କେନ୍ଦ୍ର,ରାଜ୍ୟ ସରକାର ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୬।୪: ବରଗଡ଼ ଜିଲାରେ ଆସନ୍ତା ୫ ତାରିଖରୁ ରବିଧାନ କିଣାବିକା ଆରମ୍ଭ ହେବ। ତେବେ ବିଗତ ବର୍ଷର ଧାନ କିଣାବିକା ସମସ୍ୟାକୁ ଉପଲବ୍ଧି କରି ଏଥର ଯେଭଳି ପୂର୍ବବର୍ଷ ସମସ୍ୟାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଏବେଠାରୁ ଚାଷୀ ସଂଗଠନ ଗୁଡ଼ିକ ପ୍ରଶାସନ ତଥା ସରକାରଙ୍କୁ ସତର୍କ କରି ଦେଇଛନ୍ତି। ଏହି କ୍ରମରେ ମଙ୍ଗଳବାର ଚାଷୀ ସଂଗଠନ ଜୟ କିଶାନ ଆନ୍ଦୋଳନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବରଗଡ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉଷୁନା-ଅରୁଆ ଚାଉଳ ବିବାଦ ଆଳରେ ଧାନକିଣାକୁ ସଂକୁଚିତ କରା ନ ଯିବା, ବିଧାନସଭାରେ ପି ସଂକଳ୍ପ ପ୍ରସ୍ତାବ ଅନୁଯାୟୀ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ମିଳୁ ନ ଥିବା ସ୍ଥଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁଇଣ୍ଟାଲ ପ୍ରତି ୨୫୦ ଟଙ୍କା ଲେଖାଏଁ ବୋନସ ପ୍ରଦାନ, ଅମଳ ନ ସରିବା ପର୍ଯ୍ୟନ୍ତ କୃଷିକ୍ଷେତ୍ରରେ ବିଦ୍ୟୁତ କାଟ କରା ନଯିବା, ଚାଷୀଙ୍କ ବକେୟା ଦେୟ ଛାଡ କରିବା, ଧାନ ସଂଗ୍ରହ ଅବଧି ଶେଷ ହେବା ପର୍ଯ୍ୟନ୍ତ ଟୋକନ ଅବଧି କାଏମ ରଖିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଆନ୍ଦୋଳନରେ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଜୟ କିଶାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ, ସମ୍ପାଦକ ହର ବଣିଆ, ଚାଷୀନେତା ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ଜିଲାର ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ମାରି ସାରିଲଣି, ଏବେ ମୁଁ ମଲା ମଣିଷର ଜୀବନ ବଞ୍ଚିଛି: ଅନୁଭବ

କଟକ ଅଫିସ,୭।୬: ପୁଣି ଅଭିନେତା ତଥା ବିଜେଡି ଏମ୍‌ପି ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ଚର୍ଚ୍ଚାରେ। ସୋମବାର ଏକ ଭିଡିଓରେ ମିଥ୍ୟା ଖବର ଛାପିବା...

ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ,୩ା୧୨- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସହରର ୱାର୍ଡ ନଂ. ୧୪ ତୁଳସୀଚଉରାର ବସ୍ତି ଅଞ୍ଚଳରେ ରବିବାର ରାତିରେ ଚଢ଼ଉ କରି ୨.୯...

କରୋନା ପଜିଟିଭ ଗୁଜବ: ଜଣେ ଗିରଫ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ସୋମବାର...

ଘୁମୁସର ବନଖଣ୍ଡରେ ୭୩ ହାତୀ

ଭଞ୍ଜନଗର,୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ପାଇଁ ଦୌନନ୍ଦିନ ରାତିରେ ପାୱାରକଟ୍‌ ହେଉଛି । ଫଳରେ ଛାତ୍ରୀଛାତ୍ରମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ...

ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା।...

ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୪।୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମର ବାପ-ପୁଅ ମାଛ ଧରିବାକୁ ଯାଇ ରବିବାର ନିଖୋଜ ହୋଇଥିଲେ। ତେବେ ସୋମବାର ସକାଳେ ସେମାନଙ୍କ ମୃତଦେହ...

ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ...

ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା ଅଫିସ/ରାମନାଗୁଡ଼ା,୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ଛକ ନିକଟସ୍ଥ ବୁଲାଣି ପାଖରେ ଏକ ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌...

Advertisement
Archives

Model This Week