ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ

ଛତ୍ରପୁର,୧ା୧୨(ଡି.ଏନ୍‌.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ ଉପକୂଳରେ ହେବ ବର୍ଷା । ଏନେଇ ଗଞ୍ଜାମ ଜିଲା ସମେତ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି। ଚାଷୀମାନଙ୍କ ଫସଲ କିପରି ସୁରକ୍ଷିତ ରହିବ ସେଥି ସକାଶେ ଏକ ଜରୁରୀ ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍‌ଫରେନ୍ସିଂ ମାଧ୍ୟମରେ ବିଡିଓ, ତହସିଲଦାର, ଇଓ, କୃଷି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଜିରୋ ଡ୍ୟାମେଜକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି l ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଚାଷୀମାନଙ୍କୁ ସୂଚନା ଦେବା ସହ ସଚେତନତା କରାଯିବ ଓ ଗ୍ରାମାଞ୍ଚଳରେ ମାଇକ୍‌ ଯୋଗେ ପ୍ରଚାର କରାଯିବ । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁରକ୍ଷିତ ଭାବେ ଗଛିତ ରହିବ ସେଥିପାଇଁ ଅଧିକାରୀ ମାନେ କାର୍ଯ୍ୟ କରିବେ । ଅମଳ ହୋଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ବିଗୁଡୁଛି ଖଣି ଅଞ୍ଚଳ ଆର୍ଥିକ ପରିସ୍ଥିତି : ଲାଗି ରହିଛି ଅଚଳାବସ୍ଥା

କାଳିଆପାଣି,୩ା୯(ଡି.ଏନ୍‌.ଏ.)- କ୍ରୋମାଇଟ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଲାଗି ରହିଥିବାରୁ ଅଞ୍ଚଳର ଆର୍ଥିକ ପରିସ୍ଥିତି ବିଗିଡିବାରେ ଲାଗିଛି ା ୧୪ ଦିନ...

ନୂତନ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ

ଚୌଦ୍ୱାର,୨୫ା୪(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍‌ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ...

ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର...

ପାଚେରିରେ ଅଟକିଛି ପ୍ଲାନେଟାରିୟମ ନିର୍ମାଣ

ବ୍ରହ୍ମପୁର ଅଫିସ,୧ା୨ – ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିକ୍ରମପୁରଠାରେ ରାଜ୍ୟର ତୃତୀୟ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ନିର୍ମାଣ ପାଇଁ...

ନାଗା ସାଧୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ...

ଟିକରସାହିର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ବ୍ରାହ୍ମଣୀପାଳ କୁଶେଇ ନଦୀରୁ ଉଦ୍ଧାର

କେନ୍ଦୁଝର, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରୁ ସୋମବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ...

ପୂର୍ବ ଶତ୍ରୁତାରୁ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଉଦପୁର ଗାଁରେ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତାରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ...

ଠିକ୍‌ କରୁନି ଠିକା ସଂସ୍ଥା

ଅନୁଗୋଳ ଅଫିସ, ୧୮।୪:  ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଉପରେ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନୂଆକରି ସଫେଇ ଠିକା...

Advertisement
Archives

Model This Week