ମାଗଣାରେ କୋବି ବାଣ୍ଟିଲେ ଚାଷୀ

କୁତ୍ରା,୧୨।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ ବିରିଙ୍ଗାଟୋଲ ପଞ୍ଚାୟତ ନକଟି ଗ୍ରାମର ଚାଷୀ ପଣ୍ଡିତ ଟପ୍ପୋ ଗରିବ ଲୋକଙ୍କୁ କୋବି ବାଣ୍ଟିଛନ୍ତି। ରବିବାର କୁତ୍ରାରେ ହାଟପାଳି ଥିବାବେଳେ ସେ ସକାଳୁ ଏକ ଅଟୋରେ ବନ୍ଧାକୋବି ଆଣିଥିଲେ। କୁତ୍ରା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ ପାର୍ଶ୍ୱରେ କୋବି ଜମାକରି ରଖିଥିଲେ। ଯେଉଁ ଗରିବ ଲୋକ ଯାଉଥିଲେ ସମସ୍ତଙ୍କୁ ଡାକି କୋବି ବାଣ୍ଟୁଥିଲେ। ଜଣେ ଲୋକଙ୍କୁ ୨ଟି ଲେଖାଏ କରି ଦେଇଥିଲେ। ଯେତିକି କୋବି ବଜାରକୁ ଆଣିଥିଲେ ସବୁ ବାଣ୍ଟି ଦେଇଥିଲେ। ଏହି ଘଟଣା କୁତ୍ରା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ଜଣାପଡିଛି ଯେ, ପଣ୍ଡିତ ଓାହେ ସ୍ତ୍ରୀ ସୁଚିତା ୧ ଏକର ଜମିରେ ବନ୍ଧାକୋବି ଚାଷ କରିଥିଲେ। କୋବି ଅମଳ ହେବା ପରେ ଦୁଇ ଥର ବଜାରକୁ ଆଣି ବିକ୍ରିକରି କିଛି ଟଙ୍କା ପାଇଥିଲେ। ତେବେ କୋବି ବଜାର ଦର କମ୍‌ ରହୁଥିବାରୁ ବିକ୍ରି କଲେ ବିଶେଷ ଅର୍ଥ ମିଳିବ ନାହିଁ। ଦୂରଦୂରାନ୍ତକୁ ନେଇ ବିକ୍ରି କରିବା ତାଙ୍କ ପାଇଁ ଅସମ୍ଭବ ହେଉଛି। ଘରେ ସେ ଦୁଇଜଣଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ବ୍ୟବସାୟୀଙ୍କୁ ଦେଲେ ସେମାନେ ଅତି କମ ଦାମ୍‌ କହୁଛନ୍ତି। ନିଜେ ବିକ୍ରି କଲେ ମଧ୍ୟ ଚାଷରେ ଖର୍ଚ୍ଚ ହୋଇଥିବା ଟଙ୍କା ବାହାରୁନାହିଁ। ତେଣୁ ଉଭୟ ସ୍ବାମୀସ୍ତ୍ରୀ ବିଚାର କଲେ କମ୍‌ ଦାମ୍‌ରେ ଦେବା ଅପେକ୍ଷା ସମସ୍ତ କୋବିକୁ ଗରିବ ଲୋକଙ୍କୁ ବାଣ୍ଟି ଦେବେ। ତେଣୁ ସକାଳେ କୋବିକୁ ଅଟୋରେ ଆଣି କୁତ୍ରା ଅଞ୍ଚଳର ଗରିବ ଲୋକଙ୍କୁ ଅତି ଆନନ୍ଦର ସହକାରେ ବାଣ୍ଟି ଥିଲେ। ଏଥିରେ ସେ ବହୁତ ଖୁସି ଅନୁଭବ କରିଥିବା କହିଥିଲେ। ଜମିରେ କୋବି ଶେଷ ହେବା ପର୍ଯ୍ୟନ୍ତ ସେ ହାଟପାଳିରେ ଆଣି ଗରିବ ଲୋକଙ୍କୁ ବାଣ୍ଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri