ସରକାରଙ୍କ କଟକଣା ଯୋଗୁ ହଟହଟା ଚାଷୀ, ହୋଇପାରୁନି ଧାନ ବିକ୍ରି, ବିଳମ୍ବ ହେଉଛି ରବି ଚାଷ

ବରଗଡ଼,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ସର୍ବାଧିକ ଧାନ ଉପତ୍ାଦନ ହେଉଥିବାରୁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଜିଲାର ଚାଷୀଙ୍କ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଦିନିଆ ବର୍ଷା ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ଜିଲାର ଚାଷୀଙ୍କ ପାଇଁ ଧାନ ବିକ୍ରିବଟା ସମସ୍ୟା ପାଲଟିଛି। ଧାନ ବିକ୍ରି ଲାଗି ପଞ୍ଜୀକରଣଠାରୁ ଟୋକନ ପର୍ଯ୍ୟନ୍ତ ରାଜ୍ୟ ସରକାର ନାନା କଟକଣା ଆଣୁଛନ୍ତି। ଧାନ କିଣାବିକା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏଭଳି କଟକଣା ଅଣାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ଅନ୍ୟପଟେ ସେଭଳି କଟକଣା ଯୋଗୁ କେବଳ ହଟହଟା ନୁହେଁ, ଅମଳ ଧାନକୁ ସେମାନେ ଠିକ୍‌ଭାବେ ବିକ୍ରି କରିପାରୁ ନ ଥିବା ବେଳେ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ବରଗଡ଼ ଜିଲାରେ ଅନୁରୂପ ପରିସ୍ଥିତି ଉପୁଜିଛି। ରବିଚାଷ ସମୟ ଗଡ଼ିଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ ଧାନ ବିକ୍ରି କରିପାରିନାହାନ୍ତି। ଏଭଳି ସ୍ଥିତିରେ ଅନ୍ୟବର୍ଷ ତୁଳନାରେ ଏଥର ରବିଚାଷ ବିଳମ୍ବ ହୋଇଥିବା ଚାଷୀମାନେ କହିଛନ୍ତି। ରବିରେ ଜିଲାରେ ପ୍ରାୟ ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିରୁ ଅଧିକାଂଶ ହୀରାକୁଦ ଜଳସେଚିତ ଜମି ରହିଥିବାବେଳେ କେନାଲ ପାଣି ଆସିବା ପରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ପ୍ରତିବର୍ଷ ଜାନୁଆରୀ ପହିଲା ସୁଦ୍ଧା କେନାଲ ପାଣି ଆସିଯାଉଥିଲା। ହେଲେ ଏଥର ଗତ ୩ ତାରିଖରୁ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ପାଣି ଛଡ଼ାଯାଇଛି। ମାତ୍ର ଜିଲାର ଅନେକ ତଳିଅଞ୍ଚଳର ଜମିକୁ ଏପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚତ୍ପାରିନାହିଁ। ତେବେ କେନାଲ ପାଣି ଛଡ଼ାଯାଇଥିଲେ ସୁଦ୍ଧା ଧାନକିଣା ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଖରିଫ୍‌ରେ ଅମଳ ଧାନକୁ କେବେ ବିକିବେ ଏବଂ ଆଉ କେବେ ରବିଚାଷ ଆରମ୍ଭ କରିବେ, ଏଭଳି ଦୋଛକିରେ ଜିଲାର ଚାଷୀମାନେ ରହିଛନ୍ତି।
ବିଗତବର୍ଷଗୁଡ଼ିକୁ ଅନୁଧ୍ୟାନ କଲେ ସାଧାରଣତଃ ଫେବୃଆରୀ ଶେଷସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଉଥିଲା। ଏପରିକି ଜାନୁଆରୀ ୧୫ରୁ ଜିଲାର ବିଭିନ୍ନ ଧାନ କ୍ରୟ କେନ୍ଦ୍ର(ମଣ୍ଡି)କୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯାଉଥିଲା। କିନ୍ତୁ ଏଥର ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଜାନୁଆରୀ ଏବଂ ଫେବୃଆରୀ ରହିଛି। ସେହିପରି ବିକ୍ରିଯୋଗ୍ୟ ଧାନ ପରିମାଣ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଧାନ ଉଠାଣରେ ମନ୍ଥରତା ଏବଂ ବିଭିନ୍ନ ସମୟରେ ନାନା ଦାବି ନେଇ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଚାଷୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଗୋଟିଏପଟେ ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ବିତ ହେଉ ନ ଥିବାରୁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରି ବସିଥିବାବେଳେ ଅନେକ ଚାଷୀ କମ୍‌ଦରରେ ବେପାରୀ ହାତରେ ଧାନ ଟେକିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣିର ଜଣେ ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ଅନ୍ୟବର୍ଷ ସେ ଜାନୁଆରୀ ପହିଲାରୁ ରବିଚାଷ ପ୍ରସ୍ତୁତି ଆରମ୍ଭ କରିଦେଉଥିଲେ। ଜାନୁଆରୀ ୧୫ ସୁଦ୍ଧା ଜମିରେ ଧାନପହ୍ଲା ରୋଇବା କାମ ଆରମ୍ଭ ହେଉଥିଲେ। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ଜମିକୁ କେନାଲ ପାଣି ମାଡ଼ିପାରି ନାହିଁ। ଫଳରେ ରବିଚାଷ ପ୍ରସ୍ତୁତି ସେ ଆରମ୍ଭ ସୁଦ୍ଧା କରି ନ ଥିବା କହିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଚାଷୀ ଋଣଆଣି ଖରିଫ ଚାଷ କରିଥିଲେ। ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି। ଫଳରେ ଋଣ ପରିଶୋଧ କରି ଏବେ ରବିଚାଷ ପାଇଁ ପୁଣି ଋଣ କରିବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିପରି ରବିଚାଷ ପାଇଁ ଜମି ହଳ କରିବାଠାରୁ ଆରମ୍ଭ କରି ଧାନପହ୍ଲା ରୋଇବା ପର୍ଯ୍ୟନ୍ତ ଶ୍ରମିକଙ୍କୁ ପାରିଶ୍ରମିକ ଦେବା, ସାର କିଣିବା, ଜମି କାଦୁଅ କରିବା ପାଇଁ ଚାଷୀମାନଙ୍କୁ ଟଙ୍କା ଦରକାର। ଏଭଳି ସ୍ଥିତିରେ ଚାଷୀଙ୍କ ଅମଳ ଧାନ କିଣିବାରେ ଅବହେଳା ନ କରି ଧାନ ଉଠାଣକୁ ତ୍ୱରାନ୍ବିତ କରିବା ଏବଂ ବିକ୍ରିଧାନ ବାବଦକୁ ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ କରିବା ବର୍ତ୍ତମାନ ସ୍ଥିତିରେ ଅପରିହାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri