Posted inଜାତୀୟ

କଶ୍ମୀରରେ ଚାଲିଛି ନରସଂହାର, ଦେଶବାସୀ ମାଗୁଛନ୍ତି ଜବାବ, ଭାଜପା ସରକାର ନୀରବ…

ନୂଆଦିଲ୍ଲୀ, ୫।୬ : କଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଥିବା ଟାର୍ଗେଟ କିଲିଂ ମାମଲା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ସାରା ଦେଶରେ ସ୍ବର ଉତ୍ତୋଳନ କରାଯାଉଛି। ଏହି ପ୍ରସଙ୍ଗକଚ ନେଇ ରବିବାର ଆମ ଆଦମୀ ପାର୍ଟି ଦିଲ୍ଲୀର ଜନ୍ତର ମନ୍ତରରେ ଜନ ଆକ୍ରୋଶ ରାଲି କରି ଏହାକୁ ବିରୋଧ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିଥିଲେ। କେଜ୍ରିୱାଲ ଏବଂ ସିସୋଦିିଆଙ୍କ ସହ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସଞ୍ଜୟ ସିଂ ଏବଂ ଅନ୍ୟ ବିଧାୟକମାନେ ଜନ ଆକ୍ରୋଶ ସମାବେଶରେ ଅଂଶଗ୍ରହଣ କରିଥିଲେ। ସେମାନେ ଭାଜପା ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

କେଜ୍ରିୱାଲ କହିଛନ୍ତି ଯେ କଶ୍ମୀରରେ ଭାଜପା ସରକାର ବିଫଳ ହୋଇଛନ୍ତି। ସେଠାରେ ୧୯୯୦ ଦଶକ ପୁଣି ଆସିଛି। ସରକାରଙ୍କର ଏସମ୍ପର୍କରେ କୌଣସି ଯୋଜନା ନାହିଁ। ଯେତେବେଳେ ଜମ୍ମୁ-କଶ୍ମୀରରେ ହତ୍ୟା ଘଟେ, ଖବର ଆସେ ଯେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତଶାହା ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକଗୁଡ଼ିକ କେବଳ ଯଥେଷ୍ଟ ନୁହେଁ ବର୍ତ୍ତମାନ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। କାଶ୍ମୀର କାର୍ଯ୍ୟାନୁଷ୍ଠାନ ଚାହୁଁଛି ବୋଲି କ୍ରେଜିଓ୍ବାଲ କହିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ କଶ୍ମୀରୀ ପଣ୍ଡିତମାନେ ଏହି ହତ୍ୟାକାଣ୍ଡ ବିରୋଧରେ ବିରୋଧ କରିବାକୁ ଚାହାଁନ୍ତି, ସେତେବେଳେ କଶ୍ମୀରର ବର୍ତ୍ତମାନର ଭାଜପା ସରକାର ସେମାନଙ୍କୁ ବିରୋଧ କରିବାକୁ ଦିଅନ୍ତି ନାହିଁ। ଯଦି ସରକାର ଏହିପରି ଆଚରଣ କରନ୍ତି, ତେବେ ଲୋକଙ୍କ ଦୁଃଖ ଦ୍ୱିଗୁଣିତ ହେବ।  ଦେଶବାସୀ ଏହାର ଜବାବ ମାଗୁଛନ୍ତି। କିନ୍ତୁ ଭାଜପା ସରକାର ନୀରବ ରହୁଛନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି।

କଶ୍ମୀରର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସିସୋଦିଆ ଭାଗପାକୁ ଟାର୍ଗେଟ କରି କହିଛନ୍ତି ଯେ ଏହା ଜମ୍ମୁ-କଶ୍ମୀର ଇତିହାସର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି ବିବେଚନା କରାଯିବ। ସେ କହିଛନ୍ତି ଯେ ଏବେ କଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ୧୯୯୦ ଦଶକରେ କଶ୍ମୀରରେ ଭାଜପା ସମର୍ଥିତ ସରକାର ଥିଲା ଏବଂ ବର୍ତ୍ତମାନ ସେଠାରେ ନରେନ୍ଦ୍ର ମୋଦି ସରକାର ଅଛନ୍ତି, ତଥାପି କଶ୍ମୀର ପଣ୍ଡିତମାନେ ନିଜ ଭିଟା ମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?