ଚାଷୀଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୨୯।୩: ବରଗଡ଼ ଜିଲା ଟାଉନ ଥାନା ଅଧୀନ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳାବର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲାପାଣି ଛକରେ ରହୁଥିବା ଏସ୍‌. ସତରାଜୁ(୬୫) । ସେ ଜମି ହିଡକୁ ଘାସ କାଟିବାକୁ ଯାଉଥିଲେ। ହେଲେ ସେ ଜମି ହିଡରେ ଛିଣ୍ଡି ପଡି ଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କର୍ତ୍ତବ୍ୟରେ ଅବହେଲା କରିଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରି କି ଉତ୍ତ୍ୟକ୍ତ ଲୋକେ କଲାପାଣି ଛକରେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ହାତରେ ଡିଜିଟାଲ ଫୋରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ଦୁଇଟି ପର୍ଯ୍ୟାୟରେ ୧୩ ଦିନର ରିମାଣ୍ଡ ସରିବା ପରେ ସୋମବାରଠାରୁ ଝାରପଡ଼ା ଜେଲକୁ ଫେରିଯାଇଛନ୍ତି ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନା ନାଗ। ଏପରି ସ୍ଥିତିରେ...

ଭୋଟର ତାଲିକା ସଂଶୋଧନ ନେଇ ପଞ୍ଜୀକରଣ

ବଲାଙ୍ଗୀର ଅଫିସ,୧ା୮: ସୋମବାରଠାରୁ ଭୋଟର ତାଲିକାରେ ସଂଶୋଧିତ ରୂପାନ୍ତରିତ ପଞ୍ଜୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏ ସମ୍ପର୍କରେ ଏଡିଏମ ତଥା ଅତିରିକ୍ତ ଜିଲା ନର୍ବାଚନ ଅଧିକାରୀ...

ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ: ବାଟରେ ଓଲଟିଲା ଅଟୋ

କୋକସରା,୧୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କାଉଡୋଳା ଲଡୁଗାଁ-କୁସୁମଖୁଣ୍ଟି ରାସ୍ତାର ବୁଲାଣିରେ ସୋମବାର ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୭ଜଣ ମହିଳା, ପୁରୁଷଙ୍କ ସହ ୨...

ସେଲ୍‌ଫି ହେଲା କାଳ, ଝରଣାରେ ପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୪।୯(ଡି.ଏନ୍‌.ଏ.): ସେଲ୍‌ଫି ହେଲା କାଳ। ଗୁଦୁଗୁଦାରେ ସେଲ୍‌ଫି ନେଲା ବେଳେ ଝରଣାରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନଖଳାର...

ପୁରୀରୁ ୪ ଆକ୍ରାନ୍ତ ଚିହ୍ନଟ: ଜିଲାରେ କରୋନା ପଜିଟିଭ ସଂଖ୍ୟା ୮୫ରେ ପହଞ୍ଚିଲା

ପୁରୀ ଅଫିସ, ୨୬ା୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଗ୍ରାମ ଜଙ୍ଗଲରୁ କାଠ କାଟିବା ଅଭିଯୋଗ: ୨ ଟ୍ରକ୍‌ ଅଟକ

କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍‌କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ...

ପାଣି ପାଇଁ ଗରା, ବାଲ୍‌ଟି ଧରି ବିକ୍ଷୋଭ

ଖଇରା,୨୨।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ...

ଆଜିଠୁ ସୁବର୍ଣ୍ଣପୁର ଜିଲାରେ ରବିଧାନ ସଂଗ୍ରହ

ସୋନପୁର,୨୨।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ସୋମବାରଠାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ୬୦ ପ୍ୟାକ୍ସ ଓ ୩୪ ଡବ୍ଲ୍ୟୁଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ପଞ୍ଜୀକୃତ ଚାଷୀଙ୍କ ନିକଟରୁ...

Advertisement
Archives

Model This Week