ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଉକ୍ତ ଜାହାଜ ଭାରତୀୟ ଜଳସୀମାର ପୋର୍ଟବ୍ଲେୟାରଠାରୁ ୨୫୦ରୁ ୩୦୦ ନଟିକାଲ ମାଇଲ (୪୫୦ ରୁ ୫୪୦ କିମି)ମଧ୍ୟରେ ଘଟିଥିବା ଜଣାପଡ଼ିଛି। ଉକ୍ତ ଜାହାଜକୁ ଠାବ କରିବା ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ସମୁଦ୍ରରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି। ଉକ୍ତ ଜାହାଜରେ ୨୪ ଜଣ ନାବିକ ଥିଲେ। ସେଥିରୁ ୨୦ ଜଣ ଚାଇନା,୩ ମ୍ୟାନମାର ଓ ଜଣେ ବାଂଲାଦେଶୀ ଥିଲେ। ଉକ୍ତ ଖବର ଜାହାଜର ମାଲିକ ଟ୍ରାକିଂ ସିଷ୍ଟମରୁ ଜାଣିବା ପରେ ଭାରତୀୟ ଗୁଇନ୍ଦା ବିଭାଗକୁ ସୂଚନା ଦେଇଥିଲେ। ଜାହାଜ ଓସେନ ଓ୍‌ବିନରରେ ପାନାମା ଦେଶର ପତାକା ଲାଗିଥିଲା। ଉକ୍ତ ଜାହାଜ ପାରାଦୀପ ବନ୍ଦର ମଧ୍ୟରୁ ଲୁହାପଥର ବୋଝେଇ କରି ଗୁରୁବାର ରାତି ୧୦.୩୦ରେ ବର୍ଥ ଛାଡିଥିଲା। ସମୁଦ୍ରରେ ୨୪ ଘଣ୍ଟା ଯାତ୍ରା ପରେ ନିଖୋଜ ହୋଇଛି ବୋଲି ସୂଚନା ମିଳିଛି। ଏହା ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା କୁହାଯାଇଛି। ଜାହାଜ ବୁଡିଥିଲେ ସେଥିରେ ଥିବା ଛୋଟ ସୁରକ୍ଷା ବୋଟରେ ନାବିକ ଓହ୍ଲାଇ ସମୁଦ୍ରରେ ଥିବେ ବୋଲି ସୁରକ୍ଷା ଟିମ୍‌ ସନ୍ଧାନ କରୁଛନ୍ତି। ପାନାମା ଦେଶର ଜାହାଜ ଓ ଚାଇନା ଯାଉଥିବାରୁ ଏହାକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଦୁର୍ଘଟଣା ବୋଲି କୁହାଯାଇପାରିବ ନାହିଁ। କେଉଁ ପରିସ୍ଥିତିରେ ଜାହାଜ ନିଖୋଜ ଅଛି ତାହା ଅସ୍ପଷ୍ଟ ରହିଛି।

Image

ପାରାଦୀପରୁ ଯାଉଥିବା ଜାହାଜ ନିଖୋଜ ହେବା ଘଟଣା ବ୍ଲାକରୋଜ ଜାହାଜ ଦୁର୍ଘଟଣାକୁ ତାଜା କରିଛି। ୯-୯-୨୦୦୯ରେ ପାରାଦୀପରୁ ଲୁହାପଥର ଅଧା ବୋଝେଇ କରି ସମୁଦ୍ରରେ ଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ବ୍ଲାକରୋଜ ବୁଡି ଯାଇଥିଲା। ସେଥିରେ ଥିବା ୨୬ ଜଣ ନାବିକଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗ ୨୫ ଜଣଙ୍କୁ ଉଦ୍ଧାର କରିଥିଲେ। ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri