ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ

ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ ବିହନରେ ଶତ ପ୍ରତିଶତ ଶୁଦ୍ଧତା ରହୁ ନ ଥିବା ଅନେକ ଚାଷୀ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ବାହାର ରାଜ୍ୟର ଘରୋଇ ବିହନ କିଣୁଥିବାରୁ ଜିଲାର ଚାଷୀମାନେ ସବସିଡ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।
ଚଳିତ ଖରିଫ ଋତୁରେ ଗଜପତି ଜିଲାରେ ମୋଟ ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ ହେବ। ଆଉ କିଛି ଦିନ ପରେ ମୌସୁମୀ ଆସିବା ପରେ ଚାଷୀମାନେ ଧାନ ତଳି ପକାଇବା ସହ ଧାନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ। ସେହିକ୍ରମରେ ଚାଷୀଙ୍କୁ  ସବସିଡରେ ଧାନ ବିହନ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି। ଗଜପତି ଜିଲାରେ ୧୫ ହଜାରରୁ ଅଧିକ ପଞ୍ଜୀକୃତ ଚାଷୀ ରହିଛନ୍ତି। ଚଳିତବର୍ଷ ରାଜ୍ୟ ବିହନ ନିଗମ ଲିମିଟେଡ ପକ୍ଷରୁ ଏହି ଜିଲାର ଚାଷୀଙ୍କ ପାଇଁ ୭ ହଜାର କୁଇଣ୍ଟାଲ ବିହନ ଯୋଗାଇବାକୁ ଯୋଜନା ହୋଇଛି। ଏଥିପାଇଁ ଜିଲାର ବିଭିନ୍ନ ସହର ଓ ବ୍ଲକରେ ଥିବା ୫୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଓ ୩୪ଟି ଘରୋଇ ବିହନ ବିକ୍ରୟ କେନ୍ଦ୍ରରେ ପ୍ରାଥମିକ ପର୍ଯ୍ୟାୟରେ ୩୮୦୦ କୁଇଣ୍ଟାଲ ବିହନ ଉପଲବ୍ଧ କରାଯାଇଥିବା ବେଳେ ୩୩୬୩ କୁଇଣ୍ଟାଲ ବିହନ ଗୋଦାମରେ ମହଜୁଦ ରହିଛି । ନିଗମ ପକ୍ଷରୁ ଓଡ଼ିଶାର ଚାଷୀଙ୍କୁ ସ୍ବର୍ଣ୍ଣ ସବ-୧, ପୂଜା, ଏମଟିୟୁ-୧୦୭୫, ଏମଟିୟୁ-୧୦୬୪, ଏମଟିୟୁ-୨୫୩୭, ଏମଟିୟୁ-୧୦୬୭, ଏମଟିୟୁ-୭୦୨୯, ଆରଜିଏଲ-୨୫୩୭ ଭଳି ବିଭିନ୍ନ କିସମର ବିହନ ଯୋଗାଯାଉଛି। ପଞ୍ଜିକୃତ ଚାଷୀମାନେ ନିକଟସ୍ଥ ବିହନ ବିକ୍ରୟ କେନ୍ଦ୍ରକୁ ଯାଇ ୧ କୁଇଣ୍ଟାଲ ଧାନ ବିହନ ପିଛା ୩୬୫୦ ଟଙ୍କା ପଇଠ କରି ବିହନ କିଣୁଛନ୍ତି। ପରବର୍ତ୍ତୀ ସମୟରେ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ନତୁବା ୧୨୫୦ ଟଙ୍କା ସବସିଡ ଆସୁଛି। ତେବେ ଓଡିଶା ସରକାରଙ୍କ ପକ୍ଷରୁ ଉପରୋକ୍ତ କିସମର ବିହନ ଯୋଗାଯାଉଥିଲେ ମଧ୍ୟ ଓଡ଼ିଶାର ବିହନରେ ଶତ ପ୍ରତିଶତ ଶୁଦ୍ଧତା ରହୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଫଳରେ ଚାଷୀମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଘରୋଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହାଇବ୍ରିଡ ବିହନ ଉପରେ ନିର୍ଭର କରୁଛନ୍ତି। କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକାରେ ଗଜପତି ଜିଲାରେ ପାଖାପାଖି ୧୬ ହଜାର ଚାଷୀ ରହିଥିବା ଏହି ଚାଷୀଙ୍କ ପାଇଁ ୧୫ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ହୋଇଥାଏ। ହେଲେ ରାଜ୍ୟ ସରକାର ଏହି ଜିଲା ପାଇଁ ମାତ୍ର ୭ ହଜାର କୁଇଣ୍ଟାଲ ବିହନ ଯୋଗାଉଥିବାରୁ ତାହା ଯଥେଷ୍ଟ ନୁହେଁ। ଫଳରେ ଏହି ଜିଲାର ଚାଷୀମାନେ ଆନ୍ଧ୍ରପ୍ରଦେଶର ବିହନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି। ସେହିପରି ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ବିହନ ବୁଣିବା ଦ୍ବାରା ସେଥିରେ ବାଳୁଙ୍ଗା ସହ ଆନ୍ୟାନ୍ୟ ସମସ୍ୟା ଦେଖା ଦେଉଥିବାରୁ ଚାଷୀମାନେ ସବସିଡ ଟଙ୍କାକୁ ଛାଡି ଆନ୍ଧ୍ରର ଘରୋଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ବିହନ ଉପରେ ଭରସା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା ଦ୍ବାରା ଅନେକ ପଞ୍ଜିକୃତ ଚାଷୀ ରାଜ୍ୟ ସରକାରଙ୍କ ସବସିଡ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ରାଜ୍ୟ ସରକାର ୧୦୦ ପ୍ରତିଶତ ଶୁଦ୍ଧତା ଥିବା ବିହନ ଯୋଗାଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଆଇରେନିୟସ ପ୍ରଧାନଙ୍କୁ ପଚରାଯିବାରେ ଯେ କହିଛନ୍ତି, ଜିଲାର ଅଧିକାଂଶ ଚାଷୀ ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ବିହନ ବ୍ୟବହାର କରୁଥିବା ବେଳେ କିଛି ଚାଷୀ ନିଜ ଦ୍ବାରା ସଂରକ୍ଷିତ ବିହନ ବ୍ୟବହାର କରୁଛନ୍ତି। ଯେହେତୁ ସୀମାନ୍ତ ଅଞ୍ଚଳ, ତେଣୁ ଅଳ୍ପ କିଛି ଚାଷୀ ନିଜ ସୁବିଧା ଓ ଇଚ୍ଛା  ମୁତାବକ ଆନ୍ଧ୍ରର ଘରୋଇ କମ୍ପାନୀ ଦ୍ବାରା ପ୍ରସ୍ତୁତ ଧାନ ବିହନ ବ୍ୟବହାର କରୁଥାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?