Odisha Elections 2024

ବାପା, ପୁଅ ଗିରଫ: ଏକାଧିକ ଫେରାର

ଭୁବନେଶ୍ୱର, ୧୦।୧୨ (ବ୍ୟୁରୋ): ରାଜଧାନୀରେ ବାରମ୍ବାର ବସୁଛି କଙ୍ଗାରୁ କୋର୍ଟ। ସର୍ବ ସମ୍ମୁଖରେ ଘଟୁଛି ଅମାନୁଷିକ କାଣ୍ଡ। ହେଲେ କମିଶନରେଟ ପୋଲିସ କିଛି ଜାଣିପାରୁନି। ସୋସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ ଚେତା ପଶୁଛି। ପୂର୍ବରୁ ଏକାଧିକ ଘଟଣା ଘଟିଥିବାବେଳେ ଏବେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଆଉଏକ ସ୍ପର୍ଶକାତର ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କମେଣ୍ଟମରାକୁ ଗ୍ରାମସଭାରେ ବାପା ଓ ୨ ନାବାଳକ ପୁଅକୁ ଶତାଧିକ ଲୋକଙ୍କ ଆଗରେ ଆଣ୍ଠେଇବା ସହ ନିର୍ଯାତନା ଦିଆଯାଇଛି। ଏଥିସହର ଏହାର ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଲୋକ ଲଜ୍ଜା ସହି ନ ପାରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସା ପରେ ନାବାଳକ ଜଣକ ସୁସ୍ଥ ଥିବା ସୂଚନା ମିଳିଛି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା ମାମଲା (ନଂ.୫୯୦/୨୦୨୧) ରୁଜୁ କରି ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବାପା ଓ ପୁଅଙ୍କୁ ପୋଲିସ ଗିରଫ କରାଯାଇଛି। ସେମାନେ ହେଲେ ବରମୁଣ୍ଡା ଗ୍ରାମର ଦିଲୀପ ପ୍ରଧାନ ଓ ତାଙ୍କ ବାପା ରମେଶ ପ୍ରଧାନ। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଏଥିରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, ବରମୁଣ୍ଡା ଗ୍ରାମରେ ରହୁଥିବା ନାବଳକଦ୍ୱୟ ସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ କିଛିଦିନ ହେଲା କମେଣ୍ଟ ମାରୁଥିଲେ। ଏହାକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ବଚସା ହେବା ସହ ଝଗଡ଼ା ହୋଇଥିଲା। ହେଲେ ନାବାଳକ ଦ୍ୱୟ କମେଣ୍ଟ ମାରିବା ବନ୍ଦ ନ କରିବାରୁ ଅଭିଯୁକ୍ତ ଯୁବକ ଦିଲୀପ ସୋସିଆଲ ମିଡିଆରେ ଗୁରୁବାର ଏକ ଭିଡିଓ ଛାଡ଼ି ପାଲାମଣ୍ଡପକୁ ଗ୍ରାମବାସୀଙ୍କୁ ଡାକିଥିଲେ। ସେଠାରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ରାତି ପ୍ରାୟ ୯ଟାରେ ଆଉକିଛି ଯୁବକ ଯାଇ ନାବାଳକଦ୍ୱୟଙ୍କୁ ସେଠାକୁ ଡାକିଥିଲେ। କିଛି ସମୟ ପରେ ନାବାଳକଙ୍କ ବାପା ଓ ବଡ଼ବାପା ମଧ୍ୟ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ସଭା ବସିଥିଲା। ଗ୍ରାମବାସୀମାନେ ସେମାନଙ୍କୁ ଆଣ୍ଠେଇବା ସହ ତଳେ ଛେପ ପକାଇ ନାକ ଘଷାଇଥିଲେ। ଧକ୍କା ମାରିବା ସହ କାନ ଧରାଇ ଉଠ୍‌ ବସ୍‌ କରାଯାଇଥିଲା। ଏହାପରେ ନାବାଳକଙ୍କ ବାପାଙ୍କଠାରୁ ମୁଚାଲିକା ଲେଖାଇ ନେଇଥିଲେ। ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

ଆଜି ଆସିବେ ସଚିନ ପାଇଲଟ

ଭୁବନେଶ୍ୱର, ୧୮।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଜୁଲାଇ ୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୧୮ା୫(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ...

ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ...

ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି

ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri