ଇଡ୍‌କୋର ଜମି ଅଧିଗ୍ରହଣକୁ ଚାଷୀଙ୍କ ବିରୋଧ

କୁଜଙ୍ଗ,୧୯।୪(ଡି.ଏନ.ଏ.): ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ, ଇଡ୍‌କୋ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନେବାରୁ ଚାଷୀମାନେ ବିରୋଧ କରିଛନ୍ତି। ଏଥିଯୋଗୁ ଜମି ଅଧିଗ୍ରହଣ କରି ନ ପାରି ଅଧିକାରୀମାନେ ଫେରି ଯାଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବା ସହ କେନ୍ଦ୍ର ସରକାରଙ୍କ ୨୦୧୩ ଜମି ଅଧିଗ୍ରହଣ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି।
ପ୍ରକାଶ, କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଓ ପ୍ରତାପପୁର ରାଜସ୍ବ ମୌଜାର ଜମି ଅଧିଗ୍ରହଣ ନିମନ୍ତେ ୨୦୦୮ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଜଗତ୍‌ସିଂହପୁର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଧାରା ୪(୧), ୬(୧), ଧାରା ୮ ଓ ଧାରା ୯(୩)କୁ ଉପେକ୍ଷା କରି ଲୁଚା ଛପାରେ ଜମିର ମୂଲ୍ୟାଙ୍କନ କଲେ। ଧାରା ୪(୧) ବଳରେ ସର୍ବସାଧାରଣଙ୍କୁ ବା ଜମି ମାଲିକଙ୍କୁ କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରାଯିବ ତାହା ଅବଗତ କରାଗଲାନାହିଁ। ଧାରା ୬(୧) ବଳରେ ଗ୍ରାମସଭା କି ପଲ୍ଲିସଭା ଡକାଗଲାନାହିଁ। ଧାରା ୮ରେ ପ୍ରତ୍ୟେକ ପ୍ଲଟର ସ୍ବତନ୍ତ୍ର ମୂଲ୍ୟାଙ୍କନ କରାଯିବାର ନିୟମ ଅଛି। ଯଥା ଘରବାରି ପ୍ଲଟ, ପୋଖରୀ, ମାଛଚାଷ ଓ ମୂଲ୍ୟବାନ ଗଛର ଭିନ୍ନ ଭିନ୍ନ ମୂଲ୍ୟାଙ୍କନ ହେବାକଥା। ଯାହାକି ସରକାରଙ୍କ ଦ୍ୱାରା ଏକ ମିଳିତ ଅନୁଧ୍ୟାନ କମିଟି ଦ୍ୱାରା ଆକଳନ କରାଯିବା କଥା, ତାହା ମଧ୍ୟ କରାଯାଇନାହିଁ। ଅନ୍ୟ ପକ୍ଷରେ ଧାରା ୯(୩) ବଳରେ ଉପରୋକ୍ତ ମୂଲ୍ୟାଙ୍କନ କରାଯିବା କଥା। ତାହା ମଧ୍ୟ କରା ନ ଯାଇ ଲୁଚା ଛପାରେ ମୂଲ୍ୟାଙ୍କନ ଘୋଷଣା କରାଗଲା। ଏହାକୁ କ୍ଷତିଗ୍ରସ୍ତ ଚାଷୀ ବିରୋଧ କରିବା ସାଙ୍ଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଲେ। ଫଳରେ ପ୍ରଶାସନ ନାମକୁ ମାତ୍ର କ୍ୟାମ୍ପ କୋର୍ଟ ମାଧ୍ୟମରେ କେତେଜଣ ଲୋକଙ୍କୁ ପ୍ରଭାବିତ କରାଇ କ୍ଷତିପୂରଣ ରାଶି ଦେଇଥିଲେ। ପ୍ରତାପପୁର ମୌଜାର ମାତ୍ର ଶତକଡା ୨୭ % ଜମି ଓ ଫତେପୁର ମୌଜାର ୨୯ % ଜମିର କ୍ଷତିପୂରଣ ରାଶି ୨୦୧୨ ନଭେମ୍ବର ସୁଦ୍ଧା ଦିଆଯାଇଥିଲା। ଅବଶିଷ୍ଟ ଜମି ନିମନ୍ତେ ଚାଷୀମାନେ କ୍ଷତିପୂରଣ ରାଶି ଗ୍ରହଣ ନ କରି ଆନ୍ଦୋଳନ ଜାରି ରଖିଥିଲେ। ସରକାର କୌଣସି କଥା ନ ଶୁଣିବାରୁ ଚାଷୀମାନେ ମା’ ବରୁଣେଇ କୃଷକ ଏକତା ମଞ୍ଚ ପ୍ରତାପପୁର, ଫତେପୁର ନାମରେ ୨୦୧୬ ଜାନୁୟାରୀ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରିଟ ପିଟିସନ ନଂ. ୧୧୧୨/୨୦୧୬, ୧୧୧୪/୨୦୧୬ ବଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶମତେ ମୂଳ କେସ ବିଚାରାଧୀନ ଥାଇ କ୍ଷତିଗ୍ରସ୍ତ ଚାଷୀମାନେ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ରାଶି ନେଇ ପାରିବେ। ଅନ୍ୟପକ୍ଷେ ୨୦୨୧ ଫେବୃୟାରୀ ୧୯ ତାରିଖରେ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ୨୦୧୩ ମସିହା ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଉଲ୍ଲେଖ କରିଥିଲେ। ହେଲେ ୩ ମାସ ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ମତେ ଚାଷୀଙ୍କୁ ୨୦୧୩ର କ୍ଷତିପୂରଣ ରାଶି ନ ମିଳିବାରୁ ପୁଣି ଚାଷୀ କମିଟି ୨୦୨୧ ଅଗଷ୍ଟ ୧୧ରେ କୋର୍ଟ ଅବମାନନା କେସ୍‌ ନଂ. ୪୭୨୪/୨୦୨୧ ଓ ୪୭୨୫/୨୦୨୧ରେ ମାମଲା କଲେ। ଚାଷୀ କମିଟିର କୋର୍ଟ ଅବମାନନା ମାମଲା ରୁଜୁର ପ୍ରଶାସନ ୨୩ଦିନ ପରେ ରିଭ୍ୟୁପିଟିଶନ ଦାଖଲ କଲେ। ମାତ୍ର ତାହା ବିଚାରାଧୀନ ରହିଛି। ଏଭଳିସ୍ଥିତିରେ ଇଡ୍‌କୋ ଓ ରାଜସ୍ବ ପ୍ରଶାସନ ୧୫ ତାରିଖରେ ଜମି ଅଧିଗ୍ରହଣ ନିମନ୍ତେ ଖୁଣ୍ଟ ପକାଇବା ଆରମ୍ଭ କଲେ। କୃଷକ ଏକତା ମଞ୍ଚର ବିରୋଧ ଯୋଗୁ ଖୁଣ୍ଟ ନ ପକାଇ ଫେରିଗଲେ। ପୁନର୍ବାର ମଙ୍ଗଳବାର ମା’ ବରୁଣେଇ କୃଷକ ଏକତା ମଞ୍ଚର ସ୍ଥାୟୀ ସଭାପତି ସଂଗ୍ରାମ କିଶୋର ରାଉତରାୟଙ୍କ ଅଧ୍ୟକ୍ଷତାରେ ପ୍ରତାପପୁରଠାରେ ଚାଷୀମାନେ ଏକତ୍ରିତ ହୋଇ ଇଡ୍‌କୋର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରିବା ସହ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ବା ଜମିର ଉପସ୍ଥିତ ଆନ୍ତର୍ଜାତିକ ମୂଲ୍ୟ ଏକର ପିଛା ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ସରକାର ଚାଷୀଙ୍କ ଦାବିକୁ ଗ୍ରହଣ ନ କରନ୍ତି ତାହା ହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କୃଷକ ଏକତା ମଞ୍ଚର ସାଧାରଣ ସମ୍ପାଦକ ଅଭୟ କୁମାର ସାମଲ ଚେତାବନୀ ଦେଇଛନ୍ତି। ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ସୁଧାଂଶୁ ମହାପାତ୍ର, ରବୀନ୍ଦ୍ର ମାଝି, ନବଘନ ସ୍ବାଇଁ, ଈଶ୍ୱର ସାମଲ, ନିର୍ମାଳା ସ୍ବାଇଁ, ନୟନା ସାମଲ, ଟୁନିଲତା ରାଉତରାୟ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିବାରେ ଉକ୍ତ ଜମି ଅଧିଗ୍ରହଣ ନିମନ୍ତେ ୨୦୦୮ର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ୨୦୧୩ର ଜମି ଅଧିଗ୍ରହଣ ଆଇନ ଲାଗୁ ହୋଇପାରିବ ନାହିଁ। ଅନ୍ୟପକ୍ଷେ ଇଡ୍‌କୋ ବହୁ ପୂର୍ବରୁ ଜମି ଅଧଗ୍ରହଣ କରିସାରିଛି ଓ ଏଥିନିମନ୍ତେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ତେଣୁ ଜମି ଅଧିଗ୍ରହଣରେ କୌଣସି ଅସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?