Posted inଜାତୀୟ

ବୁଧବାର ନିଷ୍ପତ୍ତି ଶୁଣାଇବେ ଚାଷୀ

ନୂଆଦିଲ୍ଲୀ,୭।୧୨: ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ। ଏସ୍‌କେଏମ୍‌ ଯାହା ସ୍ଥିର କରିବ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମଙ୍ଗଳବାର କୃଷକ ନେତା ରାକେଶ ଟିକାଏତ୍‌ ସ୍ପଷ୍ଟ କରିଛନ୍ତି।
୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ। ସେବେଠୁ କୃଷକମାନେ ଏହାର ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଗତ ୨୯ ତାରିଖରେ ପାର୍ଲାମେଣ୍ଟରେ ଏ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଏହା ଆନୁଷ୍ଠାନିକ ଭାବେ ଉଚ୍ଛେଦ ହୋଇଛି।

ତେବେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି, ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ପ୍ରତ୍ୟାହାର, ବାୟୁ ପ୍ରଦୂଷଣ ବିଲ୍‌ରୁ ଦଣ୍ଡବିଧାନ ବ୍ୟବସ୍ଥା ହଟାଇବା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କ୍ୟାବିନେଟରୁ ବହିଷ୍କାର ସହ ଗିରଫ, ଚାଷୀଙ୍କ ଉପରୁ ମିଥ୍ୟା ମାମଲା ହଟାଇବା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ମୃତକଙ୍କ ସ୍ମୃତିରେ ସିଂଘୁ ସୀମାରେ ସ୍ମାରକୀ ପ୍ରତିଷ୍ଠା କରିବା ଦାବିରେ କୃଷକ ସଙ୍ଗଠନଗୁଡ଼ିକ ଜିଦ୍‌ରେ ଅଟଳ ଥିବାରୁ ଚାଷୀମାନେ ଆନ୍ଦୋଳନ ଶେଷ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ: ଦେଶବ୍ୟାପୀ ଆକ୍ରୋଶ, ବିକ୍ଷୋଭ

ଆଲିଗଡ଼/ନୂଆଦିଲ୍ଲୀ,୮ା୬(ପି.ଟି.):ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଛି, ମସ୍ତିଷ୍କକୁ ଗଳିତ କରାଯାଇଛି ଓ ହାତଗୋଡ଼ ଭାଙ୍ଗି ଦିଆଯାଇଛି। ବଳାତ୍କାରକୁ ଅସ୍ବୀକାର କରାଯାଇ ପାରୁନାହିଁ। ନାବାଳିକଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ...

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଧ୍ରୁବାସ୍ତ୍ର: ଶତ୍ରୁ ଟ୍ୟାଙ୍କ ନିମିଷକେ ହେବ ଧ୍ୱଂସ

ନୂଆଦିଲ୍ଲୀ, ୨୨।୭: ଭାରତ ସୀମାରେ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଲଗାତାର ଉତ୍ତେଜନା ବୃଦ୍ଧି କରାଯିବା ଷଡ଼ଯନ୍ତ୍ର ଜାରି ରହିଛି। ଏପରିସ୍ଥଳେ ଦୁଇ ଶତ୍ରୁଙ୍କୁ କଡ଼ା...

ବିପଦ ପୁଣି ଘନେଇଲା: ଆଉ ନାହିଁ ନିସ୍ତାର…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ସଙ୍କଟ ବଢୁଛି। କରୋନା ସଂକ୍ରମଣ ଗତ ଥରର ସମସ୍ତ...

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ...

ତଥାପି ଯୋଗୀଙ୍କ ସପକ୍ଷରେ ୫୨ ପ୍ରତିଶତ ମତ

ନୂଆଦିଲ୍ଲୀ,୯।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବେ ବୋଲି ଦର୍ଶାଇଛି ଆଇଏଏନ୍‌ଏସ-ସିଭୋଟର ସର୍ଭେ। ଏହି ସର୍ଭେରେ ଭାଗ ନେଇଥିବା...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

ଭାରତରେ ୩ ମାସ ରହିବ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ତେବେ କରୋନାଠାରୁ ଦୂରେଇ ରହିବାକୁ...

Advertisement
Archives

Model This Week