Odisha Elections 2024

ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ

ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ ବିହନରେ ଶତ ପ୍ରତିଶତ ଶୁଦ୍ଧତା ରହୁ ନ ଥିବା ଅନେକ ଚାଷୀ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ବାହାର ରାଜ୍ୟର ଘରୋଇ ବିହନ କିଣୁଥିବାରୁ ଜିଲାର ଚାଷୀମାନେ ସବସିଡ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।
ଚଳିତ ଖରିଫ ଋତୁରେ ଗଜପତି ଜିଲାରେ ମୋଟ ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ ହେବ। ଆଉ କିଛି ଦିନ ପରେ ମୌସୁମୀ ଆସିବା ପରେ ଚାଷୀମାନେ ଧାନ ତଳି ପକାଇବା ସହ ଧାନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ। ସେହିକ୍ରମରେ ଚାଷୀଙ୍କୁ  ସବସିଡରେ ଧାନ ବିହନ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି। ଗଜପତି ଜିଲାରେ ୧୫ ହଜାରରୁ ଅଧିକ ପଞ୍ଜୀକୃତ ଚାଷୀ ରହିଛନ୍ତି। ଚଳିତବର୍ଷ ରାଜ୍ୟ ବିହନ ନିଗମ ଲିମିଟେଡ ପକ୍ଷରୁ ଏହି ଜିଲାର ଚାଷୀଙ୍କ ପାଇଁ ୭ ହଜାର କୁଇଣ୍ଟାଲ ବିହନ ଯୋଗାଇବାକୁ ଯୋଜନା ହୋଇଛି। ଏଥିପାଇଁ ଜିଲାର ବିଭିନ୍ନ ସହର ଓ ବ୍ଲକରେ ଥିବା ୫୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଓ ୩୪ଟି ଘରୋଇ ବିହନ ବିକ୍ରୟ କେନ୍ଦ୍ରରେ ପ୍ରାଥମିକ ପର୍ଯ୍ୟାୟରେ ୩୮୦୦ କୁଇଣ୍ଟାଲ ବିହନ ଉପଲବ୍ଧ କରାଯାଇଥିବା ବେଳେ ୩୩୬୩ କୁଇଣ୍ଟାଲ ବିହନ ଗୋଦାମରେ ମହଜୁଦ ରହିଛି । ନିଗମ ପକ୍ଷରୁ ଓଡ଼ିଶାର ଚାଷୀଙ୍କୁ ସ୍ବର୍ଣ୍ଣ ସବ-୧, ପୂଜା, ଏମଟିୟୁ-୧୦୭୫, ଏମଟିୟୁ-୧୦୬୪, ଏମଟିୟୁ-୨୫୩୭, ଏମଟିୟୁ-୧୦୬୭, ଏମଟିୟୁ-୭୦୨୯, ଆରଜିଏଲ-୨୫୩୭ ଭଳି ବିଭିନ୍ନ କିସମର ବିହନ ଯୋଗାଯାଉଛି। ପଞ୍ଜିକୃତ ଚାଷୀମାନେ ନିକଟସ୍ଥ ବିହନ ବିକ୍ରୟ କେନ୍ଦ୍ରକୁ ଯାଇ ୧ କୁଇଣ୍ଟାଲ ଧାନ ବିହନ ପିଛା ୩୬୫୦ ଟଙ୍କା ପଇଠ କରି ବିହନ କିଣୁଛନ୍ତି। ପରବର୍ତ୍ତୀ ସମୟରେ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ନତୁବା ୧୨୫୦ ଟଙ୍କା ସବସିଡ ଆସୁଛି। ତେବେ ଓଡିଶା ସରକାରଙ୍କ ପକ୍ଷରୁ ଉପରୋକ୍ତ କିସମର ବିହନ ଯୋଗାଯାଉଥିଲେ ମଧ୍ୟ ଓଡ଼ିଶାର ବିହନରେ ଶତ ପ୍ରତିଶତ ଶୁଦ୍ଧତା ରହୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଫଳରେ ଚାଷୀମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଘରୋଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହାଇବ୍ରିଡ ବିହନ ଉପରେ ନିର୍ଭର କରୁଛନ୍ତି। କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକାରେ ଗଜପତି ଜିଲାରେ ପାଖାପାଖି ୧୬ ହଜାର ଚାଷୀ ରହିଥିବା ଏହି ଚାଷୀଙ୍କ ପାଇଁ ୧୫ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ହୋଇଥାଏ। ହେଲେ ରାଜ୍ୟ ସରକାର ଏହି ଜିଲା ପାଇଁ ମାତ୍ର ୭ ହଜାର କୁଇଣ୍ଟାଲ ବିହନ ଯୋଗାଉଥିବାରୁ ତାହା ଯଥେଷ୍ଟ ନୁହେଁ। ଫଳରେ ଏହି ଜିଲାର ଚାଷୀମାନେ ଆନ୍ଧ୍ରପ୍ରଦେଶର ବିହନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି। ସେହିପରି ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ବିହନ ବୁଣିବା ଦ୍ବାରା ସେଥିରେ ବାଳୁଙ୍ଗା ସହ ଆନ୍ୟାନ୍ୟ ସମସ୍ୟା ଦେଖା ଦେଉଥିବାରୁ ଚାଷୀମାନେ ସବସିଡ ଟଙ୍କାକୁ ଛାଡି ଆନ୍ଧ୍ରର ଘରୋଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ବିହନ ଉପରେ ଭରସା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା ଦ୍ବାରା ଅନେକ ପଞ୍ଜିକୃତ ଚାଷୀ ରାଜ୍ୟ ସରକାରଙ୍କ ସବସିଡ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ରାଜ୍ୟ ସରକାର ୧୦୦ ପ୍ରତିଶତ ଶୁଦ୍ଧତା ଥିବା ବିହନ ଯୋଗାଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଆଇରେନିୟସ ପ୍ରଧାନଙ୍କୁ ପଚରାଯିବାରେ ଯେ କହିଛନ୍ତି, ଜିଲାର ଅଧିକାଂଶ ଚାଷୀ ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ବିହନ ବ୍ୟବହାର କରୁଥିବା ବେଳେ କିଛି ଚାଷୀ ନିଜ ଦ୍ବାରା ସଂରକ୍ଷିତ ବିହନ ବ୍ୟବହାର କରୁଛନ୍ତି। ଯେହେତୁ ସୀମାନ୍ତ ଅଞ୍ଚଳ, ତେଣୁ ଅଳ୍ପ କିଛି ଚାଷୀ ନିଜ ସୁବିଧା ଓ ଇଚ୍ଛା  ମୁତାବକ ଆନ୍ଧ୍ରର ଘରୋଇ କମ୍ପାନୀ ଦ୍ବାରା ପ୍ରସ୍ତୁତ ଧାନ ବିହନ ବ୍ୟବହାର କରୁଥାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri