ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀଦିନରେ ଲଗାତାର ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡା ଜିଲା କୃଷି ବିଭାଗ ପକ୍ଷରୁ ଉତ୍ପାଦନକ୍ଷମ ଓ ପାଣି ସହଣି କିସମର ଧାନ ବିହନ ଯୋଗାଣ ହୋଇ ପାରୁନାହିଁ। ଜିଲା ପାଇଁ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକତା ଥିବାବେଳେ ମାତ୍ର ୫୦୦ କୁଇଣ୍ଟାଲ ବିଭିନ୍ନ ସୋସାଇଟି ମାଧ୍ୟମରେ ବିକ୍ରୟ ହେଉଛି। ବିହନ ସମସ୍ୟା ସହିତ ଗଜା ମରୁଡ଼ିରୁ ଚାଷକୁ ବଞ୍ଚାଇବା ପାଇଁ କେନାଲରେ ଏବେଠାରୁ ପାଣି ଛାଡିବାକୁ ଚାଷୀମାନେ ଦାବି ଆରମ୍ଭ କରିଛନ୍ତି।
କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଅଧୀନ ବିଭିନ୍ନ ବ୍ଲକର ୧ ଲକ୍ଷ ୨୪ ହଜାର ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ପାରମ୍ପରିକ ବିହନ ବାଦ ପ୍ରାୟ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ। ମାତ୍ର ଜିଲାକୁ ୫୦୦ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଅଧିକ ଅମଳକ୍ଷମ କନକ ପ୍ଲସ, ୧୦୭୫, ଧଳା ସ୍ବର୍ଣ୍ଣ, ଶାରଳା, ସାଧନା, ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସେହିପରି ଅକ୍ଷୟତୃତୀୟାଠାରୁ କ୍ଷେତରେ ହଳ ବେଉଷଣ ଆରମ୍ଭ କରି ଚାଷୀ ରଜ ପୂର୍ବରୁ ପାଟ ବା ତଳୁଆ ଅଞ୍ଚଳ କ୍ଷେତରେ ପାରମ୍ପରିକ ବିହନ ବୁଣିଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି। କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତି, ଚଳିତବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମେ’ ଶେଷ ସପ୍ତାହରେ ଖରିଫ ଚାଷ ପାଇଁ କେତେଜଣ ଚାଷୀ କ୍ଷେତକୁ ପାଣି ବୋହି ଧାନ ତଳି ପକାଇଥିଲେ। ଅଦ୍ୟାବଧି ବର୍ଷା ନ ଥିବାରୁ ତଳିଜମି ଫାଟି ଗଲାଣି। ନଦୀ ଓ କେନାଲ ବନ୍ଧ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟ କହୁଛି। ଏସବୁର ମରାମତି ପାଇଁ ଜଳ ସମ୍ପଦ ବିଭାଗ ଆଗଭର ହେଉନାହିଁ। ବିହନ ଓ ସାର ସମସ୍ୟା ଏହି ଜିଲାରେ ଲାଗି ରହିଛି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ କୁହନ୍ତି, ଉପର ଓ ତଳୁଆ ଅଞ୍ଚଳର ପ୍ରାୟ ୧୫ ଏକର ଜମିରେ ଖରିଫ ଚାଷ ପ୍ରତିବର୍ଷ କରିଥାନ୍ତି। ଚଳିତବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା କେନାଲ ମରାମତି କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଏହାକୁ ଆଳ କରି କେନାଲକୁ ପାଣି ଛଡ଼ା ଯାଇନାହିଁ। ସେହିପରି ମୌସୁମୀ ବର୍ଷାକୁ ପୂର୍ବାନୁମାନ କରି ଚାଷୀ ପାଟ ଅଞ୍ଚଳରେ ରଜ ପୂର୍ବରୁ ବିହନ ବୁଣାବୁଣି ସାରିଛନ୍ତି। ବର୍ଷା ଓ କେନାଲ ପାଣି ଅଭାବରୁ ଏହା ନିଶ୍ଚିତ ଭାବେ ଗଜା ମରୁଡ଼ି ହେବ। ସେହିପରି ଧାନରୁଆ ପାଇଁ ଏବେ ତଳି ସମସ୍ୟା ଦେଖାଦେଇଛି। ବିହନ ଯୋଗାଣ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ବଗଡ଼ା କୃଷି ସମବାୟ ସମିତି ସଭାପତି ଅକ୍ଷୟ କୁମାର ପାଣି କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ପାକ୍‌ସ ଓ ରିଟେଲ ପଏଣ୍ଟକୁ ଚାଷୀଙ୍କ ଖରିଫ ବିହନ ଯୋଗାଣ ହୋଇଛି ବୋଲି କୁହାଯାଉଛି। ତେବେ ମାତ୍ର ଅଳ୍ପ କେତୋଟି କିସମ ବିହନ ବ୍ୟତୀତ ଅଧିକ ଅମଳକ୍ଷମ ବିହନ ଯୋଗାଣ ହୋଇନାହିଁ। ଫଳରେ ଚାଷୀ ବିହନ ପାଇଁ ବିକ୍ରୟ କେନ୍ଦ୍ରରୁ ବାରମ୍ବାର ଯାଇ ଫେରୁଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ମନୋଜ ଚାନ୍ଦଙ୍କୁ ପଚାରିବାରେ ସ୍ବାଭାବିକ ବର୍ଷା ବିଳମ୍ବିତ ହୋଇଛିି। ତେବେ ଚାଷ ପାଇଁ ଏହା ବାଧକ ହେବ ନାହିଁ। ବିହନ ଯୋଗାଣକୁ ତ୍ୱରାନ୍ବିତ ପାଇଁ ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ଓ ବିହନ ନିଗମ ସହିତ ଯୋଗାଯୋଗ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?