ଦ୍ରୁତତମ ଓ ପଞ୍ଚମ ବୃହତ୍ତମ: ନିରନ୍ତର ପ୍ରଗତି ପଥେ ଭାରତୀୟ ଅର୍ଥବ୍ୟବସ୍ଥା

ହୁଏତ ଏହା ସଂଯୋଗବଶତଃ ହୋଇ ଥାଇପାରେ, କିନ୍ତୁ ବ୍ରିଟିଶ ସାମ୍ରାଜ୍ୟ ଠାରୁ ସ୍ବାଧୀନତା ପାଇବାର ୭୫ତମ ବର୍ଷରେ ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍‌ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବେ ପରମ ସନ୍ତୋଷର ବିଷୟ। ଏହି ଉପଲବ୍ଧି ଏପରି ଏକ ସମୟରେ ଆସିଛି ଯେତେବେଳେ ବ୍ରିଟେନ ନିଜ ଆର୍ଥିକ ଅଧୋଗତି ଏବଂ ବର୍ଦ୍ଧିତ ମୁଦ୍ରାସ୍ଫୀତିର ମୁକାବିଲା କରିବା ଲାଗି ସଂଘର୍ଷ କରୁଛି। ବ୍ରିଟେନ୍‌, ୟୁରୋପ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣ କଳ୍ପନାତୀତ ଭାବେ ଅତ୍ୟନ୍ତ ମହଙ୍ଗା ହୋଇପଡ଼ିଛି। ଯେଉଁ ତଥାକଥିତ ଅର୍ଥ ବିଶାରଦମାନେ ଲଗାତର ଭାରତୀୟ ଅର୍ଥବ୍ୟବସ୍ଥାକୁ ସମାଲୋଚନା କରିଆସୁଥିଲେ ସେମାନେ ବ୍ରିଟେନ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସଙ୍କଟକୁ ଆକଳନ କରିବାରେ ବିଫଳ ହୋଇଥିବା କାରଣରୁ ହତପ୍ରଭ ହୋଇ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ଉକ୍ତି ବାସ୍ତବରେ ପ୍ରଣିଧାନଯୋଗ୍ୟ- ”ସେମାନଙ୍କ ପାଇଁ ପ୍ରାଚୁର୍ଯ୍ୟର ଦିନ ପ୍ରକୃତରେ ଶେଷ ହୋଇଯାଇଛି। ଆଉ ଏହି ସମୟ ହୁଏତ ଆମ ପାଇଁ ଆରମ୍ଭ ହେଉଛି।“
ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ହେବାର ଖବର ପ୍ରଥମେ ବ୍ଲୁମ୍‌ବର୍ଗରେ ପ୍ରକାଶ ପାଇଥିଲା। ଏହି ଖବରକୁ ଏକ ଔପନିବେଶିକ ରଙ୍ଗ ଦେଇ ବ୍ଲୁମବର୍ଗ ଲେଖିଥିଲା ଯେ, ଏକ ସାମ୍ରାଜ୍ୟବାଦୀକୁ ଏହାର ପୂର୍ବତନ ସାମ୍ରାଜ୍ୟ ପଛରେ ପକାଇ ଦେଇଛି। ବହୁପୂର୍ବରୁ ସମ୍ରାଟଙ୍କଠାରୁ ସାମ୍ରାଜ୍ୟ ଓ ବୈଭବ, ଉଭୟ ହାତଛଡ଼ା ହୋଇଯାଇଥିଲା। କାଳକ୍ରମେ ଗ୍ରେଟ୍‌ ବ୍ରିଟେନ ସଙ୍କୁଚିତ ହୋଇ ଏକ ଛୋଟ ଇଂଲଣ୍ଡରେ ପରିଣତ ହୋଇଥିଲା; କିନ୍ତୁ ଏହାର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଥିଲା ଏବଂ ୟୁକେ (ୟୁନାଇଟେଡ କିଙ୍ଗଡମ୍‌) ବିଶ୍ୱର ଶୀର୍ଷ ପାଞ୍ଚଟି ଅର୍ଥବ୍ୟବସ୍ଥା ତାଲିକାରେ ନିଜର ସ୍ଥାନ ବଜାୟ ରଖିପାରିଥିଲା। ଏହା ନିଃସନ୍ଦେହ ଯେ ବ୍ଲୁମବର୍ଗର ରିପୋର୍ଟରେ ଔପନିବେଶିକ ସନ୍ଦର୍ଭ ଉଲ୍ଲେଖ କରାଯିବା ଆପତ୍ତିଜନକ। ତା’ଛଡ଼ା ୧୯୪୭ରେ ବ୍ରିଟିଶ ଶାସକମାନେ ଅସହାୟ, କ୍ଷତାକ୍ତ ଓ ଲହୁଲୁହାଣ କରି ଛାଡ଼ି ଚାଲି ଯାଇଥିବା ଏକ ରାଷ୍ଟ୍ର କ୍ରମାଗତ ଉନ୍ନତି କରିବା ସହିତ ଆର୍ଥିକ ସମୃଦ୍ଧି ଓ ଶକ୍ତି ହାସଲ କରିବାର ଦିଗକୁ ଏଥିରେ ଅଣଦେଖା କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତକୁ ଆର୍ଥିକ ଦୃଷ୍ଟିରୁ ଶୋଷଣ କରିବା ଏବଂ ଏ ଦେଶରୁ ବ୍ରିଟେନକୁ ସମ୍ପତ୍ତି ବୋହିନେବା ଲାଗି ବ୍ରିଟିଶରମାନେ ଭାରତରେ ସାମ୍ରାଜ୍ୟବାଦ ସ୍ଥାପନ କରିଥିଲେ। ୧୭୦୦ ଖ୍ରୀଷ୍ଟାବ୍ଦରେ ବିଶ୍ୱ ଜିଡିପିରେ ଭାରତୀୟ ଅର୍ଥବ୍ୟବସ୍ଥାର ଭାଗ ଥିଲା ୨୪.୪ ପ୍ରତିଶତ; କିନ୍ତୁ ୭୫ ବର୍ଷ ପୂର୍ବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ, ବ୍ରିଟିଶ ସାମ୍ରାଜ୍ୟର ପତାକା ବଦଳରେ ତ୍ରିରଙ୍ଗା ପତାକା ସ୍ଥାନ ପାଇବା ବେଳକୁ ଭାରତୀୟ ଅର୍ଥବ୍ୟବସ୍ଥାର ଭାଗ ମାତ୍ର ୩ ପ୍ରତିଶତକୁ ଖସି ଆସିଥିଲା। ବ୍ରିଟେନ ସମୃଦ୍ଧି ହାସଲ କରିଥିବା ବେଳେ ଭାରତ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିଲା। ବିଗତ ଆଠ ବର୍ଷ ମଧ୍ୟରେ ଭାରତର ଅଭୂତପୂର୍ବ ଉଦୟକୁ ବୁଝିବା ଲାଗି ଏସବୁ ତଥ୍ୟର ବିଶ୍ଳେଷଣ କରିବା ଜରୁରୀ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥବ୍ୟବସ୍ଥାକୁ ଶୀର୍ଷକୁ ନେବା ଲାଗି ପ୍ରମୁଖ ନୀତିଗତ ପରିବର୍ତ୍ତନ ଆଣିଛନ୍ତି। ବିଗତ ଦଶନ୍ଧିରେ ହୋଇଥିବା ତ୍ରୁଟିକୁ ସେ ସୁଧାରିବାକୁ ପ୍ରୟାସ କରିଛନ୍ତି। ଏହାର ବିପରୀତ ପୂର୍ବ ସରକାରମାନେ କେବଳ ସୋଭିଏଟ୍‌ ଯୁଗ ଶୈଳୀରେ ରାଷ୍ଟ୍ର ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ଉଦ୍ୟୋଗ ଜଗତର କ୍ଷମତାକୁ ନୂ୍ୟନ କରି ଆକଳନ କରିଥିଲେ ଏବଂ ପ୍ରତିବନ୍ଧକ ମାଧ୍ୟମରେ ଆକାଂକ୍ଷାକୁ ଅଣଦେଖା କରିଥିଲେ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଅତୀତକୁ ସମାଧି ଦେଇ ଏକ ସ୍ବର୍ଣ୍ଣିମ ଭବିଷ୍ୟତ ପାଇଁ ନୂତନ ଆରମ୍ଭ କରିଥିଲେ, ଯାହାକି ଅଧିକାଂଶ ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା, ସେମାନଙ୍କର ସମ୍ଭାବନାକୁ ଉଜାଗର କରିବା ଏବଂ ଏହି ମହାନ ରାଷ୍ଟ୍ରକୁ ପ୍ରଗତି ପଥକୁ ଆଣିବା ଲାଗି ଉଦ୍ଦିିଷ୍ଟ ଥିଲା। ସମୃଦ୍ଧ ଓ ସଶକ୍ତ ଭାରତର ଅନ୍ତିମ ପଂକ୍ତିରେ ଛିଡ଼ା ହୋଇଥିବା ଅନ୍ତିମ ବ୍ୟକ୍ତିକୁ ସୁବିଧା ପ୍ରଦାନ କରାଯିବା ସୁନିଶ୍ଚିତ କରାଗଲା। ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ସ୍ଥିର ପରିବର୍ତ୍ତନର ପ୍ରଭାବ ଏହି ଆଠ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ଭାରତର କାହାଣୀ ସାରା ବିଶ୍ୱରେ ସବୁଠୁ ପ୍ରାସଙ୍ଗିକ ପାଲଟିଛି। ପରିସଂଖ୍ୟାନରୁ କେବଳ ଆଂଶିକ ତଥ୍ୟ ମିଳିଥାଏ। ୨୦୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପିର ସାଙ୍କେତିକ ଅଭିବୃଦ୍ଧି ସ୍ତର ୧୩.୫ ପ୍ରତିଶତ ହେବା କ୍ଷେତ୍ରରେ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ବୋଲି କୁହାଯାଉଛି। କ୍ରୟ ଶକ୍ତି ଆଧାରରେ ଆକଳନ କଲେ, ଆମେରିକା ଓ ଚୀନ ପରେ ଭାରତର ଜିଡିପି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ମାନ୍ୟତା ପାଇବ। ବର୍ତ୍ତମାନ ଉପଲବ୍ଧ ସବୁ ସଙ୍କେତ ଓ ଆକଳନରୁ ସୂଚନା ମିଳୁଛି ଯେ, ଅନ୍ୟ ସବୁ ରାଷ୍ଟ୍ରର ଜିଡିପି ସ୍ଥିର କିମ୍ବା ନିମ୍ନଗାମୀ ଥିବା ବେଳେ ଭାରତର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ପ୍ରଗତି ହାସଲ କରୁଛି। ଏହାର ଅର୍ଥ ହେଉଛି ଭାରତ କ୍ରମାଗତ ଭାବେ ଅଗ୍ରଣୀ ସ୍ଥାନ ବଜାୟ ରଖିବା ସହିତ ଦ୍ରୁତ ଗତିରେ ବର୍ତ୍ତମାନର ଶୂନ୍ୟସ୍ଥାନଗୁଡ଼ିକ ଦୂର କରୁଛି।
ଲଗାତର ଦୁଇ ବର୍ଷ ଧରି କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ହେଲେ ପ୍ରତିକୂଳ ପରିସ୍ଥିତିର ଏହି ବର୍ଷଗୁଡ଼ିକୁ ପ୍ରଧାନମନ୍ତ୍ରୀ ଅବସରରେ ପରିଣତ କରିଥିଲେ। ତାଙ୍କର ଦୂରଦୃଷ୍ଟି କାରଣରୁ ଭାରତ ଅନ୍ୟମାନଙ୍କ ଭଳି ସମ୍ପତ୍ତି ଓ ସମ୍ବଳ ବରବାଦ କରିବାର ରାସ୍ତାରେ ଯାଇନଥିଲା। ଏହା ପରିବର୍ତ୍ତେ ସେ ଏକ ସତର୍କ ଏବଂ ବିବେକପୂର୍ଣ୍ଣ ଦୃଷ୍ଟିକୋଣ ଆପଣାଇଥିଲେ, ନିଯୁକ୍ତି ଆଧାରିତ ଭିତ୍ତିଭୂମି ଉପରେ ବ୍ୟୟ କରିବା ନେଇ ଗୁରୁତ୍ୱ ଦେଇଥିଲେ ଏବଂ ପୁନଃସୁଧାର ପାଇଁ ସେ ଉଦ୍ୟୋଗ ଜଗତ ଲାଗି ଆର୍ଥିକ ପ୍ରୋତ୍ସାହନ ଆଧାରିତ ଯୋଜନା କାର୍ଯ୍ୟକାରୀ କରିଥିଲେ। ୨ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାର ସୁଫଳ ଏବେ ମିଳିବା ଆରମ୍ଭ କରିଛି। ଏସବୁ ପଦକ୍ଷେପ ସହିତ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସାୟିକ ସୁଗମତାରେ ବ୍ୟାପକ ସୁଧାର ସୁନିଶ୍ଚିତ କରିଛନ୍ତି। ନୀତିଗତ ସ୍ଥିରତା, ଶ୍ରମ ଆଇନରେ ସଂସ୍କାର ଭଳି ପଦକ୍ଷେପ ସହିତ ବିଶ୍ୱର ସବୁଠୁ ଲୋକପ୍ରିୟ ଓ ବୃହତ୍‌ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଭାରତର ପ୍ରଯୁକ୍ତି ଭଣ୍ଡାରକୁ ସୁବିନିଯୋଗ କରିବା ସହିତ ଷ୍ଟାର୍ଟଅପ ଓ ୟୁନିକର୍ଣ୍ଣଗୁଡ଼ିକୁ ପ୍ରୋତ୍ସାହିତ କରିଛନ୍ତି। ବିଶ୍ୱ ନିିବେଶକ ଓ ଉଦ୍ୟୋଗ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଛନ୍ତି। ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥାକୁ ସୁଧାର ମାର୍ଗକୁ ଫେରାଇ ଆଣିବା ଏବଂ ଜିଡିପିରେ ଉନ୍ନତି ଆଣିବା ଉପରେ ନିଶ୍ଚିତ ଭାବେ ଗୁରୁତ୍ୱ ଦିଆଯାଇଛି। ତେବେ ମହାମାରୀ ଯୋଗୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଓ ବଞ୍ଚିତମାନଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଭାରତରେ ବିଶ୍ୱର ସବୁଠୁ ବଡ଼ ମାଗଣା ଖାଦ୍ୟଶସ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଦେଶର ପ୍ରାୟ ଦୁଇ ତୃତୀୟାଂଶ ଲୋକଙ୍କୁ ମାଗଣା ରାଶନ ମିଳୁଛି। ବିଶ୍ୱର ସବୁଠୁ ବଡ଼ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଭାରତରେ କାର୍ଯ୍ୟକାରୀ ହେଉଛି। ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ମହାମାରୀ ସଙ୍କଟରୁ ଉଦ୍ଧାର କରି ଦ୍ରୁତ ଏବଂ ବ୍ୟାପକ ପ୍ରଗତି ଦିଗରେ ଆଗେଇ ନେଇଛି।
୧୯୪୭ରେ ଭାରତ ଏକ ପ୍ରକାର ସର୍ବସ୍ବାନ୍ତ ସ୍ଥିତିରେ ଥିଲା। ଏବେ ଆମେ ଦେଶର ଅମୃତ କାଳ ଅର୍ଥାତ୍‌ ସ୍ବାଧୀନତାର ୧୦୦ତମ ବର୍ଷ ପୂର୍ତ୍ତି ଆଡ଼କୁ ୨୫ ବର୍ଷର ଯାତ୍ରାରେ ପାଦ ଥାପିଛୁ। ବର୍ତ୍ତମାନ ଆମେ ଅଧିକ ସଶକ୍ତ ଓ ସମୃଦ୍ଧ ହୋଇ ଛିଡ଼ା ହୋଇଛୁ। ଆଜି ବିଶ୍ୱର ସବୁଠୁ ଅଧିକ ସ୍ମାର୍ଟଫୋନ ଡେଟା ବ୍ୟବହାରକାରୀ ଭାରତରେ ଅଛନ୍ତି। ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ବିଶ୍ୱର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର ଭାରତରେ ରହିଛି। ବିଶ୍ୱ ଖୁଚୁରା ସୂଚକାଙ୍କରେ ଭାରତ ଦ୍ୱିତୀୟ ସ୍ଥାନ ହାସଲ କରିଛି। ତୃତୀୟ ସର୍ବବୃହତ ଇନ୍ଧନ ଉପଯୋଗକାରୀ ରାଷ୍ଟ୍ର ଭାବେ ଭାରତ ନିଜ ସୁଦୃଢ଼ ଅର୍ଥବ୍ୟବସ୍ଥାର ଆଉ ଏକ ପ୍ରମାଣ ଦେଉଛି। ୭୫ ବର୍ଷ ପୂର୍ବରୁ ଭାରତ ଲାଙ୍କାଶାୟର ଉତ୍ପାଦ ଆମଦାନୀ କରୁଥିଲା, ଆଜି ଭାରତୀୟ ପୋଷାକ ରପ୍ତାନିରେ ଅଭୂତପୂର୍ବ ଉତ୍ଥାନ ଦେଖିବାକୁ ମିଳିଛି। ବିଶ୍ୱ ବାଣିଜ୍ୟରେ ଆମେ ଏବେ ଦୃଢ଼ ସହଭାଗୀ ହୋଇପାରିଛୁ। ରପ୍ତାନି ପରିମାଣ ପୂର୍ବ ବର୍ଷର ରେକର୍ଡକୁ ଅତିକ୍ରମ କରି ଚଳିତ ବର୍ଷ ୫୦ ଲକ୍ଷ କୋଟି ଟଙ୍କାକୁ ଛୁଇଁଛି। ଆମର ବାଣିଜ୍ୟିକ ରପ୍ତାନି ୩୧ ଲକ୍ଷ କୋଟି ଟଙ୍କା ଟପିଛି। ଏକଦା ପିଏଲ ୪୮୦ର ଦୟାରେ ବଞ୍ଚୁଥିବା ରାଷ୍ଟ୍ର ଆଜି ସାରା ବିଶ୍ୱକୁ ଖାଦ୍ୟ ସାମଗ୍ରୀ ରପ୍ତାନି କରୁଛି।
ମୋଦି ସରକାରଙ୍କ ସଫଳତାର କାହାଣୀ ଯେତେ ବଖାଣିଲେ ବି କମ୍‌ ହେବ। ଏଠାରେ କହି ରଖିବା ଉଚିତ ହେବ ଯେ, ଦେଶରେ ୧୦୦ରୁ ଅଧିକ ବିଲିୟନ ଡଲାର କମ୍ପାନୀ ସୃଷ୍ଟି ହୋଇଛନ୍ତି ଏବଂ ପ୍ରତି ମାସରେ ନୂଆ ନୂଆ କମ୍ପାନୀ ଗଢ଼ା ହେଉଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ୟୁନିକର୍ଣ୍ଣଗୁଡ଼ିକର ମୂଲ୍ୟାଙ୍କନ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବିଶ୍ରାନ୍ତ ନେତୃତ୍ୱ ବଳରେ, ଭାରତରେ ଷ୍ଟାର୍ଟଅପ୍‌ଗଡ଼ିକର ସଂଖ୍ୟା ମାତ୍ର କେତେ ଶହରୁ ଆଜି ୭୦,୦୦୦ ଅତିକ୍ରମ କରିଛି। ଅଭିବୃଦ୍ଧି ଓ ସମୃଦ୍ଧିରେ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରୟାସ କରାଯାଇଛି। ୫୦ ପ୍ରତିଶତ ଷ୍ଟାର୍ଟଅପ୍‌ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ମୁଣ୍ଡ ଟେକିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ବିପ୍ଳବ ମାଧ୍ୟମରେ ଏସବୁ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ୨୦୧୪ରେ ଭାରତରେ ମାତ୍ର ୬.୫ କୋଟି ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ଥିଲେ; ଆଜି ୭୮ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି। ଜିଏସଟି ପ୍ରଚଳନ ହେବା ଦ୍ୱାରା ଉଦ୍ୟୋଗୀମାନେ ଲାଭବାନ ହେବା ସହିତ ଟିକସ ସଂଗ୍ରହରେ ଦୁର୍ନୀତି ଦୂର ହୋଇଛି।
କେବଳ କ୍ରୋମ୍‌ ଓ କାଚ ମଲ୍‌ଗୁଡ଼ିକ ଭାରତର ଅଭିବୃଦ୍ଧିଶୀଳ ସମୃଦ୍ଧିକୁ ପ୍ରଦର୍ଶନ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଏହାକୁ କେହି ବାସ୍ତବରେ ବୁଝିପାରିବେ ନାହିଁ। ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଙ୍କ ପ୍ରୟାସ ଆଜି ସଫଳ ହୋଇଛି। ଦେଶରୁ ଉତ୍କଟ ଦାରିଦ୍ର୍ୟ ଏବଂ ଉପଭୋଗ ଅସମାନତା ଦୂର ହୋଇଥିବା ନିକଟରେ ଆଇଏମ୍‌ଏଫ୍‌ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗରିବଙ୍କ ପାଇଁ ଆବାସ ଓ ସ୍ବାସ୍ଥ୍ୟସେବା ସାମାଜିକ ବିକାଶ ସୂଚକାଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି। ଗରିବ ଲୋକମାନଙ୍କୁ ରିହାତି ଦରରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ୍‌ ଯୋଗେ ପାଣି ଯୋଗାଇବା ଭଳି ଯୋଜନା ସମାବେଶୀ ବିକାଶ ସୁନିଶ୍ଚିତ କରିଛି। ମୁଦ୍ରା ଋଣ ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବା ସହିତ ଲଘୁ ଉଦ୍ୟୋଗ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ବିଶ୍ୱରେ ଇନ୍ଧନ ମୂଲ୍ୟ ବୃଦ୍ଧି ସହ ତୁଳନା କଲେ ଭାରତ ଭଲ ସ୍ଥିତିରେ ରହିଛି ଏବଂ ଦେଶବାସୀଙ୍କ ଉପରେ ମହାମାରୀ ପରବର୍ତ୍ତୀ ସଙ୍କଟର ଖୁବ କମ ପ୍ରଭାବ ଅନୁଭୂତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପ ଧୀରେ ଧୀରେ ରୂପ ଓ ସ୍ବରୂପ ହାସଲ କରୁଛି। ଏଥିରେ ଉଭୟ ସରକାର ଓ ନାଗରିକଙ୍କ ମିଳିତ ପ୍ରୟାସ ବା ‘ସବ୍‌କା ପ୍ରୟାସ’ର ଗୁରୁତ୍ୱ ରହିଛି। ଏ ଭାରତ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ। ସବୁ ଆହ୍ବାନ ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଲାଗି ସର୍ବଦା ପ୍ରସ୍ତୁତ। ଏକ ସଙ୍ଗେ ବିଶ୍ୱର ପଞ୍ଚମ ସର୍ବବୃହତ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହେବା ସାରା ଭାରତ ଓ ଭାରତୀୟଙ୍କ ପାଇଁ ଏକ ଚମତ୍କାର ଉପଲବ୍ଧି। ଏହି ସ୍ଥାନରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ସଂକଳ୍ପକୁ ସାକାର କରିବା ଦିଗରେ ଯାତ୍ରା ଆରମ୍ଭ କରିବୁ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତ ଏହି ମାଇଲଖୁଣ୍ଟ ମଧ୍ୟ ହାସଲ କରିପାରିବ ବୋଲି ଯେ କେହି ଆତ୍ମବିଶ୍ୱାସର ସହ କହିପାରିବେ। ଏହା ହେଉଛି ମଧ୍ୟ।
(ଲେଖକ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri