ଇଡ୍‌କୋର ଜମି ଅଧିଗ୍ରହଣକୁ ଚାଷୀଙ୍କ ବିରୋଧ

କୁଜଙ୍ଗ,୧୯।୪(ଡି.ଏନ.ଏ.): ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ, ଇଡ୍‌କୋ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନେବାରୁ ଚାଷୀମାନେ ବିରୋଧ କରିଛନ୍ତି। ଏଥିଯୋଗୁ ଜମି ଅଧିଗ୍ରହଣ କରି ନ ପାରି ଅଧିକାରୀମାନେ ଫେରି ଯାଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବା ସହ କେନ୍ଦ୍ର ସରକାରଙ୍କ ୨୦୧୩ ଜମି ଅଧିଗ୍ରହଣ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି।
ପ୍ରକାଶ, କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଓ ପ୍ରତାପପୁର ରାଜସ୍ବ ମୌଜାର ଜମି ଅଧିଗ୍ରହଣ ନିମନ୍ତେ ୨୦୦୮ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଜଗତ୍‌ସିଂହପୁର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଧାରା ୪(୧), ୬(୧), ଧାରା ୮ ଓ ଧାରା ୯(୩)କୁ ଉପେକ୍ଷା କରି ଲୁଚା ଛପାରେ ଜମିର ମୂଲ୍ୟାଙ୍କନ କଲେ। ଧାରା ୪(୧) ବଳରେ ସର୍ବସାଧାରଣଙ୍କୁ ବା ଜମି ମାଲିକଙ୍କୁ କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରାଯିବ ତାହା ଅବଗତ କରାଗଲାନାହିଁ। ଧାରା ୬(୧) ବଳରେ ଗ୍ରାମସଭା କି ପଲ୍ଲିସଭା ଡକାଗଲାନାହିଁ। ଧାରା ୮ରେ ପ୍ରତ୍ୟେକ ପ୍ଲଟର ସ୍ବତନ୍ତ୍ର ମୂଲ୍ୟାଙ୍କନ କରାଯିବାର ନିୟମ ଅଛି। ଯଥା ଘରବାରି ପ୍ଲଟ, ପୋଖରୀ, ମାଛଚାଷ ଓ ମୂଲ୍ୟବାନ ଗଛର ଭିନ୍ନ ଭିନ୍ନ ମୂଲ୍ୟାଙ୍କନ ହେବାକଥା। ଯାହାକି ସରକାରଙ୍କ ଦ୍ୱାରା ଏକ ମିଳିତ ଅନୁଧ୍ୟାନ କମିଟି ଦ୍ୱାରା ଆକଳନ କରାଯିବା କଥା, ତାହା ମଧ୍ୟ କରାଯାଇନାହିଁ। ଅନ୍ୟ ପକ୍ଷରେ ଧାରା ୯(୩) ବଳରେ ଉପରୋକ୍ତ ମୂଲ୍ୟାଙ୍କନ କରାଯିବା କଥା। ତାହା ମଧ୍ୟ କରା ନ ଯାଇ ଲୁଚା ଛପାରେ ମୂଲ୍ୟାଙ୍କନ ଘୋଷଣା କରାଗଲା। ଏହାକୁ କ୍ଷତିଗ୍ରସ୍ତ ଚାଷୀ ବିରୋଧ କରିବା ସାଙ୍ଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଲେ। ଫଳରେ ପ୍ରଶାସନ ନାମକୁ ମାତ୍ର କ୍ୟାମ୍ପ କୋର୍ଟ ମାଧ୍ୟମରେ କେତେଜଣ ଲୋକଙ୍କୁ ପ୍ରଭାବିତ କରାଇ କ୍ଷତିପୂରଣ ରାଶି ଦେଇଥିଲେ। ପ୍ରତାପପୁର ମୌଜାର ମାତ୍ର ଶତକଡା ୨୭ % ଜମି ଓ ଫତେପୁର ମୌଜାର ୨୯ % ଜମିର କ୍ଷତିପୂରଣ ରାଶି ୨୦୧୨ ନଭେମ୍ବର ସୁଦ୍ଧା ଦିଆଯାଇଥିଲା। ଅବଶିଷ୍ଟ ଜମି ନିମନ୍ତେ ଚାଷୀମାନେ କ୍ଷତିପୂରଣ ରାଶି ଗ୍ରହଣ ନ କରି ଆନ୍ଦୋଳନ ଜାରି ରଖିଥିଲେ। ସରକାର କୌଣସି କଥା ନ ଶୁଣିବାରୁ ଚାଷୀମାନେ ମା’ ବରୁଣେଇ କୃଷକ ଏକତା ମଞ୍ଚ ପ୍ରତାପପୁର, ଫତେପୁର ନାମରେ ୨୦୧୬ ଜାନୁୟାରୀ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରିଟ ପିଟିସନ ନଂ. ୧୧୧୨/୨୦୧୬, ୧୧୧୪/୨୦୧୬ ବଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶମତେ ମୂଳ କେସ ବିଚାରାଧୀନ ଥାଇ କ୍ଷତିଗ୍ରସ୍ତ ଚାଷୀମାନେ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ରାଶି ନେଇ ପାରିବେ। ଅନ୍ୟପକ୍ଷେ ୨୦୨୧ ଫେବୃୟାରୀ ୧୯ ତାରିଖରେ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ୨୦୧୩ ମସିହା ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଉଲ୍ଲେଖ କରିଥିଲେ। ହେଲେ ୩ ମାସ ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ମତେ ଚାଷୀଙ୍କୁ ୨୦୧୩ର କ୍ଷତିପୂରଣ ରାଶି ନ ମିଳିବାରୁ ପୁଣି ଚାଷୀ କମିଟି ୨୦୨୧ ଅଗଷ୍ଟ ୧୧ରେ କୋର୍ଟ ଅବମାନନା କେସ୍‌ ନଂ. ୪୭୨୪/୨୦୨୧ ଓ ୪୭୨୫/୨୦୨୧ରେ ମାମଲା କଲେ। ଚାଷୀ କମିଟିର କୋର୍ଟ ଅବମାନନା ମାମଲା ରୁଜୁର ପ୍ରଶାସନ ୨୩ଦିନ ପରେ ରିଭ୍ୟୁପିଟିଶନ ଦାଖଲ କଲେ। ମାତ୍ର ତାହା ବିଚାରାଧୀନ ରହିଛି। ଏଭଳିସ୍ଥିତିରେ ଇଡ୍‌କୋ ଓ ରାଜସ୍ବ ପ୍ରଶାସନ ୧୫ ତାରିଖରେ ଜମି ଅଧିଗ୍ରହଣ ନିମନ୍ତେ ଖୁଣ୍ଟ ପକାଇବା ଆରମ୍ଭ କଲେ। କୃଷକ ଏକତା ମଞ୍ଚର ବିରୋଧ ଯୋଗୁ ଖୁଣ୍ଟ ନ ପକାଇ ଫେରିଗଲେ। ପୁନର୍ବାର ମଙ୍ଗଳବାର ମା’ ବରୁଣେଇ କୃଷକ ଏକତା ମଞ୍ଚର ସ୍ଥାୟୀ ସଭାପତି ସଂଗ୍ରାମ କିଶୋର ରାଉତରାୟଙ୍କ ଅଧ୍ୟକ୍ଷତାରେ ପ୍ରତାପପୁରଠାରେ ଚାଷୀମାନେ ଏକତ୍ରିତ ହୋଇ ଇଡ୍‌କୋର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରିବା ସହ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ବା ଜମିର ଉପସ୍ଥିତ ଆନ୍ତର୍ଜାତିକ ମୂଲ୍ୟ ଏକର ପିଛା ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ସରକାର ଚାଷୀଙ୍କ ଦାବିକୁ ଗ୍ରହଣ ନ କରନ୍ତି ତାହା ହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କୃଷକ ଏକତା ମଞ୍ଚର ସାଧାରଣ ସମ୍ପାଦକ ଅଭୟ କୁମାର ସାମଲ ଚେତାବନୀ ଦେଇଛନ୍ତି। ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ସୁଧାଂଶୁ ମହାପାତ୍ର, ରବୀନ୍ଦ୍ର ମାଝି, ନବଘନ ସ୍ବାଇଁ, ଈଶ୍ୱର ସାମଲ, ନିର୍ମାଳା ସ୍ବାଇଁ, ନୟନା ସାମଲ, ଟୁନିଲତା ରାଉତରାୟ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିବାରେ ଉକ୍ତ ଜମି ଅଧିଗ୍ରହଣ ନିମନ୍ତେ ୨୦୦୮ର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ୨୦୧୩ର ଜମି ଅଧିଗ୍ରହଣ ଆଇନ ଲାଗୁ ହୋଇପାରିବ ନାହିଁ। ଅନ୍ୟପକ୍ଷେ ଇଡ୍‌କୋ ବହୁ ପୂର୍ବରୁ ଜମି ଅଧଗ୍ରହଣ କରିସାରିଛି ଓ ଏଥିନିମନ୍ତେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ତେଣୁ ଜମି ଅଧିଗ୍ରହଣରେ କୌଣସି ଅସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri