Posted inଜାତୀୟ

ଜୀବିତ ପୁଅ ମୃତ କହି ୯୦ ଲକ୍ଷ ଠକିନେଲେ ପିତା, ଘର ଲୋକେ କଲେ ପର୍ଦ୍ଦାଫାଶ…

ଲକ୍ଷ୍ନୌ,୧୩।୧୧ : ଅହମଦାବାଦ ପୋଲିସ ଦ୍ୱାରା ଧରାଯାଇଥିବା ଦନକୌରର ପାର୍ସଲ ଗାଁର ବାସିନ୍ଦା ଅନୀଲ ମଲିକଙ୍କ ମୃତ୍ୟୁ ନାଟକ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ବର୍ଷ ଧରି ଅନୀଲଙ୍କ ପିତା ବିଜୟପାଲ ଏବଂ ଅନ୍ୟ ଭାଇମାନଙ୍କ ମଧ୍ୟରେ ଏକ ଜମି ବିବାଦ ଚାଲିଛି। ଏଥିରେ ରାଗିଯାଇ ଚାଚା ଧରମପାଲ ୬ ମାସ ପୂର୍ବରୁ ଅନୀଲ ଜୀବିତ ଥିବା ନେଇ ଗୌତମ ବୁଦ୍ଧ ନଗର ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ପରେ ପୋଲିସ ଏହି ମାମଲାକୁ ମିଥ୍ୟା ବୋଲି କହିଥିଲେ।

ନୋଏଡା ପୋଲିସ ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଧରମପାଲ ଅହମଦାବାଦ କ୍ରାଇମ ବ୍ରାଞ୍ଚକୁ ଅନୀଲ ଜୀବନ୍ତ ବୋଲି ସୂଚନା ଦେଇଥିଲେ। ପୋଲିସ ଯେତେବେଳେ ଅନୁସନ୍ଧାନ କଲା, ସେତେବେଳେ ଜଣାପଡିଥିଲା ଅନୀଲଙ୍କ ମିଥ୍ୟା ମୃତ୍ୟୁର ମାଷ୍ଟରମାଇଣ୍ଡ ହେଉଛନ୍ତି ପିତା ବିଜୟପାଲ। ସେ ତାଙ୍କ ୨୦ ବର୍ଷର ପୁଅ ଅନୀଲଙ୍କର ମୃତ୍ୟୁ ହୋଇଥିବା କହି ୯୦ ଲକ୍ଷ ବୀମା ଟଙ୍କା କମ୍ପାନୀଠାରୁ ଠକି ନେଇଥିଲେ। ପୋଲିସ ଏବେ ଅନୀଲଙ୍କ ପିତା ଓ ଭାଇଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି।

୩୧ ଜୁଲାଇ, ୨୦୦୬ ରେ, ଅନୀଲ ତାଙ୍କ ପିତା ଏବଂ ଭାଇ ଜଣେ ଦିବ୍ୟାଙ୍ଗଙ୍କୁ କାରରେ ନେଇ ଅହମଦାବାଦରେ ନିଆଁ ଲଗାଇ ଦେଇଥିଲେ। ପାର୍ସଲ ଗାଁରେ କାରରେ ଜଳିଯିବା କାରଣରୁ ଅନୀଲଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା।

ପୋଷ୍ଟମର୍ଟମ ପରେ ବାପା ଦିବ୍ୟାଙ୍ଗ ଭିକାରୀଙ୍କ ମୃତଦେହକୁ ଗାଁକୁ ନେଇ ନ ଥିଲେ। ଗାଜିଆବାଦ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ। ସେମାନେ ଭୟ କରୁଥିଲେ କାଳେ ଗାଁର ଲୋକମାନେ ମୃତଦେହକୁ ଚିହ୍ନି ଦେବେ। ତେବେ ପରିବାର ସଦସ୍ୟ ଏହାକୁ ପ୍ରଘଟ କରିବା ପରେ ମୃତ୍ୟୁ ନାଟକ ଉପରୁ ପରଦା ହଟିଥିଲା। ସେ ଅନୀଲଙ୍କ ମୃତ୍ୟୁ ପାଇଁ ୮୦ ଲକ୍ଷ ଏବଂ ଗାଡି ଲାଗି ୧୦ ଲକ୍ଷ ଟଙ୍କା ବୀମା କମ୍ପାନୀଙ୍କଠାରୁ ଠକିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri