ସାର ଅଭାବୀ ବିକ୍ରିକୁ ନେଇ ମୁଣ୍ଡରେ ହାତ ଦେଲେଣି ଚାଷୀ

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟରେ ସାର ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଚାଷୀ ବେଉଷଣ କାମ ସରିବା ପରେ ସାର ମୁଠେ ଜମିରେ ପକାଇ ଭଲ ଅମଳ କରିବେ ବୋଲି ଆଶା କରିଛନ୍ତି। ହେଲେ ରାଜ୍ୟରେ ସାର ନିଅଣ୍ଟିଆ, ଯୋଗାଣ ଯୋଗୁ ଚାଷୀ ସାର କିଣିବା ପାଇଁ ଗୋଦାମ, ଦୋକାନ ମାଲିକଙ୍କୁ ପାଖକୁ ଯାଉଛନ୍ତି। ହେଲେ ସାର ଯୋଗାଣ ସ୍ବଳ୍ପ ଯୋଗୁ ଚାଷୀମାନେ ବାହାରୁ ଚଢ଼ା ଦରରେ କିଣୁଛନ୍ତି। ବ୍ଲକରେ କେତେଜଣ ପଞ୍ଜିକୃତ ସାର ବ୍ୟବସାୟୀଙ୍କ ଗୋଦାମ ଗୃହ, କେତେ ସାର ମହଜୁଦ ରହିଛି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଏନ୍‌ଫୋର୍ସମେଣ୍ଟ ଟିମ ମଙ୍ଗଳବାର ଯାଞ୍ଚ ଆରମ୍ଭ କରିଛନ୍ତି। ବ୍ଲକ ଅଞ୍ଚଳର ରାମନଗର, ଖରିନାସୀ, ବଉଳକଣି ପଞ୍ଚାୟତରେ କେତେଜଣ ପଞ୍ଜିକୃତ ସାର ଗୋଦାମ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଗୋଦାମ ଘରେ ସାରର ମାନ ପରୀକ୍ଷା କରିବା ସହ କେତେ ମହଜୁଦ ରହିଛି ଓ ଆବଶ୍ୟକ କାଗଜପତ୍ର ଟିମ୍‌ ପରଖି ଥିଲେ। ବେଆଇନ ସାର ବ୍ୟବସାୟୀ ଓ ଗୋଦାମ ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି।
ଏହି ଟିମ୍‌ରେ ମହାକାଳପଡ଼ା ତହସିଲଦାର ଶିବ ମଲିକ, ବ୍ଲକ ଅତିରିକ୍ତ ସହକାରୀ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ଦାସ, ରାମଚଣ୍ଡୀ ସର୍କଲ ରାଜସ୍ବ ଇନ୍ସପେକ୍ଟର ବିଜୟ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ବ୍ଲକ ଅତିରିକ୍ତ ସହକାରୀ କୃଷି ଅଧିକାରୀ ଦାସଙ୍କୁ ପଚାରିବାରେ ସାର ମହଜୁଦ କେତେ ରହିଛି ଓ ସାରର ମାନ ପରୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟା କ୍ରିୟାଶୀଳ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?