ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଖୁଣ୍ଟା(ଦେବରଞ୍ଜନ ବେହେରା)/ଗୋପବନ୍ଧୁ ନଗର(ଶାନ୍ତନୁ କୁମାର ମଢୁଆଳ),  ୬ା୮ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ବଡ଼ପଥରା ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ପଥର ଚାଲାଣକାରୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ପଥରମାଡ଼ରେ ଆର୍‌ଆଇଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ବିଭାଗୀୟ କର୍ମଚାରୀ ତାଙ୍କୁ ନିକଟସ୍ଥ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏ ନେଇ ଥାନାରେ ୬ ଜଣଙ୍କ ନାମରେ ଅଭିଯୋଗ ପରେ ଖୁଣ୍ଟା ପୋଲିସ ମାମଲା ରୁଜୁକରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବେଆଇନ ପଥର କାରବାର ପାଇଁ ଉକ୍ତ ଅଞ୍ଚଳର ୬ ପଞ୍ଚାୟତର ପଥର ଖାଦାନରେ ଜୁଲାଇ ୧୭ରୁ ୧୪୪ଧାରା ଜାରି ହୋଇଛି। ଏଥିସହ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଗତ ୧୮ତାରିଖରେ ବେଆଇନ ପଥର ବ୍ଲାଷ୍ଟିଂ ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଘଟଣାସ୍ଥଳରେ କୋଟିଏରୁ ଊଦ୍ଧର୍‌ବ ଟଙ୍କା ମୂଲ୍ୟର କମ୍ପ୍ରେସର ଓ ୨ ହିଟାଚି ମେଶିନ ଜବତ କରିଥିଲା। ପୁନର୍ବାର ପଥର ବ୍ଲାଷ୍ଟିଂ ଓ ଚୋରାଚାଲାଣ ହେଉଥିବା ଖବରପାଇ ଶନିବାର ଭୋର ୫ଟା ସମୟରେ ବଡ଼ପଥରା ରାଜସ୍ବ ନିରୀକ୍ଷକ ଦୟାନିଧି ରାଉତ ସପଞ୍ଚୁଆ ଫରେଷ୍ଟ ବିଟ୍‌ ନିକଟ ସପନଚୁଆ-ସୁବର୍ଣ୍ଣମଞ୍ଜରୀ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ପଥର ଚାଲାଣକାରୀ ଉକ୍ତ ଥାନା ଅଧୀନ ଡୁକୁରା ଗ୍ରାମର ଅରବିନ୍ଦ କୁମାର ସାହୁ (ଦୀପୁ), କୁଶଗଡ଼ିଆ ଗ୍ରାମର ବିଜୟ କୁମାର ନାଏକ (ବିଜୁ), ଚାନ୍ଦରାୟ ସରେନ (କଙ୍କ), ସପନଚୁଆ ଗ୍ରାମର ସମୀର ହେମ୍ବ୍ରମଙ୍କ ସମେତ ୨ ଯୁବକ ୩ ବାଇକରେ ଆସି ଆର୍‌ଆଇଙ୍କୁ ପଥରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆର୍‌ଆଇଙ୍କ ମୁଣ୍ଡ ଫାଟି ଗୁରୁତର ହୋଇପଡ଼ିଥିଲେ। ଏହାର ସୁଯୋଗରେ ଆକ୍ରମଣକାରୀମାନେ ମୋବାଇଲ ଛଡ଼ାଇନେବା ସହ ବାଇକଟିକୁ ଭାଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ତହସିଲଦାର ଅଙ୍କୁର ଅଭିଳାଷ, ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ବେହେରା ପହଞ୍ଚତ୍ ଆର୍‌ଆଇଙ୍କୁ ଉଦ୍ଧାରକରି ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଖୁଣ୍ଟା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା (ନଂ. ୨୩୧/୨୩)ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ଜିଲା ରାଜସ୍ବ ନିରୀକ୍ଷକ ସଂଘ ନିନ୍ଦା କରିବା ସହ ଉପଯୁକ୍ତ ତଦନ୍ତ ପୂର୍ବକ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri