୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ ସରକାର ଆଉ ୩ ଦିନ ଅବଧି ବଢାଇଛନ୍ତି ା ଜୁଲାଇ ୩ ପର୍ଯ୍ୟନ୍ତ ରବି ଧାନ କ୍ରୟ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଉ ଦୁଇ ଦିନ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କ୍ରୟ କରାଯିବା ନେଇ ଚାଷୀ ଆଶଙ୍କାରେ କରିଛନ୍ତି। ଜିଲାର ୫୧ଟି ମଣ୍ଡିରେ ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ ପଡି ରହିଛି ା ଜିଲାର ୧୮ ହଜାର ୩୮୬ ଜଣ ଚାଷୀଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୧୧ ହଜାର ୧୧୦ ଜଣ ଚାଷୀଙ୍କ ୫,୬୪,୮୩.୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି ା ୨ ଓ ୩ ତାରିଖ ଭିତରେ ୭ ହଜାର ୨୭୬ ଜଣ ଚାଷୀଙ୍କ ଧାନ କିପରି ଉଠିବ ସେ ନେଇ ଚାଷୀ ସନ୍ଦେହରେ ଅଛନ୍ତି ା ଜିଲାରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ସ୍ଥାନେ ସ୍ଥାନେ ବର୍ଷା ଲାଗି ରହିଛି ା ଖୋଲା ଆକାଶ ତଳେ ଥିବା ଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଲାଣି ା ନୂଆପଡା ସଦର ବ୍ଲକ ଖଟମନଭେରା ମଣ୍ଡିରେ ୨୨ ହଜାରରୁ ଅଧିକ ଓ ଗୋଡଫୁଲା ମଣ୍ଡିରେ ୫ ହଜାରରୁ ଅଧିକ ବସ୍ତା ଧାନ ପଡିରହିଛି। ତାରପୋଲିନ ଆଭାବ ଯୋଗୁ ବର୍ଷାରେ ଧାନ ଭିଜିବାରେ ଲାଗିଛି ା ଜିଲାରେ ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୧ଟିରେ ଧାନ କ୍ରୟ ଚାଳିଛି ା ପ୍ରଥମରୁ ସମସ୍ତ ମଣ୍ଡିରେ ଠିକ୍‌ ଭାବେ ଧାନ ଉଠାଣ ହୋଇଥିଲେ ଏଭଳି ସ୍ଥିତି ଭୋଗିବାକୁ ପଡି ନ ଥାନ୍ତା ଓ ଜିଲା ପ୍ରଶାସନର ଅପାରଗତା ଯୋଗୁ ଆଜି କ୍ଷତି ସହିବାକୁ ପଡୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଜିଲାରେ ରବି ମଣ୍ଡିରେ ସାଢେ ୭ଲକ୍ଷ କୁଇଣ୍ଟାଲ କ୍ରୟ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଦେଢ ମାସରେ ସାଢେ ୫ କୁଇଣ୍ଟାଲ କ୍ରୟ କରିଛନ୍ତି। ଦୁଇ ଦିନରେ ୨ ଲକ୍ଷ କୁଇଣ୍ଟାଲ ଧାନ ପ୍ରଶାସନ କିଭଳି କ୍ରୟ କରିବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସମବାୟ ଉପନିବନ୍ଧକ ଶିବ ପ୍ରସାଦ ସ୍ବାଇଁଙ୍କୁ ପଚାରିବାରୁ ବହୁ ଶୀଘ୍ର ସମସ୍ତ ଚାଷୀଙ୍କ ଧାନ ଉଠାଇବା ପାଇଁ ଚେଷ୍ଟା କରୁଛୁ। ଚାଷୀମାନେ ଭୟଭୀତ ନ ହୋଇ କୌଣସି ଭୁଲ ପଦକ୍ଷେପ ନ ନିଅନ୍ତୁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?