Posted inଜାତୀୟ

କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: ରାଜ୍ୟ ସଭାରେ ଶୁକ୍ରବାର ବି କୃଷକ ଆନ୍ଦୋଳନ କଥାକୁ ନେଇ ଗୃହ ହୋଇଛି ସରଗରମ । ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । ଅନ୍ୟପଟେ ବିରୋଧୀ ନୂଆ ୩ କୃଷି ଆଇନକୁ ଫେରାଇ ନେବାକୁ ସକରାରଙ୍କ ନିକଟରେ ଦାବି କରିଛନ୍ତି । ଭାରତୀୟ ଜନତା ପାଟି(ଭାଜପା) ନିଜ ରାଜ୍ୟ ସଭା ସଦସ୍ୟଙ୍କୁ ୮ ଫେବୃୟାରୀରୁ ୧୨ ଫେବୃୟାରୀ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ୩ ଲାଇନର ହ୍ୱିପ ଜାରି କରିଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହରେ ସରକାରଙ୍କ ପକ୍ଷ ରଖିଛନ୍ତି । ସେ କୃଷି ସୁଧାର ଆଇନ ଓ ଆନ୍ଦୋଳନକୁ ନେଇ ସରକାରଙ୍କ ରୋଡମ୍ୟାପ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କୃଷିମନ୍ତ୍ରୀଙ୍କୁ ବୟାନକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ହେଲେ କୃଷିମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗାଁ, ଗରିବ ଓ କୃଷକଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ । ମୋଦିଙ୍କ ସରକାର ମନରେଗାର ଟଙ୍କା ବୃଦ୍ଧି କଲେ ଏହାକୁ ପରିମାର୍ଜିତ କଲେ । ମନରେଗାକୁ ବହ ଉପଯୋଗୀ କଲେ । କୋଭିଡ ସମୟରେ ଏଥିପାଇଁ ୬୧ ହଜାର କୋଟି ଟଙ୍କା ଦେଲେ । ଗାଁରେ ସହର ଭଳି ସୁବିଧା ଦେଲେ ଗ୍ରାମ ପଞ୍ଚାୟତକୁ ମଜଭୁତ କଲେ । ଏହାସହ କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି ବୋଲି ମଧ୍ୟ କହିଛନ୍ତି କୃଷିମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

୪୪ ବର୍ଷ ତଳର ଜରୁରୀକାଳୀନ ପରିସ୍ଥିତି: ୨୧ ମାସର କଳା ଇତିହାସ

ନୂଆଦିଲ୍ଲୀ,୨୪।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୪ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା।...

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ...

ନିଜକୁ ଗୁଳି ମାରିଲେ ବିଧାୟକଙ୍କ ପୁଅ: ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୋପାଳ,୧୨।୧୧:ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷୀୟ ପୁଅ ବିଭବ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।...

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ...

ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନ!

ନୂଆଦିଲ୍ଲୀ,୧୬ ।୧୨: ମେଟ୍ରୋମ୍ୟାନ ଇ.ଶ୍ରୀଧରନ ଗୁରୁବାର ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଜନ୍ମସ୍ଥାନ ମଲପ୍ପୁରମରେ ଘୋଷଣା କରିଛନ୍ତି କି ସେ...

ବଲିଉଡ୍‌ ଗାୟିକାଙ୍କଠାରୁ କରୋନା ସଂକ୍ରମିତ ହେଲେ ଭାଜପା ନେତା!

ନୂଆଦିଲ୍ଲୀ,୨୦।୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂ କରୋନା ଚେକ୍‌ଅପ୍‌ ପାଇଁ ଶୁକ୍ରବାର ଦିଲ୍ଲୀର ରାମ ମନୋହର...

ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୪: ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌, ୨୦୨୨ ସୋମବାର ଲୋକ ସଭାରେ ଧ୍ୱନିମତରେ ଗୃହୀତ ହୋଇଛି। ଏହି ବିଲ୍‌ ପୋଲିସ ଓ ତଦନ୍ତକାରୀ ଅଧିକାରୀମାନଙ୍କୁ ଅପରାଧୀଙ୍କଠାରୁ...

ଶହୀଦ ମେଜର ବିଭୁତିଙ୍କ ପତ୍ନୀ ନିକିତା ପିନ୍ଧିବେ ସେନା ପୋଷାକ!

ଡେରାଡୁନ,୮।୩: ପୁଲଓ୍ବାମାରେ ଏକ ଏନ୍‌କାଉଣ୍ଟର ସମୟରେ ଗତବର୍ଷ ଫେବୃୟାରୀରେ ଶହୀଦ ହୋଇଥିବା ମେଜର ବିଭୁତି ଧୌଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଧୌଣ୍ଡିୟାଲ ସେନାରେ ଯୋଗ ଦେବେ...

Advertisement
Archives

Model This Week