ବର୍ଷାରେ ଭାଙ୍ଗିଲା ଚାଷୀ ମନୋବଳ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ହୋଇପାରିନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ମୌସୁମୀର ଅନିୟମିତତା ଯୋଗୁ ତଳି ପୋଡିଗଲା। ତା’ ପରେ କେଣ୍ଡାରେ ଫସଲ ଧରିବା ସମୟରେ ଅଦିନିଆ ବର୍ଷା ଫସଲକୁ କ୍ଷତି ପହଞ୍ଚାଇଲା। ଏବେ ବାତ୍ୟା ‘ଜୱାଦ’ ଭୟରେ କେଉଁଠି ଚାଷୀ ଫସଲକୁ ଆଗୁଆ ଅମଳ କଲେ, ତ ଆଉ କେଉଁଠି ସମୟ ଅଭାବରୁ ଫସଲକୁ ସେମିତି ଭଗବାନଙ୍କ ଭରସାରେ ଛାଡିଦେଲେ। ହେଲେ ବାତ୍ୟା ଟଳିଥିଲେ ମଧ୍ୟ ଏଥିଜନିତ ବର୍ଷା ବାକିତକ ଫସଲ ମଧ୍ୟ ନଷ୍ଟ କରିଦେବାକୁ ବସିଛି। ବର୍ଷା ପାଣିରେ ପାଚିଲା ଧାନ ଶୋଇ ରହିଥିବାବେଳେ କ୍ଷେତକୁ ଦେଖି ଚାଷୀର ମନୋବଳ ଭାଙ୍ଗି ଯାଇଛି। ଏପରିସ୍ଥିତିରେ କୃଷି ବିଶେଷଜ୍ଞମାନେ ଚାଷୀଙ୍କୁ ବର୍ଷା କମିବାର ସୂଚନା ଦେବା ସହ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦେଇଛନ୍ତି।

ରବିବାର ହୋଇଥିବା ପ୍ରବଳ ବର୍ଷାରେ ଜଗତ୍‌ସିଂପୁର, ନୟାଗଡ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଆଦି ଜିଲାଗୁଡିକରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁରୀ ଜିଲା କାଦୁଆ ପଞ୍ଚାୟତ ଭଟ୍ଟପୁର ଗ୍ରାମର ଚାଷୀ ସୁରେନ୍ଦ୍ର କୁମାର ନାୟକ କୁହନ୍ତି, ସେ ନିଜର ପ୍ରାୟ ୭ ଏକର ଜମିରେ ପୂଜା ଓ କନକ ପ୍ରଜାତିର ମସୁରି ଧାନ ଚାଷ କରିଥିଲେ। ଗତ ଅଦିନିଆ ବର୍ଷାରେ ଜମିରେ ପାଣି ଜମି ରହିବାରୁ ପ୍ରାୟ ୩ ଏକରର ଫସଲ ନଷ୍ଟ ହୋଇଥିଲା। ବାକି ଫସଲର ଅମଳ ପାଖେଇ ଆସୁଥିବାବେଳେ ବର୍ତ୍ତମାନର ବର୍ଷାରେ ତାହା ବୁଡ଼ି ରହିଛି। ସେହିପରି ଗାଁର ପ୍ରାୟ ୧୦୦ ଏକରରୁ ଅଧିକ ଚାଷ ଜମି ରହିଥିବାବେଳେ ୮୫ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷୀମାନେ ଧାନ ଚାଷ ହୋଇଥିଲା। ବର୍ଷା ଯୋଗୁ ସବୁ ଚାଷୀ କ୍ଷତିରେ ପଡିବେ। ଏଣୁ ଆସନ୍ତା ଖରିଫ ପସଲ ପାଇଁ ମାଗଣାରେ ଚାରା କିମ୍ବା ବିହନ ଓ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ଆଗକୁ ଆଉ ସେହିଭଳି ବର୍ଷାର ସମ୍ଭାବନା ନାହିଁ। ସୋମବାର ଦକ୍ଷିଣ ଓଡିଶାରେ ବର୍ଷାର ସମ୍ଭାବନା ନ ଥିବାବେଳେ ଉତ୍ତର ଓ ଉପକୂଳ ଓଡିଶାରେ ସାମାନ୍ୟ ବର୍ଷା ହୋଇପାରେ। ଏହା ଚାଷୀଙ୍କ ପାଇଁ ଟିକିଏ ଆଶ୍ୱସ୍ତିକର ଖବର ହୋଇଥିବାବେଳେ ଯେଉଁ ଯେଉଁ ଜିଲାଗୁଡିକରେ ବାତ୍ୟା କାରଣରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି, ସେଠାରେ ଧାନ ଗଛ ଭୂଇଁରେ ଶୋଇଯାଇଛି। ଏଣୁ ସେହି ଅଞ୍ଚଳଗୁଡିକରେ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। କୃଷି ବିଶେଷଜ୍ଞ ତୁଷାର ରଞ୍ଜନ ମହନ୍ତି କହିଛନ୍ତି, ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ବାତ୍ୟା ପୂର୍ବରୁ ୮୫ ପ୍ରତିଶତରୁ ଅଧିକ ପାଚିଯାଇଥିବା ଫସଲକୁ ଅମଳ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଗକୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଅମଳ ହୋଇପାରି ନ ଥିବା ଫସଲକୁ ଠିଆ କରି ରଖିବା ସହ ଯଥାଶୀଘ୍ର ଜମିରୁ ଜଳ ନିଷ୍କାସନ କରନ୍ତୁ। ଏଥିସହ ଜମି ଆଦର୍‌ର ଥିବାରୁ ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତ ହେବା ପାଇଁ ଚାଷୀଙ୍କୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?