ଚାଷୀଙ୍କ ଜମି ନଷ୍ଟ, ପ୍ରଶାସନର ନିଘା ନାହିଁ

ଦଶମନ୍ତପୁର, ୨୦।୮ ( ଡି.ଏନ.ଏ.):  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର ଏ.ଚଣ୍ଡାଲଗୁଡ଼ା ଗ୍ରାମରେ ପ୍ରଶାସନର ଅବହେଳାରୁ ଚାଷୀଙ୍କ ୭୦ ଏକର ଚାଷଜମି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଆଡ଼ିବନ୍ଧ ଏବଂ ଚେକ୍‌ ଡ୍ୟାମ୍‌ ନିର୍ମାଣ ପାଇଁ ଚାଷୀ ଦାବି କରିଛନ୍ତି। ଆମ ଜଳସେଚିତ ଜମି ବର୍ଷା ହେଲେ ନାଳରେ ପ୍ରବଳ ମାତ୍ରାରେ ପାଣି ଆସି ଘାଇ ସୃଷ୍ଟି ହେଉଛି। ଜମି ନଷ୍ଟ ହୋଇଯାଉଛି ବୋଲି ଚାଷୀ ହଳଧର ନାୟକ, ବିଦ୍ୟାଧର ତନ୍ତି, ସଞ୍ଜୀବ ନାୟକ,ଲୋଚନ ମାଳି, ସୁରେଶ ତନ୍ତି, ପଦୁ ମାଳି ପ୍ରମୁଖ କହିଛନ୍ତି। ବର୍ତ୍ତମାନ ଡୁମୁରିଚୁଆର ପାଣି ମାଡ଼ି ଚାଷୀଙ୍କ ଜମି ନଷ୍ଟ ହେବାରେ ଲାଗିଛି । ଏ ନେଇ ଅନେକ ଥର ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଚେକ୍‌ ଡ୍ୟାମ୍‌ କିମ୍ବା ଆଡିବନ୍ଧ ନିର୍ମାଣ କରାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସୁନାମୁଣ୍ଡନାଳଠାରୁ ତେନ୍ତୁଳିଗାଡ଼ ନଦୀ ପର୍ଯ୍ୟନ୍ତ ମାତ୍ର ୨ଶହ ମିଟର ଆଡ଼ିବନ୍ଧ ଏବଂ ୩ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ ହେଲେ ଚାଷୀମାନେ ଉପକୃତ ହେବେ ବୋଲି କହିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ୫୦୦ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ କେନ୍ଦ୍ରରେ ଝୁଲୁଥିଲା ତାଲା

ଯାଜପୁର ଟାଉନ,୨୭ା୨(ଡିଏନଏ): ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଚାନକ ଗସ୍ତ ସମୟରେ ଜିଲା ସଦର ମହକୁମା ନିକଟସ୍ଥ ଅକରପଡାରେ ଥିବା ରାମକୃଷ୍ଣ...

ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

ଫୁଲବାଣୀ ଅଫିସ, ୨୩ ।୨-କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି।...

ତଥ୍ୟ ସୂଚନା ମାଗିବାରୁ ହତ୍ୟା ଧମକ

କେନ୍ଦ୍ରାପଡ଼ା ଅଫିସ,୨ା୯: ପଞ୍ଚାୟତ ଉନ୍ନୟନ ଖର୍ଚ୍ଚର ତଥ୍ୟ ମାଗିବାରୁ ମାର୍ଶାଘାଇ ଥାନା କରଞ୍ଜ ଗାଁର ଦଳିତ ବର୍ଗର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କୁ ହତ୍ୟା...

ଗଛରେ ପିଟିଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

ଫୁଲବାଣୀ ଅଫିସ,୧୫।୨: କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କୁର୍ମିଙ୍ଗିଆ ଛକ ନିକଟରେ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ...

୭ ଦଫା ଦାବିରେ ରାଜନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ରାଜନଗର,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୭ ଦଫା ଦାବିରେ ଶୁକ୍ରବାର ମଧ୍ୟାହ୍ନରେ ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି।...

ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ

ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ...

କୁସୁମୀ ନଦୀରେ ଭାସିଗଲେ ଯୁବକ

ଖଣ୍ଡପଡ଼ା,୨୭ା୧୦(ସ୍ବ.ପ୍ର.) -ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ କୁସୁମୀ ନଦୀକୁ ଶନିବାର ସକାଳ ୯ଟାରେ ୨ ଜଣ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ନଦୀର...

ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ରକରି ବାପା, ପୁଅଙ୍କୁ ଛୁରାମାଡ଼: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୧।୬(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଦକ୍ଷିଣପୁର ଗ୍ରାମରେ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାପା, ପୁୁଅଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବାପା...

Advertisement
Archives

Model This Week