ଉପକାରୀ କଦଳୀ: ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ…

ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ। କଦଳୀରେ ପ୍ରୋଟିନ୍‌, ଫାଇବର୍‌, କ୍ୟାଲସିୟମ୍‌, ଆଇରନ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଓ ଭିଟାମିନ୍‌ ବି-୬ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ଭରି ରହିଥାଏ। ଖାସ୍‌ କରି ଏଥିରେ ଥିବା ଉପକାରୀ ଫାଇବର୍‌ ଗୁଣ ଯୋଗୁ ଏହାକୁ ସେବନ କଲେ ଓଜନ କମିବାରେ ସହାୟକ ହେବା ସହ ପାଚନ କ୍ରୀୟା ସୂଚାରୁ ରୂପେ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଇଛି ଯେ, କଦଳୀରେ ପୋଟାସିୟମ୍‌ର ଭଲ ମାତ୍ରା ରହୁଥିବାରୁ ଏହାକୁ ନିୟମିତ ବ୍ୟବଧାନରେ ଖାଇଲେ ଶରୀରରେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ହୃତପିଣ୍ଡ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ କଦଳୀ ବେଶ୍‌ ଉପକାରୀ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍‌ ବି-୬ର ଅଭାବ ହେଲେ ବ୍ୟକ୍ତିଙ୍କର ମସ୍ତିଷ୍କ କାର୍ଯ୍ୟପ୍ରଣାଳୀ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଯେହେତୁ କଦଳୀରେ ଭିଟାମିନ୍‌ ବି-୬ର ଭଲ ମାତ୍ରା ରହୁଛି ତେଣୁ ଏହାକୁ ଖାଇଲେ ମସ୍ତିଷ୍କ ଠିକ୍‌ ରହିବା ସହ କାର୍ଯ୍ୟ କରିବାକୁ ଇଚ୍ଛାଶକ୍ତି ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ବରଦାନ ସେଓ: ନିୟମିତ କରନ୍ତୁ ସେବନ, ଏସବୁ ରୋଗରୁ ପାଇବେ ମୁକ୍ତି

ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି। ମାତ୍ର ବର୍ତ୍ତମାନର ଜୀବନଶୈଳୀରେ ସେସବୁ ସମ୍ଭବ ହୋଇପାରୁନାହିଁ। କେଉଁଠି ନା କେଉଁଠି ଅବହେଳା କାରଣରୁ ଅଧିକାଂଶ ଲୋକ ବିଭିନ୍ନ ସ୍ବାସ୍ଥ୍ୟ...

ଘରେ ଏପରି ଶିଡ଼ି ଥିଲେ ହୋଇଥାଏ କ୍ଷତି : ଜାଣନ୍ତୁ ଏଥିରୁ ରକ୍ଷାପାଇବାର ଉପାୟ

ପ୍ରାୟ ସମସ୍ତଙ୍କ ଘରେ ପାହାଚ ରହିଛି। ତେବେ ବାସ୍ତୁଶାସ୍ତ୍ରରେ ପାହାଚ ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ...

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ...

ପଇଡ଼ ପାଣିର ଔଷଧୀୟ ଗୁଣ

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

ଗୃହିଣୀଙ୍କ ପାଇଁ

ଶପିଂକୁ ଯିବା ପୂର୍ବରୁ ଆପଣଙ୍କ ଗ୍ରୋସରିର ଲିଷ୍ଟ୍‌ ମୋବାଇଲରେ ସେଭ୍‌ କରନ୍ତୁ। ଏପରି କଲେ ଆପଣ କୌଣସି ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ଭୁଲିବେ ନାହିଁ।...

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ...

କାହିଁ ସେ ବସନ୍ତ

ବସନ୍ତରେ ଏବେ ଅନୁଭବ ହେଉଛି ଗ୍ରୀଷ୍ମର ଗୁଳୁଗୁଳି। ଅଧିକ ଖରା ଏବଂ ଗରମ ଅଧିକାଂଶଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ପ୍ରତିକୂଳ ପ୍ରଭାବ, ଯାହାକୁ ଦୂର କରି...

Advertisement
Archives

Model This Week