ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍‌ ଚକା ତଳେ ପଡ଼ି ଜୀବନ ଗଲା

ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ। ସହରର ଗୋଲେଇ ନିକଟରେ ଜଣେ ବ୍ୟକ୍ତି ମଙ୍ଗଳବାର ବାଇକ୍‌ରେ ଏକ ଚାଉଳ ବସ୍ତା ନେଇ ଟ୍ରାଫିକ ପୋଷ୍ଟ ପାର ହେଉଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗାଡ଼ି ଚକା ତଳେ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବାଲେଶ୍ୱର ଜିଲା ଯୋଗାଣ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିପଦ ଦାସ। ତାଙ୍କ ଘର ସିଂଲା ଥାନା ଅନ୍ତର୍ଗତ ସାନଓସ୍ତିରେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ୟାଙ୍କରକୁ ଜବତ କରାଯିବା ସହ ଡ୍ରାଇଭରକୁ ସହଦେବ ଖୁଣ୍ଟା ଥାନା ପୋଲିସ ଅଟକ ରଖିଛି। ଅନ୍ୟପଟେ ଦୁର୍ଘଟଣା ନେଇ ପରିବାରଲୋକଙ୍କୁ ଅବଗତ କରାଯିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ତେବେ ଆସନ୍ତା ୨୧ ତାରିଖରେ ହରିପଦଙ୍କ ପୁଅ ବାହାଘର ପାଇଁ ସ୍ଥିର ହୋଇଥିବା ବେଳେ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ବାଲେଶ୍ୱର ଆସିଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିବାରଲୋକେ କହିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ...

ଆଜି ଭାରତ-ନ୍ୟୁଜିଲାଣ୍ଡ କ୍ରସ୍‌ ଓଭର

ଭୁବନେଶ୍ୱର, ୨୨।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ୪ଟି ଗ୍ରୁପ୍‌ରେ ଶୀର୍ଷସ୍ଥାନରେ ରହି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ ଓ...

‘ଏକ ଦୌଡ ଦେଶ କା ନାମ’

ଭୁବନେଶ୍ୱର,୫।୯ (ବ୍ୟୁରୋ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ପାହାଳଠାରେ ‘ଏକ...

ଥାନାରେ ଥାର୍ଡ ଡିଗ୍ରୀ: ଏସ୍‌ଆଇ ନିଲମ୍ବିତ

ରାଉରକେଲା ଅଫିସ,୧୮।୨:ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା...

ଗଞ୍ଜାମକୁ ଡରାଉଛି କରୋନା ମୃତ୍ୟୁ: ପୁଣି ଗଲା ୨ ଯୁବକଙ୍କ ଜୀବନ

ଛତ୍ରପୁର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍‌ରେ ରହିଛି ଅପରପକ୍ଷରେ କରୋନା ଜନିତ...

ଡାକ୍ତର ସି.ବି.କେ. ମହାନ୍ତି ହେଲେ ଡିଏମ୍‌ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୫ା୧୧: ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି) ନିର୍ଦ୍ଦେଶକ ଭାବେ ଡା ସି.ବି.କେ. ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏନେଇ...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼,୨୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡରେ...

ବିଶ୍ୱର ଆଦି ଭାଷା ସଂସ୍କୃତ: କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ କମ୍ପିଲା ସଂସଦ

ବାଲେଶ୍ୱର ଅଫିସ, ୧୫।୧୨-ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ...

Advertisement
Archives

Model This Week