ଶ୍ରାବଣରେ ବୈଶାଖୀ ଖରା, ଧାନ ବୁଣି ଚିନ୍ତାରେ ଚାଷୀ

ବୁଗୁଡ଼ା,୮ା୭(କାଳୀଚରଣ ଦାଶ): ଅକ୍ଷୟ ତୃତୀୟାରୁ ଧାନ ବୁଣି ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି। ଦୀର୍ଘଦିନ ହେଲା ତଳି ପକାଇ ରହିଥିଲେ ହେଁ ବୃଷ୍ଟିପାତର ଅଭାବ ହେତୁ ଚାଷଜମି ଓଦା ହୋଇ ପାରୁନି କି ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚାଷୀ ଚାତକ ଭଳି ଚାହିଁ ରହିଛି ବର୍ଷାକୁ। ମଝିରେ ମଝିରେ ବୁଗୁଡ଼ା ଅଞ୍ଚଳର କେତେକ ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ତଳି ମରୁଡ଼ିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା କେତେକ ସ୍ଥାନରେ ତଳି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଆରମ୍ଭର ଅନିଶ୍ଚିତତା ହେତୁ ଚାଷୀଙ୍କୁ ଚିନ୍ତା ଘାରୁଛି। ବୁଗୁଡ଼ା ଅଞ୍ଚଳର ମୋଟ୍‌ ୧୦,୩୩୦ ହେକ୍ଟର ଚାଷଜମି ମଧ୍ୟରୁ ୫,୫୪୫ ହେକ୍ଟର ଜମି ପାଇଁ କେନାଲ ଯୋଗେ ଜଳସେଚନର ସୁବିଧା ରହିଥିଲେ ହେଁ ପାଣିର ଅଭାବ ଯୋଗୁ ସେଠାରେ ମଧ୍ୟ ଚାଷକାମ ଆଗେଇ ପାରୁନି। ଏ ବର୍ଷ ଜୁନ୍‌ ମାସରେ ୩ ଦିନର ହାରାହାରି ବୃଷ୍ଟିପାତ ୨୧ ମିଲିମିଟର ରହିଥିବା ବେଳେ ଜୁଲାଇ ମାସରେ ୨ ଦିନର ହାରାହାରି ବୃଷ୍ଟିପାତ ୩୦ ମିମି ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଆଷାଢ଼ ଯାଇ ଶ୍ରାବଣ ହେଲାଣି ତଥାପି ବର୍ଷାର ଦେଖାନାହିଁ। ଧାରା ଶ୍ରାବଣରେ ଝରି ବର୍ଷା ହେବା ବଦଳରେ ହେଉଛି ଟାଇଁଟାଇଁ ମୁଣ୍ଡ ଫଟା ଖରା। ଅଣଜଳସେଚିତ ଅଞ୍ଚଳର ଯେଉଁ କେତେକ ଚାଷୀ ପାଣିପାଗ ବିଭାଗର ଭରସାରେ ପକାଇଥିବା ତଳିର ଅବସ୍ଥା ବିଗିଡ଼ିବାକୁ ବସିଲାଣି। ତେବେ ବୁଗୁଡ଼ା ଅଞ୍ଚଳରେ ବୃଷ୍ଟିପାତର ଅନିଶ୍ଚିତତା ଯୋଗୁ ଚାଷୀଙ୍କ ଖରିଫ ଧାନଫସଲ ଅମଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri