ପେଷି ହେଉଛନ୍ତି ଚାଷୀ

ବରଗଡ଼ ଅଫିସ୍‌,୨୭ା୪: ଓଡ଼ିଶାର ଚାଷୀମାନେ ଗତ ୧୦ବର୍ଷ ମଧ୍ୟରେ ଅଧିକରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ରମାଗତ କୃଷି କର୍ମଣ ପୁରସ୍କାର ପାଇଛନ୍ତି। ମାତ୍ର ଧାନ ବିକ୍ରି ସମସ୍ୟାକୁ ନେଇ କେନ୍ଦ୍ର-ରାଜ୍ୟ ସରକାର ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ଆଉ ଏହି ରାଜନୈତିକ ଚକ୍ରାନ୍ତରେ ଚାଷୀକୁଳ ପେଷି ହେଉଛନ୍ତି। ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଏଭଳି ଅଭିଯୋଗ ଅଣାଯାଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଛି। ବିଗତବର୍ଷ ଧାନ କିଣାବିକା ସମୟରେ ସମସ୍ୟା ଉପୁଜିଥିଲା। ଆସନ୍ତା ମେ’ ୫ରେ ହେବାକୁ ଥିବା ରବିଧାନ ସଂଗ୍ରହ ପ୍ରକ୍ରିୟାରେ ତାହାର ପୁନରାବୃତ୍ତି ଯେଭଳି ନ ହୁଏ, ସେଥିପ୍ରତି ଆଗତୁରା ପଦକ୍ଷେପ ନେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜୟ କିଷାନ ଆନ୍ଦୋଳନ ସତର୍କ କରାଇ ଦେଇଛି। ଏହି କ୍ରମରେ ବରଗଡ଼ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ।
ଉଷୁନା-ଅରୁଆ ଚାଉଳ ବିବାଦ ବନ୍ଦ କରି ଚାଷୀ ବିକୁଥିବା ସବୁ ଧାନ କିଣିବା, ସ୍ବାମୀନାଥନ କମିଶନ ରିପୋର୍ଟ ଭିତ୍ତିରେ ପ୍ରାପ୍ୟ ମିଳୁ ନ ଥିବାରୁ ଧାନ କୁଇଣ୍ଟାଲ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୫୦ଟଙ୍କା ଲେଖାଏ ବୋନସ ଦେବା, ଧାନ ସଂଗ୍ରହ ଋତୁ ସରିବା ଯାଏ ଟୋକନ ବୈଧ ରଖିବା, ଅମଳ ପୂର୍ବରୁ କୃଷିକ୍ଷେତ୍ରକୁ ବିଦ୍ୟୁତ କାଟ୍‌ କରା ନ ଯିବା, ଚାଷୀଙ୍କ ବକେୟା ବିଦ୍ୟୁତ୍‌ ଦେୟ ଛାଡ଼ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ଦାବିରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଜିଲାର ପ୍ରାୟ ସବୁ ବ୍ଲକର ଶତାଧିକ ଚାଷୀ ବରଗଡ଼ ଗୋଶାଳା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସକୁ ଯାଇଥିଲେ। ସେମାନେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ୫ବର୍ଷ ତଳେ ବିଧାନସଭା ବଜେଟ ଅଧିବେଶନରେ ପାରିତ ସଂକଳ୍ପ ପ୍ରସ୍ତାବ ଅନୁଯାୟୀ ସ୍ବାମୀନାଥନ କମିଶନ ସୁପାରିସକ୍ରମେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୨୯୪୦ ଟଙ୍କା ହେବା କଥା। ଅନ୍ୟପଟେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଘୋଷିତ ଧାନର ଏମ୍‌ଏସ୍‌ପି ଚଳିତବର୍ଷ କୁଇଣ୍ଟାଲ ପ୍ରତି ମାତ୍ର ୧୯୪୦ ଟଙ୍କା, ଯାହାକି ଗତ ୫ବର୍ଷ ତଳେ ବିଧାନସଭାରେ ପାରିତ ସଂକଳ୍ପ ପ୍ରସ୍ତାବ ଦରଠାରୁ ୧ହଜାର ଟଙ୍କା କମ୍‌। ଏହାସତ୍ତ୍ବେ ଏହାକୁ କେନ୍ଦ୍ର ସରକାର ସ୍ବାମୀନାଥନ କମିଶନ ସୂତ୍ର ମୁତାବକ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ବୋଲି ମିଥ୍ୟା ଦାବି କରୁଛନ୍ତି । ସେହିପରି ରାଜ୍ୟର ବିଜେଡି କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବ ବୋଲି ମିଥ୍ୟା ଦମ୍ଭୋକ୍ତି ଦେଖାଇ ନୀରବ ରହୁଛି ବୋଲି ଲିଙ୍ଗରାଜ କହିଥିଲେ।
ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ କହିଥିଲେ, ୨ବର୍ଷ ହେଲା ଉଷୁନା-ଅରୁଆ ଚାଉଳ ବିବାଦ ଆଳରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସଙ୍କୁଚିତ କରି ଚାଷୀକୁଳକୁ ସଙ୍କଟକୁ ଠେଲି ଦିଆଯାଇଛି । ଗତ ବର୍ଷ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଚଳିତବର୍ଷଠାରୁ ରାଜ୍ୟ ସରକାରଙ୍କ ସଂଗୃହୀତ ବଳକା ଉଷୁନା ଚାଉଳ କ୍ରୟ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ମାତ୍ର ସମାଧାନର ବାଟ ଫିଟାଇବା ବଦଳରେ ଏହି ବିବାଦ କେନ୍ଦ୍ର-ରାଜ୍ୟର ପତ୍ର ବିନିମୟରେ ସୀମିତ ରହିଛି। ଏହା କେନ୍ଦ୍ର-ରାଜ୍ୟ ସରକାରଙ୍କ ଏକ ମିଳିତ ଷଡ଼ଯନ୍ତ୍ର ବୋଲି ଆଶଙ୍କା ପ୍ରକାଶ ପାଇଥିବା ସେ କହିଛନ୍ତି। ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ସେ ଚେତାବନୀ ଦେଇଥିଲେ। ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ, ରମେଶ ପତି, ଚାଷୀନେତା ରମେଶ ମହାପାତ୍ର, ମହେଶ ପ୍ରଧାନ, ଭଞ୍ଜନ ବାରିକ, ସୁରେନ୍ଦ୍ର ମେହେର, ସରୋଜ ପ୍ରଧାନ, ସୁଦାମ ପାତ୍ର, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri