ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଖୁଣ୍ଟା(ଦେବରଞ୍ଜନ ବେହେରା)/ଗୋପବନ୍ଧୁ ନଗର(ଶାନ୍ତନୁ କୁମାର ମଢୁଆଳ),  ୬ା୮ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ବଡ଼ପଥରା ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ପଥର ଚାଲାଣକାରୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ପଥରମାଡ଼ରେ ଆର୍‌ଆଇଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ବିଭାଗୀୟ କର୍ମଚାରୀ ତାଙ୍କୁ ନିକଟସ୍ଥ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏ ନେଇ ଥାନାରେ ୬ ଜଣଙ୍କ ନାମରେ ଅଭିଯୋଗ ପରେ ଖୁଣ୍ଟା ପୋଲିସ ମାମଲା ରୁଜୁକରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବେଆଇନ ପଥର କାରବାର ପାଇଁ ଉକ୍ତ ଅଞ୍ଚଳର ୬ ପଞ୍ଚାୟତର ପଥର ଖାଦାନରେ ଜୁଲାଇ ୧୭ରୁ ୧୪୪ଧାରା ଜାରି ହୋଇଛି। ଏଥିସହ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଗତ ୧୮ତାରିଖରେ ବେଆଇନ ପଥର ବ୍ଲାଷ୍ଟିଂ ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଘଟଣାସ୍ଥଳରେ କୋଟିଏରୁ ଊଦ୍ଧର୍‌ବ ଟଙ୍କା ମୂଲ୍ୟର କମ୍ପ୍ରେସର ଓ ୨ ହିଟାଚି ମେଶିନ ଜବତ କରିଥିଲା। ପୁନର୍ବାର ପଥର ବ୍ଲାଷ୍ଟିଂ ଓ ଚୋରାଚାଲାଣ ହେଉଥିବା ଖବରପାଇ ଶନିବାର ଭୋର ୫ଟା ସମୟରେ ବଡ଼ପଥରା ରାଜସ୍ବ ନିରୀକ୍ଷକ ଦୟାନିଧି ରାଉତ ସପଞ୍ଚୁଆ ଫରେଷ୍ଟ ବିଟ୍‌ ନିକଟ ସପନଚୁଆ-ସୁବର୍ଣ୍ଣମଞ୍ଜରୀ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ପଥର ଚାଲାଣକାରୀ ଉକ୍ତ ଥାନା ଅଧୀନ ଡୁକୁରା ଗ୍ରାମର ଅରବିନ୍ଦ କୁମାର ସାହୁ (ଦୀପୁ), କୁଶଗଡ଼ିଆ ଗ୍ରାମର ବିଜୟ କୁମାର ନାଏକ (ବିଜୁ), ଚାନ୍ଦରାୟ ସରେନ (କଙ୍କ), ସପନଚୁଆ ଗ୍ରାମର ସମୀର ହେମ୍ବ୍ରମଙ୍କ ସମେତ ୨ ଯୁବକ ୩ ବାଇକରେ ଆସି ଆର୍‌ଆଇଙ୍କୁ ପଥରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆର୍‌ଆଇଙ୍କ ମୁଣ୍ଡ ଫାଟି ଗୁରୁତର ହୋଇପଡ଼ିଥିଲେ। ଏହାର ସୁଯୋଗରେ ଆକ୍ରମଣକାରୀମାନେ ମୋବାଇଲ ଛଡ଼ାଇନେବା ସହ ବାଇକଟିକୁ ଭାଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ତହସିଲଦାର ଅଙ୍କୁର ଅଭିଳାଷ, ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ବେହେରା ପହଞ୍ଚତ୍ ଆର୍‌ଆଇଙ୍କୁ ଉଦ୍ଧାରକରି ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଖୁଣ୍ଟା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା (ନଂ. ୨୩୧/୨୩)ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ଜିଲା ରାଜସ୍ବ ନିରୀକ୍ଷକ ସଂଘ ନିନ୍ଦା କରିବା ସହ ଉପଯୁକ୍ତ ତଦନ୍ତ ପୂର୍ବକ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?