କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ମୌଳିକ ଆବଶ୍ୟକତାର କୌଣସି ଅଭାବ ହୋଇ ନ ଥାଏ। କିନ୍ତୁ ରୋଜଗାର କମିବା ସାଙ୍ଗକୁ ଯଦି ଘରେ ସଦସ୍ୟଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୁଏ ତେବେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼େ। ଏଭଳି ଘଟଣା ଦକ୍ଷିଣ ଆଫ୍ରିକା ଉଗାଣ୍ଡାର ମୁସା ହାସାୟାଙ୍କ କ୍ଷେତ୍ରରେ ଘଟିଛି। ବର୍ତ୍ତମାନର ବ୍ୟୟବହୁଳ ସମୟରେ ମୁସାଙ୍କୁ ତାଙ୍କ ୧୨ ସ୍ତ୍ରୀ, ୧୦୨ ପିଲା ଏବଂ ୫୬୮ ନାତିନାତୁଣୀଙ୍କ ଲାଳନପାଳନ କଷ୍ଟକର ହୋଇପଡ଼ିଛି। ଏ ନେଇ ସେ ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ୬୭ ବର୍ଷୀୟ ମୁସା ହାସାହ୍ୟା ପେସାରେ ଜଣେ କୃଷକ। ସ୍ବଳ୍ପ ଆୟରେ ଏତେବଡ଼ ପରିବାର ଚଳାଇବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଉ ନାହିଁ। ବୟସ ବୃଦ୍ଧି ସାଙ୍ଗକୁ ଶରୀରକୁ ନାନା ପ୍ରକାର ରୋଗ ଗ୍ରାସ କରିବାରେ ଲାଗିଛି। ଉଗାଣ୍ଡାର ଲୁସାକାରେ ମୁସା ତାଙ୍କ ପରିବାର ସହ ରୁହନ୍ତି। ସେଠାରେ ବହୁପତ୍ନୀ ପ୍ରଥା ପ୍ରଚଳିତ ଥିବାବେଳେ ମୁସାଙ୍କର ମୋଟ ୧୨ ସ୍ତ୍ରୀ। ରୋଜଗାର ଭଲ ହେଉଥିବାବେଳେ ମୁସା ଗୋଟିଏ ପରେ ଗୋଟିଏ ବିବାହ କରିଥିଲେ। ଗୋଟିଏ ରୋଜଗାରରେ ଏତେବଡ଼ ପରିବାର ଚଳାଇବା ଲାଗି ବହୁ ଅସୁବିଧା ଦେଖାଦେବା ପରେ ତାଙ୍କର ୨ ଜଣ ସ୍ତ୍ରୀ ମୁସାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ବର୍ତ୍ତମାନ ସେ ପରିବାରରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀ ମଧ୍ୟ ରାଜି । ମୁସାଙ୍କ ୧୨ତମ ସ୍ତ୍ରୀ ଜୁଲାଇକା ୧୧ ସନ୍ତାନଙ୍କ ମା’। ଅର୍ଥାଭାବ ଯୋଗୁ ଘର ଚଳାଇବାରେ ବହୁ ସମସ୍ୟା ଦେଖାଯାଉଛି। ପିଲା ଜନ୍ମ ନ କରିବା ଲାଗି ସେ ଏଣିକି ଗର୍ଭ ନିରୋଧକ ବଟିକା ନେଉଥିବା ଜୁଲାଇକା କହିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ମୁସା ପ୍ରଥମ ବିବାହ କରିଥିଲେ। ତାଙ୍କର ଏକତୃତୀୟାଂଶ ପିଲାଙ୍କ ବୟସ ୬ ବର୍ଷରୁ ୫୧ ବର୍ଷ ମଧ୍ୟରେ ହୋଇଥିବାବେଳେ ମୁସାଙ୍କ ବଡ଼ ପୁଅ ଜୁଲାଇକାଙ୍କଠାରୁ ୨୧ ବର୍ଷ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri