୧୧ ମାସର ଶିଶୁକନ୍ୟା ବିଶାଖାପାଟଣାରୁ ଉଦ୍ଧାର

ପୁରୀ, ୨୨।୧୦ (ଅଜିତ୍‌ ମହାନ୍ତି)୧୧ ମାସର ଶିଶୁକନ୍ୟାକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାଖାଲ ବସ୍ତିରେ ଏପରି ଘଟଣା ଘଟିଛି। ପୋଲିସ ବିଶାଖାପାଟଣାରୁ ଝିଅକୁ ଉଦ୍ଧାର କରିଛି। ଏହି ଘଟଣାରେ ବାପା, ମଧ୍ୟସ୍ଥ ଓ କିଣିଥିବା ଲୋକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଧୋବାଖାଲର ଏମ୍‌. ନରସିଂହଙ୍କ ସ୍ତ୍ରୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ନରସିଂହ ନିୟମିତ ଭାବେ ପନତ୍ୀ ଏମ୍‌. ପୂଜାଙ୍କୁ ଶାରୀରିକ ନିର୍ଯାତନା ଦେଇଥାନ୍ତି। ୧୧ ମାସର ଝିଅ ପାଇଁ ଜଣେ ବ୍ୟକ୍ତିଙ୍କୁ ସେ ୮୦ ହଜାର ଟଙ୍କାରେ ବିକ୍ରି କରିଥିବା ସ୍ତ୍ରୀ ଅଭିଯୋଗ କରିଥିଲେ। ଗତ ୧୭ ତାରିଖ ପୂର୍ବାହ୍ନରେ ନରସିଂହ ଝିଅକୁ ନେଇ ପେଣ୍ଠକଟା ବଜାରକୁ ଯାଇଥିଲେ। ସନ୍ଧ୍ୟାରେ ଏକାକୀ ଘରକୁ ଫେରିଥିଲେ। ଝିଅ କୁଆଡ଼େ ଗଲା ବୋଲି ପଚାରିବାରୁ ତାକୁ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ପୂଜାଙ୍କୁ କହିଥିଲେ ନରସିଂହ। ପ୍ରତିବାଦ କରିବାରୁ ପୂଜାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ପେଣ୍ଠକଟା ଅଞ୍ଚଳରେ ବହୁ ସ୍ଥାନରେ ଖୋଜାଖୋଜି କରି ଶେଷରେ ଗୁରୁବାର ଏତଲା ଦେଇଥିଲେ ପୂଜା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍‌ ଶିଶୁକୁ ବିଶାଖାପାଟଣାରୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ ଗତ ୩ ମାସ ତଳେ ବଳିଆପଣ୍ଡା ବସ୍ତି ଅଞ୍ଚଳରୁ ଜଣେ ଶିଶୁକନ୍ୟା ଚୋରି ହୋଇଥିଲା। ଏଯାଏ ତାଙ୍କର ପତ୍ତା ମିଳିନାହିଁ। ଏଭଳି ସ୍ଥଳେ ପୁଣି ଜଣେ ଶିଶୁ କନ୍ୟା ବିକ୍ରି ହେବା ଆଲୋଡ଼ନ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁକୁ ପୂଜାଙ୍କୁ ହସ୍ତାନ୍ତର କରାଯାଇଛି। ପରେ ଉଭୟ ମା’ ଓ କନ୍ୟାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। ପୂଜାଙ୍କୁ ପଚରାଉଚରା ପରେ ସେ ନିଜ ଭାଇଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର ଦୁର୍ଘଟଣାରେ ଆଖିବୁଜିଲେ ବନ ବିଭାଗ ଅଧିକାରୀ

କଲ୍ୟାଣସିଂହପୁର,୧୬।୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ କଲ୍ୟାଣସିଂହପୁରରୁ ରାୟଗଡା...

ନୂଆପଡ଼ାରେ ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୧୬ା୧ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନି। ସପ୍ତାହକ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିର୍ଯାତନାର ଶିକାର ହୋଇ...

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ଉପସଚିବଙ୍କ ଅଚାନକ ଗସ୍ତ

ଗଜପତି,୧୬।୧(ଗିରିଧାରୀ ପରିଛା): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ଖାଉଟି...

ଜି.ଉଦୟଗିରି ନଗର-ବ୍ଲକ ବିଜେଡି ସଭାପତି ହେଲେ ଅନୀଲ କୁମାର, ଲିଙ୍ଗରାଜ

ଜି.ଉଦୟଗିରି,୧୬।୧(ଚିନ୍ମୟ କୁମାର ସେଠୀ): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କନ୍ଧମାଳ ଜିଲାରେ ବିଭିନ୍ନ ବ୍ଲକ ଓ ଏନ୍‌ଏସିରେ ଥିବା ସଂଗଠନକୁ ମଜଭୁତ କରିବା...

ଦିବ୍ୟାଙ୍ଗ ପୁଅକୁ କାଠଫାଳିଆରେ ମାରୁଥିଲେ, ବାପା ବଞ୍ଚେଇବାକୁ ଯାଇ…

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁର ପ୍ରକାଶ ଗୌଡ଼(୬୫) ନାମକ ଜଣେ ବୃଦ୍ଧଙ୍କୁ ଗାଁର...

କଣ୍ଟେଇକୋଳି ନାଳରେ ସ୍ଲୁଇସ କମ୍‌ ୱିଅର୍‌ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗ୍ରାମ ନିକଟସ୍ଥ କଣ୍ଟେଇକୋଳି ନାଳରେ ରାଜ୍ୟ ଜଳସମ୍ପଦ ବିଭାଗ ଅଧିନସ୍ଥ ବ୍ରହ୍ମପୁର...

ଧର୍ମଶାଳା ପାଖର ଛକ ନିକଟରେ ଦୁର୍ଘଟଣା: ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି; ୫ରୁ ଅଧିକ…

ଧର୍ମଶାଳା,୧୬।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ପାଖର ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଅଜଣା...

ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଯାଇଥିଲେ ଜେଲ, ଜାମିନରେ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ପୁଣି ଥରେ ଅଭିଯୁକ୍ତ ସ୍ବାମୀ… 

ଦିଗପହଣ୍ଡି, ୧୬।୧(ଅଶେଷ ନାଥ ମିଶ୍ର): ୬ ମାସ ପୂର୍ବେ ବଡ଼ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲରୁ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri