୨ ଅଫିସର, ୮୫ ତୃତୀୟ ଶ୍ରେଣୀ କର୍ମଚାରୀ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୧୦ ଅନ୍ୟ ସରକାରୀ କର୍ମଚାରୀ ଓ ୨୧ ବେସରକାରୀ ବ୍ୟକ୍ତି ରହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୬ ଯନ୍ତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗର ୬ ମୁଖ୍ୟଯନ୍ତ୍ରୀ ରହିଛନ୍ତି। ୬୦ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୬୬ ସରକାରୀ କର୍ମଚାରୀ ଓ ୩୬ ବେସରକାରୀ ବ୍ୟକ୍ତି ରହିଛନ୍ତି। ତେବେ ଏସବୁ ମାମଲାରେ ୧୩୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବାବେଳେ ସହଅଭିଯୁକ୍ତ ଭାବେ ୩୮ଜଣଙ୍କ ସ୍ତ୍ରୀ ଫସିଛନ୍ତି। ସେହିଭଳି ମୋଟା ଅଙ୍କର ଟଙ୍କା ଧରି ଯାଉଥିବା ୫ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କ୍ଲାସ୍‌-୧ ଅଫିସର, ୨ କ୍ଲାସ୍‌-୨ ଅଫିସର, ଜଣେ କ୍ଲାସ୍‌-୩ ଅଫିସର ଏବଂ ଜଣେ ଅନ୍ୟ ସରକାରୀ କର୍ମଚାରୀ ରହିଛନ୍ତି। ଏଥିସହ ୯୬ ଲାଞ୍ଚ ମାମଲାରେ ୧୦୫ ସରକାରୀ କର୍ମଚାରୀ ଓ ୧୦ ବେସରକାରୀ ବ୍ୟକ୍ତି ଧରାପଡ଼ିଥିଲେ। ସରକାରୀ ଅର୍ଥ ଆତ୍ମସାତ୍‌ ସଂକ୍ରାନ୍ତୀୟ ୪୪ ମାମଲାରେ ୯୧ ଅଭିଯୁକ୍ତ ରହିଥିବାବେଳେ ଏମାନଙ୍କ ମଧ୍ୟରେ ୬୫ ସରକାରୀ କର୍ମଚାରୀ ଏବଂ ୨୬ ବେସରକାରୀ ବ୍ୟକ୍ତି ରହିଛନ୍ତି। ତଦନ୍ତ ବେଳେ ଭିଜିଲାନ୍ସ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ୭୯୨ଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ଫ୍ରିଜ୍‌ କରିଛି। ୨୦୨୪ରେ ୧୦୫ଟି ମାମଲାରେ ଦଣ୍ଡାଦେଶ ହୋଇଛି। ଏସବୁ ମାମଲାରେ ୧୪୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହିବର୍ଷ ୨୫ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବାବେଳେ ଦଣ୍ଡାଦେଶ ଆଧାରରେ ୬୫ଜଣ ଦୋଷୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ୨୦୨୪ରେ ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ ପକ୍ଷରୁ ୧୦୧ ସ୍ଥାନରେ ଚଢ଼ାଉ କରାଯାଇ ୪.୮୨ କୋଟି ଟଙ୍କାର ସାମଗ୍ରୀ ଜବତ ସହ ୩୯ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?