ନାମକୁ ମାତ୍ର ଗବେଷଣା କେନ୍ଦ୍ର, ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

ପଟ୍ଟାମୁଣ୍ଡାଇ,୭ା୧୨( କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତା ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନ ମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ପଡ଼ିଲେଣି। ନଳିତା ଚାଷ ଲାଭ ଜନକ ହୋଇଥିଲେ ବି ବହୁ କଷ୍ଟକର। ଏତେ ପରିଶ୍ରମ ସତ୍ତ୍ୱେ ପାରିଶ୍ରମିକ ଠିକ୍‌ ଭାବେ ମିଳୁନାହିଁ। ଝୋଟ ବିକ୍ରି ପାଇଁ ବଜାର ନାହିଁ କି ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ତେଣୁ ଝୋଟ ବିକ୍ରି କରିବାକୁ ଚାଷୀ ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି। ଏପରି ହେଲେ ଆଗାମୀଦିନରେ ନଳିତା ଚାଷ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳଠାରୁ ଆରମ୍ଭ କରି ଭେଡା ଅଞ୍ଚଳର ଚାଷୀମାନେ ଧାନ, ମୁଗ, ବିରି ବିଭିନ୍ନ ପନିପରିବା ଓ ନଳିତା ଚାଷ କରିଥାନ୍ତି। ଏହି ଅଞ୍ଚଳ ଉପକୂଳବର୍ତ୍ତୀ ହୋଇଥିବାରୁ ନଳିତା ଚାଷ ନିମନ୍ତେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ବିଶେଷ କରି ଚାଷୀମାନେ ଖରାଦିନେ ନଳିତା ଚାଷ ଲାଗି ବିଲରେ ବିହନ ପକାଇଥାନ୍ତି। ଜୁନ ପରେ ମୌସୁମୀ ବାୟୁ ଆସୁଥିବା ହେତୁ ନଳିତା ଗଛ ବର୍ଷା ଜଳ ପାଇ ବଢିଥାଏ। କିନ୍ତୁ ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାରେ ଅନିୟମିତତା ପରିଲକ୍ଷିତ ହୋଇଛି। ନଳିତା ଚାଷ କରୁଥିବା ଚାଷୀମାନେ ବହୁ କଷ୍ଟରେ ଖରାଦିନେ ନଳିତା ଗଛକୁ ବିଭିନ୍ନ ଉପାୟରେ ପାଣି ଦେଇ ବଞ୍ଚାଇ ରଖିଥାନ୍ତି। ନଳିତା କାଟିବାଠାରୁ ଆରମ୍ଭ କରି ତାକୁ ପାଣିରେ ପକାଇ ପଚାଇ ଝୋଟ ଓ କାଉଁରିଆ କାଠି କାଢ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ୨୦୧୦ ପରେ କେନ୍ଦ୍ରାପଡ଼ା ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା।
ଏଠାରେ ମଧ୍ୟ ନୂତନ ପ୍ରକାର ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସଚଳ କରିଥିଲେ। ବିଭିନ୍ନ କିସମର ବିହନ ସହଯୋଗରେ ୨୦୧୪ରେ ପଟ୍ଟାମୁଣ୍ଡାଇ ବ୍ଲକରେ ୨ହଜାର ହେକ୍ଟର ଜମିରେ ନଳିତା ଚାଷ ହୋଇଥିବା ବେଳେ ଗୋଦାମ କରାଯାଇ ଲକ୍ଷ ଲକ୍ଷ ଟନ ଝୋଟ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗ ପଠାଯାଉଥିଲା। ହେଲେ ସେ ସମୟ ଆଜି ନାହିଁ। ଜଜାଙ୍ଗ ଗବେଷଣା କେନ୍ଦ୍ର ଏବେ ନାମକୁ ମାତ୍ର ରହିଛି। କିଛିଦିନ ହେବ ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ କରି ଦିଆଯାଇଛି। ଫଳରେ ଏବେ ନଳିତା ଚାଷ କମି କମି ୧୫୦ ହେକ୍ଟରରେ ପହଞ୍ଚତ୍ଲାଣି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ନଳିତା ଚାଷ ପାଇଁ ସରକାରଙ୍କ ପକ୍ଷରୁ ବିହନ, ସାର, ଔଷଧ ମଧ୍ୟ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀ ନଳିତା ଚାଷ ଲାଗି ବିନିଯୋଗ କରୁଥିବା ପ୍ରାପ୍ୟ ଠିକ୍‌ ଭାବେ ପାଇପାରୁନାହାନ୍ତି। ଖରାଦିନେ ସ୍ଥାନୀୟ ଅଞ୍ଚଳରେ ନଈ, ନାଳ ଓ କେନାଲଗୁଡ଼ିକ ଏକରକମ ଶୁଖିଲା ପଡୁଛି। ଉଠା ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସାମ୍ପ୍ରତିକ ପରିସ୍ଥିତିରେ ମୂଲିଆ ମଜୁରି, ବିହନ, ସାର, ଔଷଧର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଯୋଗୁ ଝୋଟ ସାମଗ୍ରୀର ଉତ୍ପାଦନ ସହ ବ୍ୟବହାର ମଧ୍ୟ କମିଗଲାଣି। ଦୀନବନ୍ଧୁ ଜେନା କହିଛନ୍ତି, ନଳିତା ଚାଷ ଲାଗି ଚାଷୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉନାହିଁ। ନଳିତାଗୁଡ଼ିକୁ ପଚାଇବା ନିମନ୍ତେ ଟାଙ୍କିର ମଧ୍ୟ ବ୍ୟବସ୍ଥା କରାଯାଇନାହିଁ।
ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଗାଡ଼ିଆ, ଖାଲଗୁଡ଼ିକରେ କୁମ୍ଭୀର ଭୟରେ ବହୁ କଷ୍ଟରେ ଏହି ନଳିତାକୁ ପଚାଇ ଝୋଟ ପ୍ରସ୍ତୁତ କରିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଝୋଟ ବିକ୍ରୟ ନିମନ୍ତେ କୌଣସି ସୁବିଧା ନ ଥିବାରୁ ବିକ୍ରୟ କରିବାପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯେଉଁ ବ୍ୟବସାୟୀମାନେ ଝୋଟ କ୍ରୟ କରୁଛନ୍ତି ସେମାନେ ଠିକ୍‌ ଦର ଦେଉନାହାନ୍ତି। ଫଳରେ ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟରୁ ଉପଯୁକ୍ତ ପ୍ରାପ୍ୟ ପାଇପାରୁନାହିଁ। ଚାଷୀ ବିନିଯୋଗ କରୁଥିବା ପ୍ରାପ୍ୟ ଝୋଟ ବିକ୍ରୟ ପାଇଁ ଉପଯୁକ୍ତ ବଜାରର ସୁବିଧା ସୁଯୋଗ ନ ଥିବାରୁ ଠିକ୍‌ ପ୍ରାପ୍ୟ ପାଇ ପାରୁନାହିଁ। ପ୍ରୋତ୍ସାହନ ଅଭାବରୁ ଆଗାମୀଦିନରେ ନଳିତା ଚାଷ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ନଳିତା ଚାଷକୁ ବଞ୍ଚାଇ ରଖିବା ଲାଗି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ, ତାଲିମ ପ୍ରଦାନ କରାଗଲେ ଓ ଝୋଟର ବିକ୍ରୟ ପାଇଁ ଉପଯୁକ୍ତ ବଜାରର ବ୍ୟବସ୍ଥା ସୃଷ୍ଟି କରିବାକୁ ଚାଷୀ ମହଲରେ ଦୃଢ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?