ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ବିକାଶ ଯୋଜନା ଏବଂ ଝରିଗାଁ ବିଧାୟକଙ୍କ ନିଜସ୍ବ ଫଣ୍ଡରୁ ଏହି ବିକାଶ କାର୍ଯ୍ୟ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଏହି ଅବସରରେ ଝରିଗାଁ ବିଧାୟକ ନରସିଂହ ଭତ୍ରା, ଏମ୍ପି ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୋବିନ୍ଦ ଜୈନ, ସମିତି ସଭ୍ୟ ପ୍ରସନ୍ନ ମାଝି, ବିଶିଷ୍ଟ ଭାଜପା ନେତା ଅକାଳୁ ଜାଳି, ସରପଞ୍ଚ ବୃନ୍ଦୀ ସାନ୍ତା, ପଞ୍ଚାୟତ ସଭାପତି ଦଶରଥ ସାନ୍ତା, ମାଧବ ମାଝୀ, ଧନସିଂ ଗୌଡ଼, ଜଳନ୍ଧର ହରିଜନ, ଭଗବାନ ଗୌଡ଼, ପିଣ୍ଟୁ ଚୌଧୁରୀ, କମଳଚନ ଗୌଡ଼, ଲଛମନ ଉଲାକା, ଯୁଜେଷ୍ଟି ସାନ୍ତାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। କଲେଗାଁ, ଦିପୁଭଟ୍ଟା, ଚିକିଲି, ଗୌଡ଼ଗୁଡ଼ା, ଶାଗବରିଆ ସାହି, ରନ୍ଦାବସା, ମେହେର ସାହି, ଡାଇନିଗୁଡ଼ା, ମଙ୍ଗରଦୋରା, ମାଣିକଗୁଡ଼ା, କେନ୍ଦୁସାହି, କୋଟିଧାରା ଆଦି ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବା ନେଇ ବିଧାୟକ ପ୍ରକାଶ କରିଛନ୍ତି।

