ମଣ୍ଡି ଅପେକ୍ଷାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୧୨(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରିପାରିନାହାନ୍ତି। ଏଥିପାଇଁ ଅଭାବୀ ବିକ୍ରୀର ସୁଯୋଗ ବ୍ୟବସାୟୀ ଗୋଷ୍ଠି ନେଉଛନ୍ତି। ସରକାରୀ ମଣ୍ଡିରୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ମିଳିବାକୁ ଥିବା ବେଳେ ମାତ୍ର ୧୧୦୦ରୁ ୧୩୦୦ ଟଙ୍କାରେ ଏକ କୁଇଣ୍ଟାଲ ଧାନ ବୁଲା ବେପାରୀଙ୍କୁ ଦେବାକୁ ପଡୁଛି। ତେବେ ଜାନୁୟାରୀ ମାସ ୫ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ବିଭାଗ ସୂଚନାରୁ ଜଣାପଡିଛି।
ଏ ସଂକ୍ରାନ୍ତରେ ଜମ୍ବୁର ଚାଷୀ ଜିତେନ୍ଦ୍ର ସାମଲ କହିଛନ୍ତି, ଆସନ୍ତା ଜାନୁୟାରୀ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଅପେକ୍ଷା ସମ୍ଭବ ନୁହେଁ। ହାତଉଧାରୀ ଋଣ ଶୁଝିବା ପାଇଁ ସ୍ଥାନୀୟ ମହାଜନଙ୍କ ଚାପ ବହୁତ ପଡୁଛି। ଏହା ବ୍ୟତୀତ ମହାକାଳପଡା ପାକ୍ସ ଏଠାରୁ ୧୫ କି.ମି. ଦୂର। ମାତ୍ର ୩ କୁଇଣ୍ଟାଲ ଧାନ ଏଥର ବିକ୍ରି ପାଇଁ ବଳକା ଥିଲା। ସରକାରୀ ଧାର୍ଯ୍ୟ ଦରରେ ମଣ୍ଡିରେ ବିକ୍ରି କରିଥିଲେ ଅଧିକ ଲାଭ ହୋଇଥାନ୍ତା। ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଏହି ଧାନକୁ ୪୦୦୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରୀ କରିଥିବା ସେ ପ୍ରକାଶ କରିଛନ୍ତି। ସେହିପରି ରାଜନଗର ବ୍ଲକ ବାରହାପୁର ଗ୍ରାମର ଅଶୋକ ରାଉତ କୁହନ୍ତି, ଚଳିତ ବର୍ଷ ଖରିଫ ଧାନ ଫସଲ ଭଲ ହୋଇଛି। ପ୍ରାୟ ୧୮ ଏକର ଜମିରେ ଚାଷ ହୋଇଥିଲା। ଏହି ଫସଲ ରଖିବାକୁ ସ୍ଥାନ ଅଭାବରୁ ପର୍ଯ୍ୟାୟ କ୍ର୍ରମେ ଅମଳ କରାଯାଇ ବ୍ୟବସାୟୀଙ୍କୁ ବିକ୍ରୀ କରାଯାଉଛି। ଗ୍ରାମରେ ସରକାରୀ ଖଳା ନ ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହାବ୍ୟତୀତ ଖୋଲା ଆକାଶ ତଳେ ଫସଲ ସୁରକ୍ଷିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ବତୀଘର ଗ୍ରାମର ହରିପଦ ମଣ୍ଡଳ କହିଛନ୍ତି, ମଣ୍ଡିରେ ଧାନ ଦେବା ଏତେ ସହଜ କଥା ନୁହେଁ। ଗମନାଗମନ ପାଇଁ ନଦୀ ଓ ନାଳ ବାଧକ ସାଜିଛି। ନଦୀ ଆରପାଖରେ ଥିବା ମଣ୍ଡିକୁ ଚାଷୀ ଧାନ ନେବା ଅପେକ୍ଷା ବ୍ୟବସାୟୀଙ୍କୁ ବିକ୍ରୀ କରାଯାଉଛି। ଏପରି ଅସୁବିଧା ଥିବା ସ୍ଥାନରେ ସରକାରୀ ମଣ୍ଡି ଖୋଳିବାକୁ ସେ ଦାବି କରିଛନ୍ତି।
ଏସମ୍ପର୍କରେ ସିଏସ୍‌ଓ ଶ୍ରୀନିବାସ ସାହୁ କୁହନ୍ତି, ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮୪ ହଜାର ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୧୮ ପାକ୍ସ ଖୋଳାଯାଇଛି। ଧାନ କ୍ରୟ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ରହିବ। ଏହି ସମୟରେ ପ୍ରାୟ ଦେଢ଼ ଲକ୍ଷ ଟନ ଧାନ କ୍ରୟ ହେବ। ଧାନ କ୍ରୟ ପାଇଁ ମିଲରଙ୍କ ନିଯୁକ୍ତି ଶେଷ ପର୍ଯ୍ୟାୟରେ ଅଛି। ଅଦ୍ୟାବଧି ୪୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ଅମଳ ଏବେ ଆରମ୍ଭ ହୋଇଥିବା ସିଏସ୍‌ଓ ସାହୁ ପ୍ରକାଶ କରିଥିବା ବେଳେ ଅଭାବୀ ବିକ୍ରୀକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri