କୃଷି ଅନୁଦାନ ଲୁଟିବାକୁ କସରତ

ନୟାଗଡ଼,୧୬।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି ।ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ ହୋଇଛନ୍ତି । ଧାଡିରେ ଧାନବୁଣା କାର୍ଯ୍ୟକ୍ରମର ବିଳମ୍ବରେ ବିଜ୍ଞାପନ ଓ ଏନଜିଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଅନୁଦାନ ରାଶିକୁ ଲୁଟିବାକୁ ଉଦ୍ୟମ କରାଯାଇଥିବା ଜଣାପଡୁଛି । ଯେଉଁଭଳି ଢ଼ଙ୍ଗରେ ବିଜ୍ଞାପନ ପ୍ରକାଶ ପାଇଛି ତାହା ଦୂର୍ନୀତି ପାଇଁ କସରତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଧାନ ବୁଣା ଓ ଧାନ ରୁଆ ପରେ କୃଷି ବିଭାଗ ଧାଡ଼ିରେ ଧାନ ବୁଣା ବିଜ୍ଞାପନ ପ୍ରକାଶ କରିଛି । ତାହା ପୁଣି କୌଣସି ଖବର କାଗଜରେ ବାହାରି ନ ଥିଲା । ଜିଲାପାଳଙ୍କ ୱେସାଇଟରେ କିଛି ଦିନ ରଖି ପୁଣି ଗାଏବ କରି ଦିଆଗଲା । ସେହିପରି ଜିଲା ଭିତର ଏନ୍‌ଜିଓଙ୍କୁ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆ ନ ଯାଇ କଟକ, ପୁରୀ ଓ ଭୁବନେଶ୍ୱର ଏନ୍‌ଜିଓମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ପୁଣି ଜିଲାରେ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଆଦୌ ହୋଇ ନ ଥିବାବେଳେ ୩ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ କରାଯାଇ ନାହିଁ । ଏଗ୍ରିମେଣ୍ଟକୁ ବାତିଲ କରାଯାଉ ନ ଥିବାରୁ ଧାନ କଟା ପରେ ରିପୋର୍ଟ ସଂଗ୍ରହ କରି ଅନିୟମିତତା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଅନୁରୁପ ଅଭିଯୋଗ ଉଠିଛି । ଏଣୁ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମରେ କୃଷି ବିଭାଗର ଦୁର୍ନୀତିର ଗୁମର ଖୋଲି ଯାଇଥିବାରୁ ଜିଲାପାଳ ଏଗ୍ରିମେଣ୍ଟକୁ ବାତିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

ଯଦି ଏଗ୍ରିମେଣ୍ଟ ବାତିଲ କରା ନ ଯାଏ ତେବେ କେତେଜଣ ଚାଷୀ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଅନୁଯାୟୀ, ସରକାର ଧାଡିରେ ଧାନବୁଣା ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ଯୋଗାଉଛନ୍ତି । ଏଥିରେ ଚାଷୀ ୭ ହଜାର ଟଙ୍କା, ଏନଜିଓ ପାଇବ ଅଢ଼େଇ ହଜାର ଟଙ୍କା ଓ କୃଷକ ସାଥି ୫୦୦ ଟଙ୍କା ପାଇବାର ରହିଛି । ଏନେଇ ଗଣିଆର ଚାଷୀ ଅକ୍ରୁର ପ୍ରଧାନ କୁହନ୍ତି, ମେ ଓ ଜୁନରେ ଧାନବୁଣା ଓ ରୁଆ ହୋଇଥାଏ ।

କୃଷି ବିଭାଗ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ଅଗଷ୍ଟରେ ଜିଲାପାଳଙ୍କ ୱେବସାଇଟ୍‌ରେ ବିଜ୍ଞାପନ ଓ ସେପ୍ଟେମ୍ବରରେ ଏନଜିଓଙ୍କ ସହ ଏଗ୍ରିମେଣ୍ଟ କରି ଧାଡ଼ିରେ ଧାନବୁଣା କିପରି କରିବାକୁ ପଦକ୍ଷେପ ନେଇଛନ୍ତି । କୃଷି ବିଭାଗର ବିଜ୍ଞାପନ ଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଦୁର୍ନୀତିର ଛିଟା ବାହାରିଲାଣି । ପୁଣି କାର୍ଯ୍ୟକ୍ରମ ଯଦି ଫସର ଫାଟିଲା ତେବେ ଏନଜିଓ ଏଗ୍ରିମେଣ୍ଟକୁ କାହିଁକି ବାତିଲ କରାଯାଉନି । ଏଗ୍ରିମେଣ୍ଟ ବାତିଲ ନହେବା ପଛରେ ପୁଣି ଦୂର୍ନୀତି ଲୁଚି ରହିଛି । ୧୬ ତାରିଖରେ ଜିଲା ପରିଷଦ ବୈଠକ ଥିବାରୁ ଜିଲା ପରିଷଦ ସଭ୍ୟମାନେ ଏନେଇ ଆଲୋଚନା କରି ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ।
ନୂଆଗଁାର ଚାଷୀ ଉଦ୍ଧବ ନାୟକ କୁହନ୍ତି, ସରକାର ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଉଛନ୍ତି ।
ତେବେ କୃଷି ବିଭାଗ ଚାଷୀ ଓ ଚାଷ ଅନୁଦାନକୁ ଲୁଟିବାକୁ କାହିଁକି ଗୁରୁତ୍ୱ ଦେଉଛି ।
ଜିଲାପାଳ ଏହାର ସମୀକ୍ଷା କରି ପଦକ୍ଷେପ କାହିଁକି ନେଉ ନାହାନ୍ତି । କୃଷି ବିଭାଗର ଅନେକ ଅନିୟମିତତା ଲୁଚି ଯାଉଥିବାରୁ ଚାଷୀ ଓ ଚାଷ ସବୁବେଳେ ଉପେକ୍ଷିତ ହେଉଛନ୍ତି । ସରକାର ଦେଉଥିବା ସହାୟତା ଚାଷୀଙ୍କ ପାଖରେ ପହଞ୍ଚୁନି । ଚାଷୀଙ୍କ ପାଖରେ ପହଞ୍ଚିବା ପୁର୍ବରୁ ବିଭିନ୍ନ ଉପାୟରେ ତାକୁ ହରିଲୁଟ୍‌ କରାଯାଇ ସବୁ କିଛି ଠିକ୍‌ ଚାଲୁଛି ବୋଲି ରିପୋର୍ଟ ପ୍ରସ୍ତୁତ ହେଉଛି ।
ଏଣୁ ଧାଡିରେ ଧାନବୁଣା କାହିଁକି ଚାଷୀ ସୁଫଳ ପାଇଲେନି, ଏଥିରେ ହୋଇଥିବା ଅବ୍ୟବସ୍ଥାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ନୟାଗଡ଼ର ଚାଷୀ ଫକୀର ସାହୁ କୁହନ୍ତି, ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲାର ଏନ୍‌ଜିଓ ୪ଟି ବ୍ଲକ, ଭୁବନେଶ୍ୱରର ଏନଜିଓ ୨ଟି ବ୍ଲକ, କଟକର ଏନଜିଓ ୨ଟି ବ୍ଲକ ଏପରି ୮ଟି ବ୍ଳକ ଦାୟିତ୍ୱରେ ଅଛନ୍ତି ।
ତେବେ ଏନଜିଓମାନଙ୍କ ଦିନେ ପାଇଁ କୃଷି କ୍ଷେତ୍ରରେ ଦେଖା ନାହିଁ । ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଏଭଳି ପ୍ରସ୍ତୁତି ହୋଇଛି  । ଏବର୍ଷ କିଛି ନ କରି ଅନୁଦାନକୁ କାଗଜପତ୍ର ଦେଖାଇ ହରିଲୁଟ୍‌ କରାଯିବ । ଆଗାମୀ ୨ ବର୍ଷରେ ସରକାରଙ୍କ ନୀତିକୁ ଦେଖି ପଦକ୍ଷେପ ନିଆଯିବ । ହେଲେ କୃଷି ବିଭାଗର ଏହି ଗୁମର ଧରାପଡିଯିବା ପରେ ଏନଜିଓ ଏଗ୍ରିମେଣ୍ଟ ତୁରନ୍ତ ବାତିଲ କରବା ଦରକାର । ନଚେତ ଆରବର୍ଷକୁ ଏନଜିଓ ନଁାରେ ବିଲ୍‌ ହୋଇ ସାରିଥିବ । ଧାଡିରେ ଧାନ ବୁଣା ଦୂର୍ନୀତକୁ ରୋକିବାକୁ ହେଲେ ପ୍ରଥମେ ଏନଜିଓ ଏଗ୍ରିମେଣ୍ଟ ବାତିଲ କରି ପରବର୍ତ୍ତୀ ପଦକ୍ଷେପ ନେବା ଦରକାର ବୋଲି ମତ ପ୍ରକାଶ ପାଇଛି ।
ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ କୁହନ୍ତି, ଧାଡିରେ ଧାନ ବୁଣା ପାଇଁ ଏନଜିଓଙ୍କୁ ୩ ବର୍ଷ ପାଇଁ ଏଗ୍ରିିମେଣ୍ଟ ହୋଇଛି । ଚଳିତ ବର୍ଷ ଧାଡିରେ ଧାନ ବୁଣା ହୋଇ ପାରିଲାନି ବୋଲି ସ୍ବୀକାର କରିଛନ୍ତି । ତେବେ ଏଗ୍ରିମେଣ୍ଟ ବାତିଲ ସରକାରଙ୍କ ନୀତି ନିୟମକୁ ଦେଖି କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?