ବାପା ଏବଂ ଝିଅ ମଧ୍ୟରେ ଥିବା ବନ୍ଧନ ଏକ ସ୍ବତନ୍ତ୍ର, ଯାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଝିଅ ତାଙ୍କ ପିତାଙ୍କ ସହିତ ଅତି ନିକଟତର ହୋଇଥିବାବେଳେ ବାପା ମଧ୍ୟ ତାଙ୍କ ଝିଅ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଝିଅ ତାଙ୍କ ମନର ମଣିଷ ଠାରେ ମଧ୍ୟ ବାପାଙ୍କ ଅନେକ ଝଲକ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଜଣେ ବାପା-ଝିଅଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଝିଅଟିର ବ୍ରେନ୍ ସର୍ଜରୀ ରାଯାଇଥିବା ଦେଖାଯାଇଛି। ସର୍ଜରୀ ବେଳେ ଝିଅଟିର ମୁଣ୍ଡ ଯେଉଁଭଳି ଭାବରେ ସିଲେଇ କରାଯାଇଥିଲା, ତାଙ୍କ ବାପା ମଧ୍ୟ ଝିଅକୁ ଖୁସି କରିବା ପାଇଁ ସିଲେଇ ଭଳି ତାଙ୍କ କେଶ କାଟିଛନ୍ତି। ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। କିଛି ୟୁଜର୍ସ ଭିଡିଓ ଦେଖି ଭାବପ୍ରବଣ ହୋଇପଡିଛନ୍ତି।
Amor puro y verdadero. 😍🙏 pic.twitter.com/yj5UBqoyYo
— ☛ Momentos Virales ☛ (@momentoviral) January 25, 2022