Posted inଜାତୀୟ

ରାସାୟନିକ ପଦାର୍ଥ ମୁକ୍ତ ହେବ ଚାଷ ଜମି…

ନୂଆଦିଲ୍ଲୀ, ୫।୬ : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାଷ ଜମିକୁ ରାସାୟନିକ ପଦାର୍ଥ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,ପରିବେଶର ସୁରକ୍ଷା ପାଇଁ ଭାରତର ପ୍ରୟାସ ବହୁମୁଖୀ ହୋଇଛି। ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ସୀମିତ ରହିଛି। ଭାରତ ଏକ୍ଷେତ୍ରରେ ପ୍ରୟାସ ଜାରି ରଖିଛି।

ସେ କହିଛନ୍ତି ଯେ ପୃଥିବୀର ବଡ ଆଧୁନିକ ଦେଶଗୁଡ଼ିକ କେବଳ ପୃଥିବୀର ଅଧିକରୁ ଅଧିକ ସମ୍ବଳ ବ୍ୟବହାର କରିବା ସହିତ ସର୍ବାଧିକ କାର୍ବନ ନିର୍ଗମନ ମଧ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷର ବଜେଟରେ ଆମେ ନିଷ୍ପତ୍ତି ନେଇଛୁ ଯେ ଗଙ୍ଗା କୂଳରେ ଅବସ୍ଥିତ ଗ୍ରାମଗୁଡିକରେ ଆମେ ପ୍ରାକୃତିକ ଚାଷକୁ ଉତ୍ସାହିତ କରିବୁ। ପ୍ରାକୃତିକ ଚାଷର ଏକ ବଡ଼ କରିଡର ନିର୍ମାଣ କରାଯିବ। ଏହା ସହିତ ଆମର ଚାଷ ଜମି ରାସାୟନିକ ପଦାର୍ଥ ମୁକ୍ତ ହେବା ସହିତ ନମାମି ଗଙ୍ଗେ ଅଭିଯାନକୁ ମଧ୍ୟ ନୂତନ ଶକ୍ତି ମିଳି ପାରିବ।

ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଆମ ଦେଶର ଚାଷୀଙ୍କ ପାଇଁ ତାଙ୍କ ଚାଷ ଜମିର ମାଟି କି ପ୍ରକାରର, ମାଟିରେ ଅଭାବ କ’ଣ, କେତେ ଅଭାବ ସେ ସମ୍ବନ୍ଧରେ ସୂଚନା ନ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ଦେଶର ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦେବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଥିଲା।

ବର୍ଷା ଜଳ ସଂରକ୍ଷଣ ଅଭିଯାନ ମାଧ୍ୟମରେ ଆମେ ଦେଶର ଲୋକଙ୍କୁ ଜଳ ସଂରକ୍ଷଣ ସହିତ ସଂଯୋଗ କରୁଛୁ। ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଦେଶରେ ୧୩ ଟି ବଡ ନଦୀ ସଂରକ୍ଷଣ ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଜଳର ପ୍ରଦୂଷଣକୁ ହ୍ରାସ କରିବା ସହିତ ନଦୀ କୂଳରେ ନୂଆ ଜଙ୍ଗଲ ସୃଷ୍ଟି କାର୍ଯ୍ୟ ଅନ୍ତର୍ଗତ ବୃକ୍ଷ ଚାରା ରୋପଣ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୃତ୍ତିପକା ସଂରକ୍ଷଣ ପାଇଁ ଆମେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ଦେଇଛୁ। ପ୍ରଥମେ ମାଟିକୁ ରାସାୟନିକ ମୁକ୍ତ କିପରି କରାଯିବ। ଦ୍ୱିତୀୟରେ ମାଟିରେ ବାସ କରୁଥିବା ଜୀବମାନଙ୍କୁ କିପରି ରକ୍ଷା କରାଯିବ। ବୈଷୟିକ ଭାଷାରେ ସେମାନେ ମୃତ୍ତିକାର ଜୈବିକ ପଦାର୍ଥ । ତୃତୀୟରେ ମୃତ୍ତିକାର ଆର୍ଦ୍ରତା କିପରି ବଜାୟ ରଖାଯିବ। ଏହା ପର୍ଯ୍ୟନ୍ତ ଜଳର ଉପଲବ୍ଧତା କିପରି ବଢ଼ିବ। ଚତୁର୍ଥରେ ଭୂତଳ ଜଳ କମ ହେତୁ ମାଟିରେ ହେଉଥିବା କ୍ଷୟକୁ କିପରି ଦୂର କରାଯାଇପାରିବ ଏବଂ ପଞ୍ଚମରେ ଜଙ୍ଗଲ ପରିସୀମା ହ୍ରାସ ଯୋଗୁ ମାଟିର କ୍ରମାଗତ କ୍ଷୟକୁ କିପରି ରୋକାଯାଇପାରିବ। ଏହି ୫ ମନ୍ତ୍ର ଦ୍ୱାରା ମୃତ୍ତିକା ସଂରକ୍ଷଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?